ବିବାଦରେ ଛନ୍ଦି ହୋଇପଡ଼ିଛି ବିଭିନ୍ନ ପ୍ରକଳ୍ପ

ଭଦ୍ରକ ଅଫିସ, ୧୫।୧୨- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଭଳି ସରକାରୀ ଶିଳ୍ପ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଧାମରା ବନ୍ଦରକୁ ବାଦ୍‌ ଦେଲେ ଜିଲାରେ ଅନ୍ୟ କୌଣସି ଶିଳ୍ପ ସଂସ୍ଥା ହୋଇପାରି ନାହିଁ। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଜିଲାରେ ନୂତନ ଜିଲା ଚିକିତ୍ସାଳୟ, ଜିଲାସ୍ତରୀୟ ଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିୟମ୍‌ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ଅଟକି ରହିଛି। ସେହିପରି ଜନଆନ୍ଦୋଳନ ମୁଣ୍ଡ ଟେକିବା ସତ୍ତ୍ୱେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, ନର୍ସିଂ ସ୍କୁଲ ପ୍ରତିଷ୍ଠା ଭଳି ଦାବିକୁ ମଧ୍ୟ ଅଣଦେଖା କରାଯାଉଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକଠାରେ ଚିନିକଳ ନିର୍ମାଣ ଲାଗି ୧୯୯୫ରେ ୨୧୭ ଏକର ୭୧ ଡିସିମିଲ ଜାଗା ଅଧିଗ୍ରହଣ କରାଯାଇଥିଲା। ଚିନିକଳ ନ ହେବାରୁ ଅଧିଗୃହୀତ ଜମିରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ହେବ ବୋଲି ପରେ ନିଷ୍ପତ୍ତି ନିଆଯାଇଥିଲା। ଏହାମଧ୍ୟରେ ୨୪ବର୍ଷ ବିତିଥିଲେ ବି ସେଠାରେ କୌଣସି ପ୍ରକଳ୍ପ ହୋଇପାରି ନାହିଁ। ସରକାରଙ୍କୁ ଜମି ଛାଡ଼ିଥିବା ଭଣ୍ଡାରିପୋଖରୀ ବ୍ଲକ ପାହିମହୁରା, ମଞ୍ଜୁରିଗଡ଼ିଆ ଓ ହେଲପୁର ଗଁାର ଜମିହରା ଲୋକେ ଏନେଇ ବାରମ୍ବାର ଆନ୍ଦୋଳନ କରି କୌଣସି ସୁଫଳ ପାଇନାହାନ୍ତି। ସେମାନେ ଅଧିଗୃହୀତ ଜମି ଉପରେ ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏହାକୁ ରାତାରାତି ଭାଙ୍ଗି ପକାଇଥିଲେ। ୧୯୯୩ ରେ ଭଦ୍ରକ ନୂତନ ଜିଲା ମାନ୍ୟତା ପାଇଥିଲେ ମଧ୍ୟ ଏଯାଏ ଜିଲାସ୍ତରୀୟ ଷ୍ଟାଡିୟମ ଭଳି କେତେକ ପ୍ରକଳ୍ପ କେବଳ ପ୍ରସ୍ତାବରେ ଅଟକି ରହିଛି। ସ୍ଥାନୀୟ ନେହେରୁ ଷ୍ଟାଡିୟମ୍‌କୁ ଜିଲାସ୍ତରୀୟ କରାଯିବା ଉଦ୍ୟମ ଫେଲ୍‌ ମାରିଛି। ସେଠାରେ ମାଲିକାନା ସ୍ବତ୍ୱକୁ ନେଇ ବିବାଦ ଲାଗିଥିବାରୁ ଷ୍ଟାଡିୟମର ବିକାଶ ହୋଇପାରୁ ନାହିଁ। ଅନ୍ୟତ୍ର ଷ୍ଟାଡିୟମ ନିର୍ମାଣ ସକାଶେ ମଧ୍ୟ ବିକଳ୍ପ ସ୍ଥାନ ଚିହ୍ନଟ ହୋଇପାରୁ ନାହିଁ। ସହର ମଧ୍ୟଭାଗରେ ଥିବା ଜିଲା ଜେଲରେ ସ୍ଥାନାଭାବ ଯୋଗୁ ଅନ୍ୟତ୍ର ନୂତନ ଜେଲ ପ୍ରତିଷ୍ଠା ଯୋଜନା ହୋଇଥିଲା, ଯାହାକି ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ବହୁଦରଡ଼ାର ୨୦ ଏକର ଜମିରେ ଜେଲ କରାଯିବାକୁ ସ୍ଥିର ହୋଇଥିଲେ ବି ୭ ବର୍ଷ ହେଲା କାର୍ଯ୍ୟ ଅଟକି ରହିଛି। ଆବଶ୍ୟକ ଭିତ୍ତିଭୂମି ଓ ସ୍ଥାନାଭାବ ଯୋଗୁ ଭଦ୍ରକରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ଏବଂ ନର୍ସିଂ ସ୍କୁଲ ପ୍ରତିଷ୍ଠା ଦାବିକୁ ଅଣଦେଖା କରାଯାଇ ଆସୁଛି। ଆଇନଜୀବୀ ଗଦାଧର ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗୃହୀତ ହୋଇ କାମରେ ଲାଗି ନ ପାରିବା ଏକ ବିଡ଼ମ୍ବନା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଜିଲାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଶ୍ରମିକ ନେତା ସମର ବଳ କହିଛନ୍ତି। ଅଧିଗୃହୀତ ଜମିରେ ପ୍ରସ୍ତାବିତ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ସମ୍ପର୍କରେ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ କେଉଁ କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବ ତାହା ସ୍ଥିର ହୋଇପାରି ନ ଥିବାରୁ ଉକ୍ତ ଜାଗା କାମରେ ଲାଗିପାରି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri