Posted inଫୁରସତ

ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି

ଓ୍ବାଶିଂଟନ୍‌: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍‌ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍‌ ସମୟରେ ବିବାହକୁ ଖାସ୍‌ କରିବା ନେଇ ଶପଥ କରିଥିଲେ। ଯେଉଁଥିପାଇଁ ବିବାହ ପୋଷାକରେ ୨୩ ଦେଶ ବୁଲି ଆସିଛନ୍ତି। ୨୦୧୬ରେ ଏହି ଯୋଡ଼ିଙ୍କର ନିର୍ବନ୍ଧ ହୋଇଥିବା ବେଳେ ୨୦୧୭ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପରେ ୨୦୧୮ ଜାନୁୟାରୀରେ ହନିମୁନ୍‌ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ। ବିବାହକୁ ଖାସ୍‌ କରିବା ପାଇଁ ସେହି ପୋଷାକରେ ୨୩ଟି ଦେଶ ବୁଲିବା ପାଇଁ ବାହାରିଥିଲେ। ତାଙ୍କର ଏହି ଯାତ୍ରା ପ୍ରଥମେ ଥାଇଲାଣ୍ଡ୍‌ରୁ ଆରମ୍ଭ ହୋଇଥିଲା। ୧୦ ମାସ ମଧ୍ୟରେ ଦମ୍ପତି ମାଉଣ୍ଟ ଏଭରେଷ୍ଟ, ଚାଇନା, ଦୁବାଇ, ଇଟାଲି, ଫ୍ରାନ୍ସ, ତୁର୍କୀ, ଇଣ୍ଡୋନେସିଆ, ଗ୍ରୀସ୍‌, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ, ଅଷ୍ଟ୍ରିୟା, ସର୍ବିୟା, ଦକ୍ଷିଣଆଫ୍ରିକା, ଇସ୍ରାଇଲ, ସିଙ୍ଗାପୁର, ମିଶର, ଶ୍ରୀଲଙ୍କା, ସୁଇଜରଲାଣ୍ଡ୍‌, ଭାରତ ଆଦି ଦେଶ ବୁଲିଥିଲେ। ଏହି ନବଦମ୍ପତି ଭାରତ ଆସିଥିବା ସମୟରେ ଭାରତର ସଂସ୍କୃତି, ପରମ୍ପରାକୁ ଅନୁକରଣ କରିଥିଲେ। କନ୍ୟା ଜୋ ନେ ଗାଉନ୍‌ ପିନ୍ଧିବା ସହିତ ମୁଣ୍ଡରେ ଓଢ଼ଣା ପକାଇଥିଲେ। ମଥାରେ ଟିକିଲି ମଧ୍ୟ ଲଗାଇଥିଲେ। ନବଦମ୍ପତିଙ୍କ କହିବା ଅନୁସାରେ, ବିବାହ ପୋଷାକ ଥରେ ପିନ୍ଧିବାକୁ ପଡ଼େ। ତେଣୁ ଏମିତି କିଛି କରିବାକୁ ଚାହୁଁଥିଲେ ଯାହା ସ୍ମରଣୀୟ ହୋଇରହିବ। ଦୁନିଆ ବହୁତ ବଡ଼। ଏଥିଲାଗି ବିବାହ ପୋଷାକରେ ସାରା ଦେଶ ବୁଲିବାକୁ ଇଚ୍ଛା ରଖିଥିଲେ। ନବଦମ୍ପତିଙ୍କ ଇଚ୍ଛା ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri