ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ ଏହି ଓ୍ବାର୍ଡରେ ବହୁ ସମସ୍ୟା ଲାଗିରହୁଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ା ଅନେକ ସମୟରେ କେମିକାଲ, ଇଞ୍ଜେକ୍ସନ ଅଭାବ ସାଙ୍ଗକୁ ପାଣି ସମସ୍ୟା, ବିଦ୍ୟୁତ ସମସ୍ୟା ତଥା ଅସ୍ବାସ୍ଥ୍ୟକର ପରିବେଶ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଓ୍ବାର୍ଡ ଚାରିପାଖରେ ଅନାବନା ଗଛ, ମଇଳା ଆବର୍ଜନା ଯୋଗୁ ମଶା, ମାଛିଙ୍କ ପ୍ରାଦୂର୍ଭାବ ଦେଖାଦେଉଛି। ଫଳରେ ମଶା ମାଛି କାମୁଡି ମ୍ୟାଲେରିଆ ବା ଅନ୍ୟ ରୋଗ ହେଲେ କିଡନୀ ରୋଗୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ହେଉଛି। ପାଣି ବ୍ୟବସ୍ଥା ନ ଥିବାରୁ ଡାଇଲିସିସି ୟୁନିଟରେ ପାଣି ପମ୍ପିଂ କରିପାରୁନାହାନ୍ତି। ରୋଗୀଙ୍କୁ ବିଶ୍ରାମ ପାଇଁ ଅଧିକ ରୁମ ଆବଶ୍ୟକତା ରହିଛି। ଓ୍ବାର୍ଡରେ ପମ୍ପ ଅଛି ଓ ଜେନେରେଟର ଅଛି। କିନ୍ତୁ ପାଣି ବ୍ୟବସ୍ଥା ନ ଥିବାରୁ ବ୍ୟବହର କରିପାରୁ ନାହାନ୍ତି। ଅନ୍ୟପକ୍ଷେ ଡାଇଲିସିସ ବେଳେ କିଛି ରକ୍ତ ନଷ୍ଟ ହୋଇଥାଏ। ଏଣୁ ରକ୍ତ ଅଭାବ ଦୂର କରିବା ପାଇଁ ଏବଂ ରକ୍ତ ହୀନତା ରୋଗୀଙ୍କ ପାଇଁ ହିମୋଗ୍ଲୋବିନ ଇଞ୍ଜେକ୍ସନ ସପ୍ତାହରେ ୨ ଥର ଦେବା ବ୍ୟବସ୍ଥା ରହିଛି ା କିନ୍ତୁ ଅନେକ ରୋଗୀ ୨ ଥର ପାଉ ନ ଥିବାରୁ ବାହାରୁ ଅନୂ୍ୟନ ୭ ଶହ ଟଙ୍କାରେ କିଣିବାକୁ ପଡୁଛି ବୋଲି ରୋଗୀ ମାନେ କହୁଛନ୍ତି। ଫଳରେ ଗରୀବ ଲୋକେ କିଣି ନ ପାରି ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଗରୀବ ରୋଗୀଙ୍କୁ ଆବଶ୍ୟକସ୍ଥଳେ ବାହରୁ କିଣି ଦେବାକୁ ସେମାନେ ନିନେଦନ କରୁଛନ୍ତି।
ଆପାତ୍ତକାଳୀନ ସମୟରେ ରୋଗୀଙ୍କ ହୃଦସ୍ପନ୍ଦନ ସ୍ଥିରତା ପାଇଁ ଆଇସିୟୁ ଆବଶ୍ୟକ। ଏଣୁ ଏନେଇ ଓାର୍ଡରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି। ନୂତନ ଭାବେ ଯୋଗଦେବା ପରେ ଏଡିଏମଓ ମେଡିକାଲ ବିଭିନ୍ନ ଓାର୍ଡର ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେଉଛନ୍ତି। ଏଡିଏମଓ ମେଡିକାଲ ଡକ୍ଟର ଗୁରୁପ୍ରସାଦ ମିଶ୍ର, କହିଛନ୍ତିି ଯେ, ସେ ଯୋଗଦେବା ପରେ ସ୍ବତନ୍ତ୍ର ପାଣି ଯୋଗାଣ ବ୍ୟବସ୍ଥା କରିବା ସହ ହିମୋଗ୍ଲୋବିନ ଇଞ୍ଜେକ୍ସନ ଦେବା ବ୍ୟବସ୍ଥା କରିଛନ୍ତି। ସେଭଳି ନିର୍ଦ୍ଦିଷ୍ଟ ସୂଚନା ଆସିଲେ ସେ ନିଶ୍ଚୟ ଦୃଷ୍ଟି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri