ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ଅନ୍ୟ ଏକ ଗାଁର ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲା କ୍ରମେ, ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି ମାମଲା ନଂ.୧୭୦/୧୯, ଦଫା ୩୭୬(ଆଇ)(ଇ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ପୋଲିସ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ବୁଧବାର ପୀଡ଼ିତା ଓ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଆଇ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ତାଙ୍କ ମାଉସୀଙ୍କ ଗାଁକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ଗତ ଜୁନ୍‌ ୨ ତାରିଖ ରାତିରେ ସେ ଶୋଇଥିବାବେଳେ ସେହି ଗାଁର ବି. ଶିବଶଙ୍କର(୨୫) ତାଙ୍କୁ ବଳାତ୍କାର କରିଥିଲେ। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବର୍ତ୍ତମାନ ଯୁବତୀ ଜଣକ ଗର୍ଭବତୀ ଥିବା ପୋଲିସ ନିକଟରେ ବୟାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ପିଟିଲା ବାଇକ୍‌, ଯୁବ ବ୍ୟବସାୟୀ ମୃତ; ୨ ଗୁରୁତର

ଲାଞ୍ଜିଗଡ଼,୧୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ...

କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସହ ନୃତ୍ୟ ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ

ଜୟପୁର,୧୯। ୭(ଡି.ଏନ.ଏ.)-କୋରାପୁଟ ଜିଲାର ଜୟପୁର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେତେଜଣ ରୋଗୀ ନିକଟରେ ନୃତ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ନୃତ୍ୟ...

ମହାପ୍ରଭୁଙ୍କ ସରିଲା ଝୁଲଣ ଯାତ୍ରା

ପୁରୀ ଅଫିସ,୧୪ ।୮: ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଝୁଲଣଯାତ୍ରା ଭାଦ୍ରବ ମାସ କୃଷ୍ଣ ପ୍ରତିପଦା ତିଥି ଶନିବାର ଶେଷ ହୋଇଛି।...

ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ...

ପାଟ୍ରୋଲିଂ କରୁନାହାନ୍ତି ବନ କର୍ମଚାରୀ

ଭଞ୍ଜନଗର,୨୪।୨(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ବଡ଼ଗୁଣ୍ଡିରିବାଡ଼ି ଜଙ୍ଗଲରେ ଗତ ୧୪ ତାରିଖରେ ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଥିଲା। ମୃତଦେହ ଠାବ ହେବାର ପ୍ରାୟ...

ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର...

ଚାପରେ ଚେପା ତଦନ୍ତ ରିପୋର୍ଟ

ଯାଜପୁର ଅଫିସ,୧୦ା୫:ଶିଳ୍ପ, କାରଖାନାରେ ଭରିଗଲାଣି ଯାଜପୁର ଜିଲାର କଳିଙ୍ଗନଗର ଓ ଜାରକା ଶିଳ୍ପାଞ୍ଚଳ। ଦ୍ରୁତ ଶିଳ୍ପାୟନ ଦ୍ୱାରା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ଏବଂ ବିକାଶ...

କାର୍ଯ୍ୟରେ ଅବହେଳା: ବିଏଲଓ ନିଲମ୍ବିତ: ୨୭ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର ଅଫିସ,୬।୧୧: ଗତ ସେପ୍ଟେମ୍ବର ୧୫ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖ ସୁଦ୍ଧା ସାରିବାକୁ ସମୟସୀମା ନିର୍ଦ୍ଧାରିତ...

Advertisement
Archives

Model This Week