ବିବାହ ପୂର୍ବରୁ ଭାଙ୍ଗିଲା ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ନିର୍ବନ୍ଧ, କନିକାଙ୍କ ଭଳି ଇଶିତା ଛାଡ଼ିଲେ ହାତ

ମୁମ୍ବାଇ: ପୁଣି ଥରେ ଭାଙ୍ଗିଛି ପିସି ଓରଫ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ। ପ୍ରଥମେ ୨୦୧୪ ମସିହାରେ କନିକା ମାଥୁରଙ୍କ ସହ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗିଥିବା ବେଳେ ଏବେ ଇଶିତା କୁମାରଙ୍କ ସହ ସମ୍ପର୍କ ତୁଟିଛି। ପ୍ରତିଟି କ୍ଷେତ୍ରରେ ବିବାହର କିଛି ଦିନ ପୂର୍ବରୁ ଏପରି ଘଟୁଥିବାରୁ ସୋସିଆଲ ମିଡିଆରେ ଏ ନେଇ ବିଶେଷ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।
ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହର କିଛି ଦିନ ପରେ ସିଦ୍ଧାର୍ଥଙ୍କ ବିବାହ ନେଇ ସୂଚନା ମିଳିଥିଲା। ଏପରିକି ପିିସି ମଧ୍ୟ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଫଟୋ ଶେୟାର କରି ଏଥିରେ ମୋହର ମାରିଥିଲେ। ଉଭୟଙ୍କ ବିବାହ ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଇଶିତାଙ୍କ ସ୍ବାସ୍ଥ୍ୟଗତ କାରଣକୁ ନେଇ ଏହାକୁ ବାତିଲ କରାଯାଇଥିଲା। ଏବେ ଶେଷରେ ଉଭୟଙ୍କ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।
ସିର୍ଦ୍ଧାର୍ଥଙ୍କ ପ୍ରଥମ ପ୍ରେମିକା ଥିଲେ କନିକା। ଉଭୟ ସମ୍ପର୍କରେ ଅନେକ ଦିନ ରହିବା ପରେ ସିଦ୍ଧାର୍ଥ ବିବାହ ନିମନ୍ତେ ଘୋଷଣା କରିଥିଲେ। ଗୋଆରେ ଉଭୟଙ୍କର ବିବାହ ହୋଇଥାନ୍ତା। ଏହା ପୂର୍ବରୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସିଦ୍ଧାର୍ଥ ନିଜ କାମରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ଏଭଳି ହୋଇଥିବା ଜଣାପଡ଼ିଥିଲା।
ସେହିଭଳି ଏବେ ଇଶିତା ମଧ୍ୟ ଆଗକୁ ବଢ଼ିଛନ୍ତି। ସର୍ଜରି ପରେ ସେ ଏବେ ଲଣ୍ଡନରେ ଅଛନ୍ତି। ସେଠାରେ ତାଙ୍କୁ ଏକ ଚାକିରି ମିଳିଛି। ଏଣୁ ସେ କାମ କରି ଏଭଳି ପରିସ୍ଥିତି ସହ ମୁକାବିଲା କରିବା ଲାଗି ନିଶ୍ଚିତ କରିସାରିଛନ୍ତି। ଇଶିତାଙ୍କ ଭଳି ସିଦ୍ଧାର୍ଥ ମଧ୍ୟ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଆଗକୁ ବଢ଼ିଛନ୍ତି। ପିସି ଓ ସେ ଇଶିତାଙ୍କୁ ସୋସିଆଲ ମିଡିଆରୁ ଅନ୍‌ଫଲୋ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ପରିଚୟର ଆବଶ୍ୟକତା ବୋଧହୁଏ ନାହିଁ । କେବଳ ସାଉଥ୍ କାହିଁକି ବଲିଉଡରେ ବି ସେ ଅଭିନୟ ଜରିଆରେ ନିଜର...

ପୂର୍ବତନ ସ୍ବାମୀଙ୍କ ପ୍ରତି ରହିଛି ଏଭଳି ଫିଲିଙ୍ଗସ୍‌, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା...

‘ଭାଗ୍‌ ମିଲ୍‌ଖା ଭାଗ୍‌’ ପାଇଁ ଟଙ୍କାଏ ପାଉଣା ନେଇଥିଲେ ‘ଫ୍ଲାଇଂ ଶିଖ୍‌’

ବମ୍ବେ: ଭାରତର ମହାନ ଧାବକ ମିଲ୍‌ଖା ସିଂହଙ୍କ ପରଲୋକକୁ ନେଇ ଶୋକରେ ବୁଡ଼ିଛି ପୁରା ଦେଶ। ଚାରି ଚାରି ଥରେ ସ୍ବର୍ଣ୍ଣ ପଦକ ବିଜେତା ଥିବା...

୪୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ସଚିନ, ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ୪୨ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ ତାରକ ମେହତା କା ଉଲ୍‌ଟା ଚସମା ଫେମ ସଚିନ ଶ୍ରଫ। ଇଭେଣ୍ଟ ପ୍ଲାନର ତଥା...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ...

ପୃଥିବୀର ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ କିଙ୍ଗ ଖାନ…

ମୁମ୍ବାଇ,୨୦।୧୨ : ପଠାନ ବିବାଦ ମଧ୍ୟରେ ବଲିଉଡ ଅଭିନେତା ତଥା କିଙ୍ଗ ଖାନ ଶାହରୁଖ ଖାନଙ୍କ ନାମରେ ଆଉ ଏକ ଟାଇଟଲ ପଞ୍ଜିକୃତ ହୋଇଛି। ଇମ୍ପାୟର...

ରୋମାଣ୍ଟିକ ହେଲେ ପଓ୍ବନଦୀପ୍‌-ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ୍‌ର ବିଜେତା ପଓ୍ବନଦୀପ୍‌ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ...

Advertisement
Archives

Model This Week