ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ: ଭରା ନଦୀରେ ଧୋଉଛନ୍ତି ବାସନ

ନୟାଗଡ଼ ଅଫିସ,୯।୭-ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ । ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ ଭରା ନଦୀକୁ ବାସନ ଧୋଇବାକୁ ଯାଉଛନ୍ତି ସେମାନେ। ଦିନ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକେରା ଆବାସିକ ଉଚ୍ଚ ବିଦ୍ୟାଳୟରେ। କୋମଳମତି ଛାତ୍ରୀଛାତ୍ରମାନେ ସ୍କୁଲଠାରୁ ୫ଶହ ମିଟର ଦୂର ବୃତ୍ତଙ୍ଗ ନଦୀକୁ ନିଜର ଅଇଁଠା ବାସନ ନେଇ ଧୋଇବାକୁ ଯାଉଛନ୍ତି।
ପ୍ରକାଶ ଯେ, ଦଶପଲ୍ଲା ଟାକେରା ଆବାସିକ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରୀଛାତ୍ର ପଢନ୍ତି। ବିଦ୍ୟାଳୟରେ ୩ଟି ନଳକୂପ ଅଛି। ସେଥି ମଧ୍ୟରୁ ଦୁଇଟି ଆଂଶିକ ଅଚଳ ହୋଇପଡିଥିବାବେଳେ ଗୋଟିଏ କାର୍ଯ୍ୟକ୍ଷମ ହେଉଛି। ଗୋଟିଏ ନଳକୂପରୁ ଛାତ୍ରୀଛାତ୍ରମାନେ ପାଣି ପିଇବା ସହ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥାଏ। ଅବଶିଷ୍ଟ ଦୁଇଟି ନଳକୂପରେ ୧୫ ମିନିଟ ହ୍ୟାଣ୍ଡେଲ ମାରିଲା ପରେ ବହୁ କଷ୍ଟରେ ପାଣି ବାଲଟିଏ ବାହାରିଥାଏ। ଫଳରେ ଦୂରରେ ବହିଯାଉଥିବା ବୃତ୍ତଙ୍ଗ ନଦୀ ଏହାର ବିକଳ୍ପ ପାଲଟିଥାଏ। ବର୍ଷା ଯୋଗୁ ଏବେ ନଦୀରେ ଜଳ ଭରି ରହିଛି । ଛାତ୍ରୀଛାତ୍ରମାନେ କେବଳ ନଦୀରେ ବାସନ ଧୋଉଛନ୍ତି ତାହା ନୁହେଁ ସେଠାରେ ଗାଧୋଉଥିବା ମଧ୍ୟ ଜଣାଯାଇଛି। ଫଳରେ ପ୍ରତିଦିନ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଥିବା ନେଇ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନନ କିଶୋର ଭୋଇଙ୍କୁ ପଚାରିବାରୁ ସେ କୁହନ୍ତି ବିଦ୍ୟାଳୟରେ ପାଣିର ଅଭାବ ଥିବାରୁ ପିଲାମାନଙ୍କୁ ବାସନ ଧୋଇବା ପାଇଁ ନଦୀକୁ ପଠାଯାଉଛି। ପିଲାମାନେ ଗଲାବେଳେ ସେମାନଙ୍କୁ ସେଠାରେ ଜଗିବା ପାଇଁ ୨ ଜଣ ରୋଷେୟା ଯାଉଛନ୍ତି। ପାଣିର ଅଭାବ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ସୋମବାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର କିଛି କର୍ମଚାରୀ ଆସି ବିଦ୍ୟାଳୟରେ ପାଣି ପରୀକ୍ଷା କରିବା ସହ ସ୍ଥିତି ଦେଖି ଯାଇଥିବା ପ୍ରଧାନ ଶିକ୍ଷକ ଭୋଇ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନା ଅପହଞ୍ଚ ଭଙ୍ଗାଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ରଣପୁର,୧୩।୧୦(ସ୍ବ.ପ୍ର.)-ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ନୟାଗଡ ଜିଲା ରଣପୁର ବ୍ଲକରେ...

ବାଘ ଗଣନା ଆରମ୍ଭ

ପୁରୁଣାକଟକ,୧୮।୧୨(ଡି.ଏନ.ଏ.): ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ବନାଞ୍ଚଳରେ ବୁଧବାର ଠାରୁ ଚଳିତବର୍ଷ...

ଛାଡ଼ଖାଇରେ ଡାହୁକା ଡ୍ୟାମରେ ମାଛ ଧରିବାକୁ ନାହିଁ କଟକଣା

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଡାହୁକା ଡ୍ୟାମରେ ବୁଧବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଛ ଧରିବା ପାଇଁ ଲୋକଙ୍କ ଭିଡ଼...

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି।...

୧ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷକ

ନୟାଗଡ଼ ଅଫିସ,୧୪।୮-ଜଣେ ଶିକ୍ଷକଙ୍କ ଏମଏସ୍‌ପି (ବର୍ଦ୍ଧିତ ଦରମା) ମଞ୍ଜୁର କରାଇଦେବା ପାଇଁ ଅନ୍ୟ ଜଣେ ଶିକ୍ଷକ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

କଣ୍ଟିଲୋବାସୀଙ୍କ ପାନୀୟ ଜଳ ମହାନଦୀର ଗୋଳିଆ ପାଣି

ଖଣ୍ଡପଡା,୮ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଅନ୍ତର୍ଗତ କଣ୍ଟିଲୋ ନୀଳମାଧବଜୀଉ ପଯର୍‌ୟଟନ କ୍ଷେତ୍ର ଓ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଛି । ୧୫...

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର...

ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ...

Advertisement
Archives

Model This Week