Posted inଖେଳ

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତୀତ ତାରକା ରେସ୍‌ଲର ଭିନେଶ ଫୋଗତ, ବ୍ୟାଡ୍‌ମିଣ୍ଟନ କୁଇନ୍‌ ପି.ଭି. ସିନ୍ଧୁ, ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରୀକମ୍‌, ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ମାନସୀ ଯୋଷୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ମାର୍ଚ୍ଚ ୮ ତାରିଖରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ପବ୍ଲିକ ଭୋଟିଂରେ ବିଜେତା ନିର୍ଣ୍ଣିତ ହେବେ। ବିବିସିର ୬ଟି ଭାଷାର ଓ୍ବେବସାଇଟ୍‌ରେ ଏହା ଫେବୃୟାରୀ ୧୮ ପର୍ଯ୍ୟନ୍ତ ଓପନ ରହିବ। ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ଭିନେଶ ୨୦୧୯ରେ ନୁର ସୁଲତାନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ପାଇବା ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ। ସିନ୍ଧୁ ଭାରତର ପ୍ରଥମ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳିଭାବେ ଗତବର୍ଷ ବିଶ୍ୱ ଚାମ୍ପିୟନ ହୋଇଥିଲେ। ସେହିପରି ମାନସୀ ପାରା ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ବିଶ୍ୱ ଚାମ୍ପିୟନର ରେକର୍ଡ ବହନ କରୁଥିବାବେଳେ ମେରୀକମ୍‌ ୬ ସ୍ବର୍ଣ୍ଣ ସହ ୮ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାସଲ କରିଛନ୍ତି। ୪୦ ଜଣ ପ୍ରମୁଖ ସ୍ପୋଟର୍‌ସ ଜର୍ନାଲିଷ୍ଟଙ୍କୁ ନେଇ ଗଠିତ ପ୍ୟାନେଲ ଏହି ପୁରସ୍କାର ପାଇଁ ଖେଳାଳି ତାଲିକା ପ୍ରସ୍ତୁତ କରିଛନ୍ତି। ”ଆମେ ପ୍ୟାନେଲ ସଦସ୍ୟଙ୍କୁ ପ୍ରାର୍ଥୀ ବାଛିବା ପାଇଁ କହିଥିଲୁ। ସେମାନଙ୍କ ଭୋଟିଂ ଅନୁସାରେ ସର୍ବାଧିକ ଭୋଟ ପାଇଥିବା ଏହି ୫ ଆଥଲେଟ୍‌ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି“ ବୋଲି ବିବିସି ଭାରତୀୟ ଭାଷାର ମୁଖ୍ୟ ରୂପା ଝା ପ୍ରକାଶ କରିଛନ୍ତି। ଏକ ସମୟରେ ଆଥଲେଟଙ୍କ ଖେଳ ଜୀବନ, ସାମାଜିକ କାର୍ଯ୍ୟ ଏବଂ କ୍ରୀଡ଼ା ବ୍ୟତୀତ ଜୀବନଶୈଳୀକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି। ଦୁଇଥର ଓ୍ବାଲର୍‌ଡ କ୍ୟାଡେଟ ଚାମ୍ପିୟନ ଉଦୀୟମାନ ରେସଲର ସୋନମ ମଲିକଙ୍କ ଦ୍ୱାରା ଭୋଟିଂ ଓପନ ହୋଇଛି। ରିଓ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକଙ୍କୁ ନିକଟରେ ହରାଇ ସୋନମ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ଭିନେଶଙ୍କୁ ଆଦର୍ଶ ମାନୁଥିବା ଏହି ୧୮ବର୍ଷୀୟା ବାଳିକା ମାତାପିତାମାନେ ସେମାନଙ୍କ ଶିଶୁ କନ୍ୟାଙ୍କୁ ସପୋର୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ ଏବଂ ସମ୍ଭବତଃ ଆସନ୍ତା ବର୍ଷରୁ ଇମର୍ଜିଂ ଆଥଲେଟ୍‌ଙ୍କ ପାଇଁ ଏକ ପୁରସ୍କାରକୁ ସାମିଲ କରାଯିବ ବୋଲି ବିବିସିର ବିଜ୍‌ନେସ ଡେଭଲପମେଣ୍ଟ(ଏସିଆ ପାସିଫିକ) ମୁଖ୍ୟ ଇନ୍ଦୁ ଶେଖର ସିହ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲିଶରେ ତ୍ରୁଟିପୂର୍ଣ୍ଣ ପୋଷ୍ଟ ପାଇଁ ସମାଲୋଚିତ ହେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୦।୨- ପାକିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ଇଂଲିଶରେ ଭୁଲ କ୍ୟାପଶନ ପାଇଁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନାର ଶୀକାର ହେବାକୁ ପଡ଼ିଛି। ସେ ପୂର୍ବତନ...

ପଡ଼ିଲା ପ୍ରଥମ ଉଇକେଟ

ଅକ୍‌ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍‌ ହୋଇଥିବାବେଳେ...

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍‌ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍‌ ରଖିଲା ଦିଲ୍ଲୀ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି।...

ଚେନ୍ନାଇ ପାଇଁ ଖୁସି ଖବର: ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳକୁ ଫେରିପାରନ୍ତି ବେନ ଷ୍ଟୋକ୍ସ

ଚେନ୍ନାଇ,୨୧।୪: ଚାରିଥର ଚମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ସିଏସେ୍‌କେ...

ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି, ଅଚାନକ ଆସିଲା ମା’ଙ୍କ ମୃତ୍ୟୁ ଖବର

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ଏ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ପାକିସ୍ତାନ ଦଳ ପାଇଁ ଏକ ଦୁଃଖଦ ଖବର ଆସିଛି। ଦଳର ୧୬ ବର୍ଷୀୟ ବୋଲି ନସିମ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଟସ ଜିତି ଭାରତର ବୋଲିିଂ, ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ…

ଲଣ୍ଡନ,୭।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହୀ ମ୍ୟାଚରେ ଟସ ଜିତିବା...

ସାଙ୍ଗଠାରୁ ହେଲିକପ୍ଟର ସଟ୍‌ ମାରିବା ଶିଖିଥିଲେ ଧୋନୀ, ବଦଳରେ ଦେଇଥିଲେ ଏମିତି ଉପହାର

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଜୀବନୀକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଉଛି। ଅନେକ ସଂଘର୍ଷ ମଧ୍ୟରେ କ୍ରିକେଟର ହୋଇଥିବା ଧୋନୀଙ୍କ ସ୍ବତନ୍ତ୍ର ସଟ୍‌...

Advertisement
Archives

Model This Week