ବିଭିନ୍ନ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶେରଗଡ ବ୍ଲକ ପରିଦର୍ଶନରେ ଆସିଥିଲେ। କରୋନା ପାଇଁ ଶେରଗଡ଼ ବ୍ଲକରେ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ତଦାରଖ କରିବା ସହ ଆଇସୋଲେଶନ କେନ୍ଦ୍ର ବୁଲି ଦେଖିଥିଲେ। ପ୍ରଥମେ ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହ ଓ ପରେ ବରମୁଣ୍ଡଳୀ ଉଚ୍ଚ ବିଦ୍ୟାଳୟ, କୁଲାଗଡ଼ ସ୍ବାସ୍ଥ୍ୟକେନ୍ଦ୍ର, କୁଲାଗଡ଼ ମା’ କାଳୀ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଆଇସୋଲେଶନ ୱାର୍ଡ଼ ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ର ମାନଙ୍କରେ ପାଣି, ଆଲୁଅ, ପାଇଖାନା,ବେଡ୍‌ ଆଦି ବ୍ୟବସ୍ଥା ତଦାରଖ କରିଥିଲେ। ବ୍ଲକର ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ରଖିବାକୁ ବିଡିଓ ସୁରଞ୍ଜନ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ କୁଲାଙ୍ଗ କୁଲାଗଡ଼ଠାରେ କେରଳରୁ ଗତ ଦୁଇଦିନ ତଳେ ଫେରଥିବା ଶ୍ରମିକଙ୍କୁ ଭେଟି ବିଭିନ୍ନ ପରାମର୍ଶ ଦେଇଥିଲେ। ବିଡିଓ ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କୁ ପ୍ରତିଦିନ ଶ୍ରମିକମାନଙ୍କ ଅସ୍ଥା ବୁଝିବାସହ ତାର ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ବିଇଓ ଭାସ୍କର ଲେଙ୍କା, ସହକାରୀ ର୍ନିବାହୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡ଼ଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଛଡେଇ ନେବାରୁ ଜୀବନ ହାରିଲା ପୁଅ

କୋରାପୁଟ, ୧୨ା୧୦(ସ୍ବ.ପ୍ର.): କୋରାପୁଟ ସହରର ଗୌତମନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଖେଳ ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ପରିବାର ଲୋକେ...

ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ...

ବରଗଡ଼ରେ ଖସୁଛି କରୋନା ଗ୍ରାଫ୍‌: ଆଜି ମାତ୍ର ୩୫ ପଜିଟିଭ୍‌ ଚିହ୍ନଟ, ୮୫୩୪ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗୁରୁବାର ଜିଲାରେ ମାତ୍ର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ପୁଅର ଠେଙ୍ଗା ମାଡ଼ରେ ମା’ମୃତ

ହିଞ୍ଜିଳିକାଟୁ, ୨୮।୪(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ମା’ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିନ...

ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ...

ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ...

ନଦୀରେ ବୁଡି ଗଲେ ଯବାନ: ୫ କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

ରତ୍ନଗିରି,୮।୬(ଡି.ଏନ.ଏ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରୀ ବ୍ଲକ...

Advertisement
Archives

Model This Week