ବିବାଦରେ ଧୋନୀଙ୍କ ରନ୍‌ଆଉଟ୍‌

ନୂଆଦିଲ୍ଲୀ, ୧୧।୭- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇସାରିଛି। କିନ୍ତୁ ମ୍ୟାଚ୍‌ ପରେ ଏକ ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ଆଲୋଚନା ହେଉଛି। ଧୋନୀ ଯେଉଁ ବଲରେ ଆଉଟ୍‌ ହୋଇଥିଲେ ତାହା ଏକ ନୋ’ ବଲ ଥିଲା। ଲୋକି ଫର୍ଗୁଶନଙ୍କ ଏହି ବଲକୁ ଯେତେବେଳେ ଧୋନୀ ସାମ୍ନା କରିବାକୁ ଯାଉଥିଲେ ସେତେବେଳେ ଟିଭି ସ୍କ୍ରିନରେ ନ୍ୟୁଜିଲାଣ୍ଡ ଫିଲ୍ଡ ସେଟିଂର ଏକ ଗ୍ରାଫିକ୍ସ ଦେଖାଯାଇଥିଲା। ଯେଉଁଥିରେ ୬ ଜଣ କିଓ୍ବି ଖେଳାଳି ୩୦ ଗଜ ସର୍କଲ ବାହାରେ ରହିଥିବା ସ୍ପଷ୍ଟ ଭାବେ ଏହି ଗ୍ରାଫିକ୍ସରୁ ଜଣାପଡ଼ୁଥିଲା। କିନ୍ତୁ ଫିଲ୍ଡ ଅମ୍ପାୟର ଏହି ତ୍ରୁଟିକୁ ଧରିବାରେ ବିଫଳ ହୋଇଥିଲେ। କ୍ରିକେଟ୍‌ ନିୟମ ଅନୁଯାୟୀ ୩୦ ଗଜ ବାହାରେ କେବଳ ୫ ଜଣ ଫିଲ୍ଡରଙ୍କୁ ରହିବାର ଅନୁମତି ରହିଛି। ଯଦି ଏହାଠାରୁ ଅଧିକ ଫିଲ୍ଡର ରୁହନ୍ତି ତାହାଲେ ନୋ’ ବଲ ହୋଇଥାଏ। ଧୋନୀଙ୍କ କ୍ଷେତ୍ରରେ ଏହା ନୋ’ ବଲ ହୋଇଥିଲେ ମଧ୍ୟ ନିୟମ ଅନୁଯାୟୀ ସେ ରନ୍‌ଆଉଟ୍‌ ହୋଇଥାନ୍ତେ। କିନ୍ତୁ ଭାରତକୁ ଏକ ଅତିରିକ୍ତ ରନ୍‌ ମିଳିଥାନ୍ତା ଏବଂ ଏହାପରବର୍ତ୍ତୀ ବଲ୍‌କୁ ‘ଫ୍ର ହିଟ୍‌’ ଘୋଷଣା କରାଯାଇଥାନ୍ତା। ଯାହାର ଫାଇଦା ଭାରତ ଉଠାଇବାରୁ ବଞ୍ଚତ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପୁରସ୍କାର ପାଇଁ ନାମ ତାଲିକା ପଠାଇଲା ବିଏଫ୍‌ଆଇ

ନୂଆଦିଲ୍ଲୀ, ୨ା୬ (ପି.ଟି.)-ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ ଓ...

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ ।...

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ...

ରୋହିତ-ରାହୁଲଙ୍କ ଓପନିଂ ଭୁଲି ହେବନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୧୧।୯: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଅନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଉଭୟ ଟିମ୍‌ ସିରିଜର ୪ ଟେଷ୍ଟ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ବାତିଲ ହୋଇଥିଲା।...

କୋହଲିଙ୍କ ନାମରେ ବିରାଟ ରେକର୍ଡ

ଦୁବାଇ,୨୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫୧ ରନ୍‌ର ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ। ଏହି ଅବସରରେ ଟି୨୦ କ୍ରିକେଟ (ଅନ୍ତର୍ଜାତୀୟ,...

ପୃଥ୍ବୀ ‘ଥ୍ରୀ ଇନ୍‌ ଓ୍ବାନ୍‌’: ସେହ୍ବାଗ

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି...

ସିରାଜଙ୍କୁ ‘ମିନି ରୋନାଲ୍ଡୋ’ ଆଖ୍ୟା ଦେଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ସେଞ୍ଚୁରିୟନ,୨୯।୧୨: ଟିମ ଇଣ୍ଡିଆ ଆଜିକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ତୃତୀୟ...

ଏହି ମହିଳା ରଚିଲେ ଇତିହାସ, ପୁରୁଷ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ମହିଳା ଭାବେ କଲେ ଅମ୍ପାୟାରିଂ

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ଲେର୍‌ ପୋଲୋସାକ ଅମ୍ପାୟାର୍‌ ହୋଇଛନ୍ତି। ଏହା ସହ ସେ...

Advertisement
Archives

Model This Week