ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ ଅଫିସ,୨୩-୧୦:ଶ୍ରୀମନ୍ଦିର ଗର୍ଭଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ବିପଦରେ ରହିଛି ଗର୍ଭଗୃହ। ଏହାର କାନ୍ଥରେ ଫିମ୍ପି ଲାଗିଥିବାବେଳେ ଧଳାଛାପର ଚିହ୍ନ ମାଡ଼ିିଗଲାଣି। ଏପରି କି ବର୍ଷତମାମ୍‌ ଦୀପ ଜଳିବା ଦ୍ୱାରା କାନ୍ଥ କଳା ପଡ଼ିଛି। ପୁଣି ଗର୍ଭଗୃହର ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାବେଳେ ଏସି ଯୋଗୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ପୂର୍ତ୍ତ ବିଭାଗ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ମଙ୍ଗଳବାର ଚିଠି ଲେଖି ଅବଗତ କରାଇଛି। ଗତ ଜୁଲାଇ ୬ତାରିଖରେ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟମାନେ ମିଳିତ ଭାବେ ଗର୍ଭଗୃହର ତଳ ଓ ପ୍ରଥମ ମହଲା, ଜଗମୋହନ, ବେହେରଣ ଦ୍ୱାର, ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିିଛି। ଯାଞ୍ଚ ସରିବା ପରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଗର୍ଭଗୃହ ଯାଞ୍ଚ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକର ନିର୍ଯାସକୁ ଆଧାର କରି ବିଭାଗ ଏଏସ୍‌ଆଇକୁ ଚିଠି ଲେଖିଛି।
ଉକ୍ତ ଚିଠିରେ ଦର୍ଶାଯାଇଛି, ଗର୍ଭଗୃହ ଚଟାଣର ଗୋଟିଏ ମିଟର ଉଚ୍ଚ ପର୍ଯ୍ୟନ୍ତ କାନ୍ଥରେ ଧଳାଛାପ ମାଡ଼ିିଗଲାଣି। ଏପରି କି ରତ୍ନସିଂହାସନ ପଛ କାନ୍ଥରେ ଫିମ୍ପି ଲାଗିଯାଇଛି। ଭିତର କାନ୍ଥ ବି ଓଦାଳିଆ ରହୁଛି। ଗର୍ଭଗୃହ ନଳାରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ବର୍ଷକୁ ମାତ୍ର ଥରେ ନଳା ସଫା କରାଯାଉଥିବା ବେଳେ ବର୍ଷତମାମ୍‌ ପାଣି ଜମି ରହୁଛି। ଅନ୍ୟପକ୍ଷରେ ପୂଜା ବିଧି ପାଇଁ ବର୍ଷଯାକ ଗର୍ଭଗୃହରେ ଦୀପ ଜଳା ଯାଉଥିବାରୁ ତଳ ମହଲା କାନ୍ଥ, କନକମୁଣ୍ଡି କାଠ ଫ୍ରେମ୍‌ (ସିଂହାସନ ଉପର ଭାଗ)ରେ କଳା ଆସ୍ତରଣ ଜମିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ବାତ୍ୟା ଫନୀ ସମୟରେ ମଧ୍ୟ ଗର୍ଭଗୃହରେ ପାଣି ଲିକ୍‌ କରିଥିବା ସେବାୟତ ଏବଂ ଯାଞ୍ଚ କମିଟି ସଦସ୍ୟଙ୍କ ନଜରକୁ ଆସିଥିଲା। ଭିତରକାଠରେ ଲାଗିଥିବା ଏସି ମଧ୍ୟ ସମସ୍ୟା ବଢାଉଛି। ଶ୍ରୀମନ୍ଦିରରେ ଏସି ବ୍ୟବହାରକୁ ଏଏସ୍‌ଆଇ ବାରଣ କରିଥିବାବେଳେ ଗର୍ଭଗୃହରେ ପାଣି ନିଷ୍କାସନ ଉପରେ ଗୁରୁତ୍ୱ ଦେଇଛି। ଏଏସ୍‌ଆଇର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ କୁମାର ମଲ୍ଲିକ କହିଛନ୍ତି, କାନ୍ଥରେ ଯେଉଁ ଆଦର୍‌ରତା ରହୁଛି ତାହାର ଗୋଟିଏ କାରଣ ଏସି ହୋଇଥାଇପାରେ। ଗର୍ଭଗୃହରୁ ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାରୁ କାନ୍ଥ ଓଦାଳିଆ ରହୁଥାଇପାରେ। ଶ୍ରୀମନ୍ଦିରର ନିର୍ମାଣଶୈଳୀ ପାଇଁ ଏସି ଠିକ୍‌ ନୁହେଁ ବୋଲି ମଲ୍ଲିକ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଯାଞ୍ଚ କରାଯାଇଥାଏ। ଏଥର ପୂର୍ତ୍ତ ବିଭାଗ ଏଏସ୍‌ଆଇକୁ ଯେଉଁ ଅବଗତ କରାଇଛି ତାହା ଉପରେ କି ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ଆଧାରରେ ତ୍ୱରାନ୍ବିତ ହେବ ସୂଚନା, ଲୋକସମ୍ପର୍କ ବିଭାଗ କାର୍ଯ୍ୟାବଳୀ: ଡିଜିଟାଇଜ୍‌ ହେବ ଫଟୋ, ଚଳଚ୍ଚିତ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫-ଟି ଆଧାରରେ ତ୍ୱରାନ୍ବିତ କରାଯିବ। ଏହା ଦ୍ୱାରା ବିଭାଗ ଆଗାମୀ ଦିନରେ ଲୋକପ୍ରିୟତା ହାସଲ କରିବ। ତେଣୁ...

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୭ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି...

ବାପାଙ୍କ କାଠଫାଳିଆ ମାଡ଼ରେ ପୁଅ ମୃତ

ଶେରଗଡ଼,୨୯ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗ୍ରାମରେ ସୋମବାର ରାତିରେ ବାପାଙ୍କ କାଠଫାଳିିଆ ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର...

ସାଇକେଲ ଚଢି ଅଫିସ୍‌ ଆସିଲେ ବିଏମ୍‌ସି, ବିଡିଏ କର୍ମଚାରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ...

୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର...

ନାବାଳିକାକୁ ଅନ୍ତଃସତ୍ତ୍ୱା କରି ଯୁବକ ଗିରଫ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ.)- ବାରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ...

ଭୁବନେଶ୍ୱରରୁ ୫ ଚିହ୍ନଟ, ଜଣେ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର,୬।୬(ବ୍ୟୁରୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୧୭୩ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ...

ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ...

Play 250+ Trending Games
Archives

Model This Week

Why Dharitri