ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ

ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟାୟ ନ ମିଳିଲେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୁକ୍ତ ପ୍ରେମିକ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଘର ମହାବିରୋଡ ଫାଣ୍ଡି ଅଞ୍ଚଳରେ। ଆମ୍ବପଳାସ ଗ୍ରାମର ସୂର୍ଯ୍ୟକାନ୍ତ ସାହୁ ଓରଫ୍‌ ପପୁଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ସେ ୩ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଯୁବତୀ ଜଣକ ବିବାହ କରିବାକୁ କହିବାରୁ ଧରା ଛୁଅଁ। ଦେଉ ନ ଥିଲେ। ଏଥିରେ ନିରାଶ ହୋଇ ସେ ଡିସେମ୍ବର ୨୨ରେ ଆମ୍ବପଳାସ ଆସି ଯୁବକଙ୍କ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ଏଥିସହ ବୋହୂ ସ୍ବୀକୃତି ଦେବାକୁ ଅଡ଼ି ବସିଥିଲେ। ତେବେ ସନ୍ଧ୍ୟାରେ ପପୁଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିଲେ। ମୋବାଇଲ ଭାଙ୍ଗିଦେବା ସହ ଜୋରଜବରଦସ୍ତ ବାଇକ୍‌ରେ ବସାଇ ଯୁବତୀଙ୍କ ଗଁ। ମୁଣ୍ଡରେ ଛାଡ଼ି ଆସିଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଉଭୟ ପକ୍ଷଙ୍କୁ ଡକାଇ ଏହାର ସମାଧାନ କରିଥିଲା। ଯୁବକଙ୍କ ପରିବାର ଯୁବତୀଙ୍କୁ ବୋହୂ କରି ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରେ ସେମାନେ ଆଉ ଧରାଛୁଅଁ। ଦେଉନାହାନ୍ତି। ଏହାର ପ୍ରତିବାଦରେ ଯୁବତୀ ଜଣକ ଶୁକ୍ରବାର ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଘରକୁ ଫେରିବା ବଦଳରେ ଆମ୍ବପଳାସ ଯାଇ ଯୁବକଙ୍କ ଘର ବାରଣ୍ଡାରେ ବସି ରହିଛନ୍ତି। ଅନ୍ୟପଟେ ଯୁବତୀଙ୍କୁ ଦେଖି ଅଭିଯୁକ୍ତ ପ୍ରେମିକଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।
ଏ ନେଇ ଯୁବତୀ ଜଣକ କୁହନ୍ତି, ରବିବାର ଯାଏ ସେ ଅପେକ୍ଷା କରିବେ। ଯୁବକଙ୍କ ପରିବାର ଲୋକେ ନ ଆସିଲେ ତାଲା ଭାଙ୍ଗି ଘରେ ପଶିବେ। ଏଥିରେ ବ୍ୟାଘାତ ଦେଲେ ଆତ୍ମହତ୍ୟା କରିବେ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁ କୁହନ୍ତି, ଅଭିଯୋଗ ହୋଇଛି। ଅଭିଯୁକ୍ତ ପ୍ରେମିକ ଫେରାର ଅଛନ୍ତି। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ...

ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଆତଙ୍କ: ୨ଚାଷୀଙ୍କୁ ଦାନ୍ତରେ ଭୁସିଦେଲା

ପରଜଙ୍ଗ, ୧୨।୯(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ବୁଧବାର ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀ ଦାନ୍ତରେ ଭୁସିଦେବାରୁ...

ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ପରଜଙ୍ଗ,୯ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକ ନିକଟରେ ରାଶନ ଦୋକାନ କରିଥିବା କ୍ଷୀରୋଦ ସାହୁଙ୍କ କର୍ମଚାରୀ ଜୟନ୍ତ ଆଚାର୍ଯ୍ୟ ସୋମବାର ଲୋଧଣି ଗ୍ରାମ୍ୟ...

ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ...

ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର...

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ...

କଟର ମେଶିନ ଛଡ଼ାଇନେଲେ

ଢେଙ୍କାନାଳ ଅଫିସ, ୮ା୬:  ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦାଦାଗିରି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ବେଆଇନ ଖାଦାନରେ ଚଢ଼ାଉବେଳେ କେତେବେଳେ ସେମାନେ ଆକ୍ରମଣ କରୁଛନ୍ତି...

ଦିଅଁ ଦର୍ଶନରେ କଟିଲା ଦିନ: କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧।୧: ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ...

Advertisement
Archives

Model This Week