ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫୁଲବାଣୀ ଅଫିସ,୧୦ା୮-କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରିଥିଲା। କେତେଜଣ ଆଦିବାସୀ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରିଥିଲେ। ସମସ୍ତେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଦେଶରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉନାହିଁ। ତାଙ୍କର ଭାଷା, ସଂସ୍କୃତି ଓ ପରମ୍ପରା ଲୋପ ପାଇବାକୁ ବସିଲାଣି। ଏହାର ସୁରକ୍ଷା ଆବଶ୍ୟକ। ଆଦିବାସୀମାନଙ୍କର ସାମାଜିକ, ଆର୍ଥତ୍କ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ। ସେମାନଙ୍କ ଜନ୍ମଗତ ଅଧିକାର ଜଙ୍ଗଲ, ଜଳ ଓ ଜମିକୁ ଛଡାଇ ନିଆଯାଇ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ସରକାର ଏ ଦିଗରେ ଦୃଷ୍ଟି ଦିଅନ୍ତୁ। ସେହିପରି ଆଦିବାସୀ କୁଇ ସମାଜ ଦ୍ୱାରା ତଦାରଖ ପରେ ବାସସ୍ଥାନ, ଜାତି ଓ ସମ୍ପତ୍ତି ପ୍ରମାଣପତ୍ର ପ୍ରଦାନ କରାଯାଉ। କୁଇ ସମାଜ ଦୃଷ୍ଟିଗୋଚରରେ ଜମି ପଟ୍ଟା ପ୍ରଦାନ କରିବା, ଅନାବାଦୀ, ପତିତ, ଗୋଚର ଓ ମଶାଣୀ ଜମିକୁ ଆଦିବାସୀ କୁଇ ସମାଜକୁ ହସ୍ତାନ୍ତର କରିବା, ଫୁଲବାଣୀ ହାଟପଦା ଜମି ଚିହ୍ନଟ ତୁରନ୍ତ କରିବା, ୧୯୯୨ର ଆଦିବାସୀମାନଙ୍କ ରେକର୍ଡ଼ ଅନ୍ତର୍ଭୁକ୍ତ ଜମି ଜବରଦଖଲକାରୀଙ୍କଠାରୁ ପୁନରୁଦ୍ଧାର କରିବା, କନ୍ଧମାଳ ଜିଲାକୁ ମଦମୁକ୍ତ ଘୋଷଣା କରିବା ଉପରେ ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ, ସାଧାରଣ ସମ୍ପାଦକ ଶ୍ରୀନିବାସ ମଲ୍ଲିକ, ଯୁଗ୍ମ ସମ୍ପାଦକ ସୁଦର୍ଶନ କହଁର, ନିଖିଳ ଉତ୍କଳ କୁଇସମାଜ ସଭାପତି ଭାସ୍କର ପ୍ରଧାନ, ଉପଦେଷ୍ଟା ଶଙ୍କର କହଁର, ଫିରିଙ୍ଗିଆ ଶାଖା ସଭାପତି ରାଜେନ୍ଦ୍ର କହଁର, କୁଇ ଭାଷା ମଞ୍ଚ ସଭାପତି ଦୀନବନ୍ଧୁ କହଁର, ଅନ୍ତର୍ଯ୍ୟାମୀ କହଁର, ଶ୍ରମିକ ନେତା ଘନ ଶବର ପ୍ରମୁଖ ଦାବି ରଖିଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ଦାବି ସମ୍ବଳିତ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ଫିରିଙ୍ଗିଆ,୨୯ା୨: ବିବାହ ପାଇଁ ବରଘରେ ଥିବା ଜଣେ ନାବାଳିକାଙ୍କୁ ପୋଲିସ, ଚାଇଲ୍ଡ ଲାଇନ ଓ ଫିରିଙ୍ଗିଆ ସମନ୍ବିତ ଶିଶୁ ବିକାଶ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର...

ଗାଡ଼ି ଅପେକ୍ଷାରେ ଥିଲା ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ

ଫୁଲବାଣୀ ଅଫିସ, ୩ା୪: କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପୋଲିସ କେରେଙ୍ଗେଲି ଛକରେ ଚଢ଼ାଉ କରି ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି।...

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨: ଗୋଟିଏ ଦିନରେ ୯ ସଂକ୍ରମିତ

ଫୁଲବାଣୀ ଅଫିସ, ୧ା୬-କନ୍ଧମାଳ ଜିଲା ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିବା ସମସ୍ତ ୯ ଜଣ କରୋନା ଚିହ୍ନଟ ହୋଇଛନ୍ତିି। ସେମାନଙ୍କ...

ଶ୍ରେଣୀଗୃହରେ ଶିକ୍ଷକ ଶୋଇଥିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୩୧।୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଚଳିତ...

୨୯ ବର୍ଷରେ ବେଲଜିୟମ୍‌ରୁ ଜନ୍ମମାଟିକୁ ଫେରିଲେ ମାମିନା

ଜି.ଉଦୟଗିରି,୭ା୭(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା...

ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା

ଦାରିଙ୍ଗବାଡ଼ି,୨।୧(ଡି.ଏନ୍‌.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ।...

ରାଇକିଆରେ ୨ ଲୋକାଲ କରୋନା ପଜିଟିଭ୍‌ ଚିହ୍ନଟ: ୧୩ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

ରାଇକିଆ,୧୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଲୋକାଲ କେସ ହୋଇଥିବାରୁ ରାଇକିଆ ସହର ସମେତ ଆଖ ପାଖ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଟିଣ୍ଡିବାଲି ପାହାଡ଼: ପଥରକୁ ପିଟିଲେ ଶୁଭୁଛି ଘଣ୍ଟ ଶବ୍ଦ

ଦାରିଙ୍ଗବାଡି,୧୯।୧(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଅନେକ ପର୍ଯ୍ୟଟନସ୍ଥଳୀ ତଥା ମିଡିୟୁନ୍ଦା ଜଳ ପ୍ରପାତ ସମେତ ନେଚର ଲଭର୍ସ...

Advertisement
Archives

Model This Week