ବିଭାଗୀୟ ତଦନ୍ତ ଆରମ୍ଭ

ବଇଣ୍ଡା,୧୪।୩(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପିତାବଳୀବାହାଳ ଛକ(କନ୍ତପଡ଼ା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ମାଟି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପକ୍କା ରାସ୍ତା ନିର୍ମାଣ କରାଯାଉଛି। ହେଲେ ଉକ୍ତ ରାସ୍ତା ଠିକାଦାର-ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଯୋଗୁ ଅତି ନିମ୍ନମାନର ହେଉଥିବା ନେଇ ବୁଧବାର ଗୋପୀନାଥପୁର, ବିପ୍ରଡିହ, ପିତାବଳୀବାହାଳ, କେଞ୍ଚୁଆନାଳୀ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଅଭିଯୋଗ କରିଥିଲେ। ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସହ ଏକ ଟିମ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। କନ୍ତପଡ଼ା ସମିତିସଭ୍ୟ ଯଦୁମଣି ସାହୁ, ଅଜିତ କୁମାର ପ୍ରଧାନ, ଅଶ୍ୱିନୀ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ନବକୃଷ୍ଣ ସାହୁ, ବାବାଜୀ ବେହେରା, ସୁମତି ଗଡ଼ନାୟକ, ମଞ୍ଜରୀ ପ୍ରଧାନ, ବୃଷଭ ବେହେରାଙ୍କ ଉପସ୍ଥିତରେ ବିଭାଗୀୟ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ। ନିର୍ମାଣ ହୋଇଥିବା ମେଣ୍ଟାଲିଂ ରାସ୍ତାକୁ ଖୋଳାଯାଇ ଭାଗ ମାପ ସମ୍ପର୍କରେ ତଦନ୍ତ କରାଯିବାସହ ଧୋଇ ହୋଇଯାଇଥିବା ରାସ୍ତାର ପୁନଃନିର୍ମାଣ ପାଇଁ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗ୍ରାମବାସୀମାନେ ନିର୍ମାଣ ହୋଇଥିବା ପୋଲ ଗୁଡ଼ିକ ମଧ୍ୟ ନିମ୍ନମାନର କରାଯାଇଥିବା ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିଥିଲେ। ଏ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଅଧିକାରୀମାନେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଏହି ରାସ୍ତା ହୋଇଥିବା ଯୋଗୁ ଅତି କଦର୍ଯ୍ୟ ସହ ନିମ୍ନମାନର କରାଯାଇ ଅର୍ଥକୁ ବାଟମାରଣା କରିବା ପାଇଁ ଯୋଜନା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଲା; ୭ ସୁସ୍ଥ, ଜଣେ ମୃତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ଶନିବାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା...

ହାତୀଙ୍କୁ ଅଟକାଇବେ ମହୁମାଛି

ଢେଙ୍କାନାଳ ଅଫିସ, ୧୨।୬ ଢେଙ୍କାନାଳର ଶୀତଳ ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଐତିହ୍ୟ ମାନ୍ୟତାପ୍ରାପ୍ତ ପ୍ରାଣୀ ହାତୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଜିଲାରେ...

ବିଭାଗୀୟ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବେ ଅଫିସର

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ):ବିଧାନସଭାରେ ରାଜ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥାଏ। ହେଲେ ବିଭିନ୍ନ ବିଭାଗ ସମ୍ବନ୍ଧରେ ଆଲୋଚନା ହେଉଥିବା ସମୟରେ ସମ୍ପୃକ୍ତ ବିଭାଗର ଅଫିସର ରହୁ...

କାରାଗାରରେ କଏଦୀଙ୍କ ପାଇଁ ଆଧାର କ୍ୟାମ୍ପ୍‌

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ଦୁଇଦିନ ଧରି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଅଧିକାଂଶ କଏଦୀଙ୍କ...

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ...

ପରପାରିରେ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର,୨।୨(ବ୍ୟୁରୋ): କବି ପ୍ରମୋଦ କୁମାର ମହାନ୍ତିଙ୍କ ବୁଧବାର ପରଲୋକ ହୋଇଛି। ୧୯୬୭ଠାରୁ ସେ ତାଙ୍କର କାବ୍ୟଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ୧୯୮୨ରେ ‘ଦେବୀପାଦ’ ହିଁ...

ପାଳନ ହେଉନି ସରକାରୀ ପ୍ରତିଶ୍ରୁତି

ବଇଣ୍ଡା,୩।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ। ଏପରି କି ୨...

କୋଭିଡ୍‌ ମେଡିକାଲ ଡାକ୍ତରଙ୍କ ନମୁନା ପଜିଟିଭ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ଜିଲା ତାଳଚେର କୋଭିଡ୍‌ ମେଡିକାଲରେ କାର୍ଯ୍ୟରତ ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ନମୁନା କରୋନା ପଜିଟିଭ ବାହାରିଛି। ତାଙ୍କୁ ଭୁବନେଶ୍ୱର...

Advertisement
Archives

Model This Week