Posted inଜାତୀୟ

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ଚାଲିଥିବା ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର ସୋନାରପୁରରେ ଭାଜପାକୁ ଅଭିଷେକ ଟାର୍ଗେଟ କରି କହିଛନ୍ତି, ଯଦି କେହି ଶ୍ରୀରାମ ନାରାବାଜି କରେ ତେବେ ତାକୁ ମିଠା ଦିଅ ଏବଂ ଜବାବରେ ରାମ୍‌ ନାମ୍‌ ସତ୍ୟ ହେ କୁହ। ଡାଇମଣ୍ଡ ହାର୍ବରରୁ ଏମ୍‌ପି ହୋଇଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ସୋମବାର ସୋନାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଆଦେଶ ଦେଇଛନ୍ତି। ସେ କହିଛନ୍ତି, କୌଣସି ବ୍ୟକ୍ତି ବିକାଶରୁ ବଞ୍ଚିତ ନ ହେଉ। ସେ ଟିଏମସିର ସମର୍ଥକ ହେଉ ଅବା ଅନ୍ୟ କୌଣସି ଦଳର। ଭାଜପା ହିଂସାର ରାସ୍ତା ଆପଣାଇ ଧର୍ମ ନଁାରେ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଷେକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ସରକାର ଗଢିବାକୁ ସଫା ହେଉଛି ଭାଜପାର ରାସ୍ତା

ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ...

ଲଭ୍‌ ଜେହାଦ୍‌ ପାଇଁ କଡ଼ା ଆଇନ ଆଣିବେ ଶିବରାଜ: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଭୋପାଳ,୨୬।୧୨: ଲଭ୍‌ ଜେହାଦ୍‌ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ କା୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।...

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବଦଳିବ ମୌସୁମୀ, ହେବ ବର୍ଷା: ସ୍ୱାମୀ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୯ ।୪: ଗୋଟିଏ ପଟେ ଅସହ୍ୟ ଗରମରେ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ବେଳକୁ ବେଳ ତାତି...

ବିନା ମଞ୍ଜୁରୀ ବିଜ୍ଞାପନ ପ୍ରକାଶିତ କରିପାରିବେନି ରାଜନୈତିକ ଦଳ: ଇସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫ : ଆସନ୍ତା ମେ ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କ୍ଷମତା ହାସଲ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ଭାଜପା ବିଜୟକୁ...

ଦିଲ୍ଲୀ ଏନସିଆରରେ ଭୂକମ୍ପ, ଥରିଲା ୟୁପି-ହରିୟାଣା

ନୂଆଦିଲ୍ଲୀ,୨୨ ।୨: ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପର ହାଲକା ଝଟକା ଅନୁଭୁତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଦିନ ପ୍ରାୟ ୧ଟା...

ଦହିହାଣ୍ଡି ଭଙ୍ଗା ଉତ୍ସବରେ ୧୩୩ ଆହତ

ମୁମ୍ବାଇ, ୨୫।୮: ମହାରାଷ୍ଟ୍ର ମୁମ୍ବାଇରେ ଦହିହାଣ୍ଡି ଭଙ୍ଗା ଉତ୍ସବରେ ବିଭିନ୍ନ ସ୍ଥାନରେ ହ୍ୟୁମାନ ପିରାମିଡ୍‌ ଭାଙ୍ଗିଯିବାରୁ ୧୩୩ ଜଣ ଆହତ ହୋଇଛନ୍ତି। ମୁମ୍ବାଇରେ ୧୧୯ ଜଣ...

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି।...

ପୁଣି ଫେରିବ ରାମାୟଣ

ନୂଆଦିଲ୍ଲୀ,୧୪।୪: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ପରଦାକୁ ଫେରୁଛି। ପ୍ରତିଦିନ ସନ୍ଧ୍ୟା ୭ଟାରେ ଷ୍ଟାର ଭାରତରେ ଏହାକୁ ପ୍ରସାରିତ କରାଯିବ। ଏନେଇ ବୁଧବାର ଷ୍ଟାର...

Advertisement
Archives

Model This Week