ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ ଏହି ଓ୍ବାର୍ଡରେ ବହୁ ସମସ୍ୟା ଲାଗିରହୁଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ା ଅନେକ ସମୟରେ କେମିକାଲ, ଇଞ୍ଜେକ୍ସନ ଅଭାବ ସାଙ୍ଗକୁ ପାଣି ସମସ୍ୟା, ବିଦ୍ୟୁତ ସମସ୍ୟା ତଥା ଅସ୍ବାସ୍ଥ୍ୟକର ପରିବେଶ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଓ୍ବାର୍ଡ ଚାରିପାଖରେ ଅନାବନା ଗଛ, ମଇଳା ଆବର୍ଜନା ଯୋଗୁ ମଶା, ମାଛିଙ୍କ ପ୍ରାଦୂର୍ଭାବ ଦେଖାଦେଉଛି। ଫଳରେ ମଶା ମାଛି କାମୁଡି ମ୍ୟାଲେରିଆ ବା ଅନ୍ୟ ରୋଗ ହେଲେ କିଡନୀ ରୋଗୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ହେଉଛି। ପାଣି ବ୍ୟବସ୍ଥା ନ ଥିବାରୁ ଡାଇଲିସିସି ୟୁନିଟରେ ପାଣି ପମ୍ପିଂ କରିପାରୁନାହାନ୍ତି। ରୋଗୀଙ୍କୁ ବିଶ୍ରାମ ପାଇଁ ଅଧିକ ରୁମ ଆବଶ୍ୟକତା ରହିଛି। ଓ୍ବାର୍ଡରେ ପମ୍ପ ଅଛି ଓ ଜେନେରେଟର ଅଛି। କିନ୍ତୁ ପାଣି ବ୍ୟବସ୍ଥା ନ ଥିବାରୁ ବ୍ୟବହର କରିପାରୁ ନାହାନ୍ତି। ଅନ୍ୟପକ୍ଷେ ଡାଇଲିସିସ ବେଳେ କିଛି ରକ୍ତ ନଷ୍ଟ ହୋଇଥାଏ। ଏଣୁ ରକ୍ତ ଅଭାବ ଦୂର କରିବା ପାଇଁ ଏବଂ ରକ୍ତ ହୀନତା ରୋଗୀଙ୍କ ପାଇଁ ହିମୋଗ୍ଲୋବିନ ଇଞ୍ଜେକ୍ସନ ସପ୍ତାହରେ ୨ ଥର ଦେବା ବ୍ୟବସ୍ଥା ରହିଛି ା କିନ୍ତୁ ଅନେକ ରୋଗୀ ୨ ଥର ପାଉ ନ ଥିବାରୁ ବାହାରୁ ଅନୂ୍ୟନ ୭ ଶହ ଟଙ୍କାରେ କିଣିବାକୁ ପଡୁଛି ବୋଲି ରୋଗୀ ମାନେ କହୁଛନ୍ତି। ଫଳରେ ଗରୀବ ଲୋକେ କିଣି ନ ପାରି ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଗରୀବ ରୋଗୀଙ୍କୁ ଆବଶ୍ୟକସ୍ଥଳେ ବାହରୁ କିଣି ଦେବାକୁ ସେମାନେ ନିନେଦନ କରୁଛନ୍ତି।
ଆପାତ୍ତକାଳୀନ ସମୟରେ ରୋଗୀଙ୍କ ହୃଦସ୍ପନ୍ଦନ ସ୍ଥିରତା ପାଇଁ ଆଇସିୟୁ ଆବଶ୍ୟକ। ଏଣୁ ଏନେଇ ଓାର୍ଡରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି। ନୂତନ ଭାବେ ଯୋଗଦେବା ପରେ ଏଡିଏମଓ ମେଡିକାଲ ବିଭିନ୍ନ ଓାର୍ଡର ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେଉଛନ୍ତି। ଏଡିଏମଓ ମେଡିକାଲ ଡକ୍ଟର ଗୁରୁପ୍ରସାଦ ମିଶ୍ର, କହିଛନ୍ତିି ଯେ, ସେ ଯୋଗଦେବା ପରେ ସ୍ବତନ୍ତ୍ର ପାଣି ଯୋଗାଣ ବ୍ୟବସ୍ଥା କରିବା ସହ ହିମୋଗ୍ଲୋବିନ ଇଞ୍ଜେକ୍ସନ ଦେବା ବ୍ୟବସ୍ଥା କରିଛନ୍ତି। ସେଭଳି ନିର୍ଦ୍ଦିଷ୍ଟ ସୂଚନା ଆସିଲେ ସେ ନିଶ୍ଚୟ ଦୃଷ୍ଟି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା କରୋନା ଗ୍ରାଫ୍‌, ଆଜି ୫୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୩୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା...

ଜିଲା ଚିକିତ୍ସାଳୟରେ ଚିକିତ୍ସା ଢିଲା

ଢେଙ୍କାନାଳ ଅଫିସ,୫।୮: ସାତ ମହଲା କୋଠା। ତଳେ ଛିଡ଼ାହେଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକାକୁ ଆଖିପାଉନି। ରୋଗୀ ଯେପରି ହାତପାଆନ୍ତାରେ ଗୁଣାତ୍ମକ ସେବା ପାଇପାରିବେ, ସେଥିଲାଗି କିଣାଯାଇଛି ଅତ୍ୟାଧୁନିକ...

‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କିଛିଦିନ ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ସୌମ୍ୟଙ୍କ...

ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ...

ଟ୍ରେନ୍‌ରେ ନିଆଁ, ଯାତ୍ରୀ ଆତଙ୍କିତ

ଲୋଇସିଂହା,୧୭ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍‌...

କରୋନା ମୁକାବିଲା ନେଇ ଜିଲାପାଳଙ୍କ ସହ କଥାହେଲେ ରାଜ୍ୟପାଳ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା...

Advertisement
Archives

Model This Week