ବିବାହ ବାର୍ଷିକୀରେ ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୮।୪: ଏବେ କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ସାରା ବିଶ୍ୱ ଏକ ପ୍ରକାର ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ବିଶେଷଜ୍ଞମାନେ ଏହାର ଚିକିତ୍ସା ଖୋଜି ଚାଲିଛନ୍ତି। ଏହାରି ଭିତରେ ଦିଲ୍ଲୀରେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ପ୍ରଥମ ପ୍ଲାଜମା ଥେରାପିରେ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ବେଲେ ଏବେ ଏହାକୁ ବଢାଇବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଛନ୍ତି। କିଛିଦିନ ତଳେ ଦିଲ୍ଲୀର ମୋତି ନଗରରେ ରହୁଥିବା ଅନୁଜ ଶର୍ମା କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାରୁ ତାଙ୍କୁ ପ୍ଲାଜମା ଦାନ କରିବାକୁ ଫୋନ୍‌ ଆସିବା ପରେ ସେ ଏହାକୁ ଏଡାଇ ପାରି ନ ଥିଲେ। ଏପ୍ରିଲ ୨୫ରେ ତାଙ୍କର ବିବାହ ବାର୍ଷିକୀ ଥିବା ବେଳେ ସେ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦାନ କରିଥିଲେ। ସେ କହିଛନ୍ତି କରେନା ଭଳି ମହାମାରୀ କବଳରୁ ବିଶ୍ୱକୁ ରକ୍ଷା କରିବାକୁ ସମସ୍ତେ ଯତ୍ନବାନ ହେବା ଜରୁରୀ। ଏହାସହ ପ୍ଲାଜମା ଦାନ କରିବାକୁ ମାତ୍ର ୪୫ ମିନିଟ ସମୟ ଲାଗୁଥିବା ବେଳେ ଏହାଦ୍ୱାରା ଯଦି ଜଣଙ୍କ ଜୀବନ ବଞ୍ଚାଇ ହେଉଛି ତା’ଠାରୁ ବଡ ଖୁସି ଆଉ କିଛି ନାହିଁ। ତେଣୁ ଅନ୍ୟମାନେ ମଧ୍ୟ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଏନ୍‌ୟୁରେ ଛାତ୍ର-ସୁରକ୍ଷା କର୍ମୀ ସଂଘର୍ଷ: ଏବିଭିପି ସଭାପତିଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ,୨୨।୮:ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ସୋମବାର ବିକ୍ଷୋଭରତ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ...

ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ...

ଅନ୍‌ଲାଇନରେ ଆମେରିକା ପୁଅଙ୍କୁ ବିବାହ କରିବେ ଭାରତୀୟ ଝିଅ: କୋର୍ଟ ଦେଲେ ଅନୁମତି

ଚେନ୍ନାଇ,୧।୮: ଭାରତୀୟ ଝିଅ ଅନଲାଇନରେ ଆମେରିକାର ପୁଅକୁ ବିବାହ କରିବାକୁ ଅନୁମୋଦନ ପାଇଛନ୍ତି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ତାମିଲନାଡୁର କନ୍ୟାକୁମାରୀ ନିବାସୀ ଭାସମି ସୁଦର୍ଶନୀଙ୍କ...

ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି ।...

ବନ୍ଦ ହେବ ଫିଲ୍ମ ଶୁଟିଂ

ମୁମ୍ବାଇ,୧୫।୩: କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ କରି ଦିଆଯାଇଛି। କରୋନାଠାରୁ ଦୂରେଇ ରହିବାକୁ ସରକାର ଏହି ପଦକ୍ଷେପ...

ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ କରୋନା ନେଲା ଆଉ ୨୧ ମୁଣ୍ଡ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୨୧ ଜଣଙ୍କ ଜୀବନ ନେଇଛି।...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏହି ରସରୁ ଚାମୁଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମେଦବହୁଳତାର ଶିକାର ହୋଇଥାନ୍ତି। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।...

ଆଶିଷଙ୍କୁ ଦୋହରା ଝଟ୍‌କା, ୨୬ ଏପ୍ରିଲ୍‌ରେ ଜିଲା ଅଦାଲତରେ ଅଭିଯୋଗ ଶୁଣାଣି…

ନୂଆଦିଲ୍ଲୀ, ୧୯।୪ : ଲଖିମପୁର ଖେରୀର ତିକୁନିଆ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦୋହରା ଝଟ୍‌କା ଲାଗିଛି। ବର୍ତ୍ତମାନ, ଜିଲା କୋର୍ଟରେ ଅଭିଯୋଗର ଅଭିଯୋଗ...

Advertisement
Archives

Model This Week