ବିପଦରେ ଗୋସମ୍ପଦ

ରୂପ୍‌ସା, ୬।୯-ବାଲେଶ୍ୱର ଜିଲା ସଦର ବ୍ଲକରେ ଗୋସମ୍ପଦ ଏବେ ବିପଦରେ। ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଡାକ୍ତର, ନିରୀକ୍ଷକ ଓ ଆଟେଣ୍ଡାଣ୍ଟ ପଦବୀ ଫାଙ୍କା ପଡ଼ିଛି। ଫଳରେ ପ୍ରାଣୀ ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ରୂପ୍‌ସା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଉଦାହରଣ ଭାବେ ନିଆଯାଇପାରେ। ୨୦୧୦ରୁ ଏହି ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଯାବତ୍‌ ଏହା ସମ୍ପୂର୍ଣ୍ଣ ହୋଇପାରିନାହଁି। ବିଭାଗୀୟ ଅପାରଗତା ପାଇଁ ସ୍ଥାନୀୟ ବାସିନ୍ଦା ଦାୟୀ କରିଛନ୍ତି।
ସଦର ବ୍ଲକର ୩୭ଟି ପଞ୍ଚାୟତ ମଧ୍ୟରୁ ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୨୧, ରସାଳପୁର ଚିକିତ୍ସାଳୟ ଅଧୀନରେ ୧୫ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗୋଟିଏ ପଞ୍ଚାୟତ ରହିଛି। ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ୨୧ ପଞ୍ଚାୟତ ପାଇଁ ହଳଦୀପଦା, ଶ୍ରୀରାମପୁର, ସାର୍ଥା, ଛାନୁଆ, ମାଣିକୁଲା, ପରିକ୍ଷୀ ଓ କୁଡ଼ିଆ ଆଦି ସ୍ଥାନରେ ୭ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ରହିଛି। ଏହି ସମସ୍ତ କେନ୍ଦ୍ରରେ କୌଣସି ଆଟେଣ୍ଡାଣ୍ଟ ନାହାନ୍ତି। ପରିକ୍ଷୀ କେନ୍ଦ୍ରରେ ନିରୀକ୍ଷକ ମଧ୍ୟ ନାହାନ୍ତି। ରୂପ୍‌ସା ମୁଖ୍ୟ ଚିକିତ୍ସାଳୟରେ ଜଣେ ଭିଏଏସ୍‌ ଓ ଜଣେ ଆଟେଣ୍ଡାଣ୍ଟ ଥିବା ବେଳେ ଜଣେ ପ୍ରାଣୀଧନ ନିରୀକ୍ଷକ ଓ ଜଣେ ଆଟେଣ୍ଡାଣ୍ଟଙ୍କ ପଦବୀ ଦୀର୍ଘଦିନ ହେଲା ଫାଙ୍କା ପଡ଼ିଛି। ଏଠାରେ ନିର୍ମିତ ହୋଇଥିବା ପୁରୁଣା ଆଜବେଷ୍ଟସ ଛପର ବିଶିଷ୍ଟ ଗୋଦାମଘର ଓ କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ୨୦୧୦-୧୧ ବର୍ଷ ଆର୍ଥିକ ବର୍ଷରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆର୍‌ଆଇଡିଏଫ୍‌ ଯୋଜନାରେ ନୂତନ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୯ବର୍ଷ ବିତିଯାଇଥିଲେ ହେଁ ଏଯାବତ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହଁି। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ମନମୁଖି କାର୍ଯ୍ୟ ପାଇଁ ଚିକିତ୍ସାଳୟର ଅବସ୍ଥା ବଦଳି ପାରିନାହଁି।
ତଥ୍ୟ ଅନୁଯାୟୀ ରୂପ୍‌ସା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗୋସମ୍ପଦ ୩୭,୭୪୯, ଛେଳି ୨୧,୩୯୩ ଓ କୁକୁଡ଼ା ୭୧,୬୧୨ ରହିଛନ୍ତି। ପ୍ରାଣୀଧନ ନିରୀକ୍ଷକ, ଆଟେଣ୍ଡାଣ୍ଟଙ୍କ ଅଭାବ ଯୋଗୁ ଚିକିତ୍ସା ସେବା ଠିକ୍‌ ଭାବେ ଯୋଗାଇ ଦିଆଯାଇ ପାରୁନାହଁି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ସମସ୍ତ ପଞ୍ଚାୟତ ମଧ୍ୟ ସାମିଲ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ଗୋରୁଙ୍କୁ ବଜବଜିଆ, ସାହାଣ, ଫାଟୁଆ, ଛେଳିବସନ୍ତ, ଛେଳିମଡ଼କ, ଆନ୍ତ୍ରିକ ଜ୍ୱର ଟିକାକରଣରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି।
ଏ ସମ୍ପର୍କରେ ପ୍ରାଣୀ ଚିକିତ୍ସିକ ଡା. ସତ୍ୟନାରାୟଣ ପୃଷ୍ଟିଙ୍କୁ ଯୋଗାଯୋଗ କରାଯିବାରୁ ସମସ୍ତ ସମସ୍ୟା ସତ୍ତ୍ୱେ ଛେଳି, କୁକୁଡ଼ା, ଗୋ ଚାଷୀଙ୍କୁ ନେଇ ଆବଶ୍ୟକ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ସମସ୍ତ ପଞ୍ଚାୟତରେ ପ୍ରାଣୀ ଚିକିତ୍ସା ଓ ଭ୍ରାମ୍ୟମାଣ ସେବା ଯୋଗାଇ ଦେବା ପାଇଁ ସର୍ବଦା ପଦକ୍ଷେପ ନିଆଯାଉଛି। ଫାଙ୍କା ପଡ଼ିଥିବା ଆଟେଣ୍ଡାଣ୍ଟ ପଦବୀ ପୂରଣ ହେଲେ ଆହୁରି ସୁବିଧା ଉପଲବ୍ଧ ହୋଇପାରିବ।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?