ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ସଦର ଓ ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ସହରର ସୁନାପୁର ଓ ସଦର ଥାନା ଅନ୍ତର୍ଗତ ଅପରକୋଲାବ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ୧୬ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସଂପୃକ୍ତ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି।
ମିଳିଥିବା ସୂଚନାନୁସାରେ, କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋଙ୍କ ନିର୍ଦେଶକ୍ରମେ କୋରାପୁଟ ଟାଉନ ଥାନା ଅଧିକାରୀ ପିତବାଦ ଧାରୁଆ ଓ ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନେତୃତ୍ୱରେ ପୋଲିସର ଦୁଇଟି ଟିମ୍‌ ସହରର ସୁନାପୁର ପାଣିଟାଙ୍କି ଅଞ୍ଚଳରେ ଚଢ଼ାଉକରି ୫ ଜୁଆଡିଙ୍କୁ କାବୁ କରିଥିବାବେଳେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି।
ସେହିପରି କୋରାପୁଟ ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁଙ୍କ ନେତୃତ୍ୱରେ ଅପରକୋଲାବ ଫାଣ୍ଡି ଅଧିକାରୀ ଅର୍ଜୁନ ବାଙ୍କାଙ୍କ ସହଯୋଗରେ ଅପରକୋଲାବ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୧ ଜୁଆଡିଙ୍କୁ ଗିରଫ କରାଯାଇଛି। ସେଠାରୁ ପ୍ରାୟ ୫୦ ହଜାର ଟଙ୍କା ଜବତ ହୋଇଛି। ଏ ନେଇ ଉଭୟ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ଜୁଆଡିମାନଙ୍କୁ ଜେରା କରାଯାଉଥିବା ଥାନା ସୁତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକାକୁ ନେଇ ଚିନ୍ତାରେ ବନବାସୀ

କେନ୍ଦୁଝର, ୨୭ା୪(ସ୍ବ.ପ୍ର.)-ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ହରିଡା, ବାହାଡା, କାଠ, ଦାନ୍ତକାଠି, ଶାଳପତ୍ର ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ବନବାସୀମାନେ ତେଲଲୁଣର ସଂସାର ଚଳାଇଥାନ୍ତି।...

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ,୩।୪(ବ୍ୟୁରୋ): ଶୁକ୍ଳ ଦ୍ୱିତୀୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏ ନେଇ ସୋମବାର ଅପରାହ୍ନ ୪ଟାରୁ ରାତି୮ଟା...

ଖାଲଖମା ରାସ୍ତା: ମରାମତି ଦାବି

ଚନ୍ଦ୍ରଗିରି,୩।୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ଇନ୍ଦିରା ଆବାସ ହନୁମାନ ମନ୍ଦିର ସମ୍ମୁଖ ବୁଲାଣିଆ ରାଜରାସ୍ତା ବର୍ଷାରେ ଧୋଇହୋଇ ଖାଲଖମା ହୋଇଯାଇଛି। ଅନ୍ୟପଟେ ଉକ୍ତ...

ଖୋଲିଲା ରାମଲିଙ୍ଗେଶ୍ୱର ଉଦ୍ୟାନ

ବ୍ରହ୍ମପୁର ଅଫିସ୍‌,୨୯ା୮: ବ୍ରହ୍ମପୁର ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମ ଲିଙ୍ଗେଶ୍ୱର ଉଦ୍ୟାନ ବନ୍ଦ ରହୁଥିବା ବେଳେ ଶୁକ୍ରବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି।...

ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା...

ଦିବସଙ୍କୁ ଗୁଡ୍‌ ସାମାରିଟାନ ପୁରସ୍କାର

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ...

ଦୁନିଆରେ ମା’ ଶବ୍ଦର ବିକଳ୍ପ ନାହିଁ

ଛତ୍ରପୁର,୧୩ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ରୋଟାରୀ କ୍ଲବ ପରିସରରେ ରବିବାର ସର୍ବଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ...

ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନି: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହାଇଦର

କଟକ ଅଫିସ,୨୪।୪: କରୋନାରେ ଆକ୍ରାନ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦରଙ୍କୁ ଚୌଦ୍ୱାର ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଅଧିକ ଚିକିତ୍ସା ଲାଗି ସେ ଶୁକ୍ରବାର ହାଇକୋର୍ଟଙ୍କ...

Advertisement
Archives

Model This Week