ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର କୁସୁମୀ ନଦୀରେ ଦେଖିବାକୁ ମିଳିଛି। ବେଆଇନ ଭାବେ ହୁକ ପକାଇ ସମ୍ପୃକ୍ତ ଯୁବକମାନେ ଏହି ବିପଜ୍ଜନକ କାର୍ଯ୍ୟ କରୁଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁ ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ ୧୦ରୁ ୧୨ ଫୁଟର ଏକ ଶୁଖିଲା ବାଉଁଶ ଅଗରେ ଏକ ଲୁହାରଡ୍‌ ବନ୍ଧାଯାଉଛି। ୧୧ କେଭି ଓ ଏଲ୍‌ଟି ଲାଇନ୍‌ରେ ହୁକ ପକାଇ ଏହି ଲୁହା ରଡ୍‌ରେ ଏକ ଫେଜର ବିଦ୍ୟୁତ୍‌ ସଂଯୋଗ କରାଯାଉଛି। ଜଣେ ବ୍ୟକ୍ତି ପାଣି ଭିତରେ ୫ରୁ ୬ଫୁଟ ବ୍ୟବଧାନରେ ଠିିଆ ହୋଇ ବାଉଁଶ ଯୋଗେ ଲୁହାରଡ୍‌କୁ ପାଣି ଭିତରେ ପକାଉଛି। କିଛି ସମୟ ପରେ ମାଛ ଚେତାଶୂନ୍ୟ ହୋଇ ପାଣିରେ ଭାସୁଛନ୍ତି। ସେହି ସମୟରେ ବାଉଁଶ ଟେକିନେବା ପରେ ୫ରୁ ୬ଫୁଟ ଦୂରରେ ଥିବା ଅନ୍ୟ ସହଯୋଗୀମାନେ ମାଛ ଗୋଟାଉଛନ୍ତି। କିଛି ସମୟ ବ୍ୟବଧାନରେ ପୁଣି ସମାନ ତରିକାରେ ମାଛ ମରାଯାଉଛି। ଖବର ପାଇ ଓଡଗଁା ବିଦ୍ୟୁତ୍‌ ବିଭାଗ ଜେଇ ଓ ଓଡଗାଁ ପୋଲିସ ଆମ୍ବରାପୁର ନଦୀ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେବେ ଏମାନେ ପହଞ୍ଚିବା ବେଳକୁ ମାଛଧରାଳିମାନେ ଫେରାର ହୋଇଯାଇଥିଲେ।

କରେଣ୍ଟ ଲଗାଇ ମାଛ ମାରିବାକୁ ନଦୀ କୂଳିଆ ଅଞ୍ଚଳର କେତେଜଣ ଲୋକ ପେଷା ଭାବେ ଆପଣେଇ ନେଇଛନ୍ତି। ଏଭଳି ବିପଜ୍ଜନକ କାର୍ଯ୍ୟ ଜିଲାର ବିଭିନ୍ନ ନଦୀରେ ଚାଲିଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ। ଏ ନେଇ ଜଣେ ମାଛ ଧରାଳୀ ନିଜ ନଁା ଗୋପନ ରଖି କହିଛନ୍ତି, ନୟାଗଡ ପଣ୍ଡୁସରର କିଛି ଲୋକ ନଦୀରୁ ବିଦ୍ୟୁତ୍‌ କରେଣ୍ଟରେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗୋଡିପଡା ଭାଲିଆଡିହି ଓ ପଞ୍ଚୁମୁର କେତେକ ଲୋକ ମଧ୍ୟ ମାଛ ଧରୁଥିଲେ। ବିଦ୍ୟୁତ୍‌ କରେଣ୍ଟ ଲଗାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରାଯାଇ ପାରୁଛି। ଗାତ ଭିତରେ ଥିବା ମାଛ ଧରାଯାଉଛି। ପାଣିରେ ବିଦ୍ୟୁତ୍‌ କରେଣ୍ଟ ଲଗାଇଲେ ଗାତ ବାହାରକୁ ମାଛ ଚାଲି ଆସୁଛନ୍ତି। ପରେ ମାଛ ଗୋଟା ଯାଇଥାଏ। ତେବେ କରେଣ୍ଟ ସାହାଯ୍ୟରେ ମାଛ ମରାରେ ବିପଦ ନାହିଁ। ଯେଉଁ ଲୋକମାନେ ମାଛ ଧରୁଛନ୍ତି ସେମାନେ ଏ ନେଇ ତାଲିମ ପାଇଛନ୍ତି। ଶୁଖିଲା ବାଉଁଶରେ ଲୁହା ରଡ୍‌ ପକାଇବା ସ୍ଥାନଠାରୁ ୫ରୁ ୬ ଫୁଟ ଦୂରରେ ରହିଲେ କରେଣ୍ଟ ମାରିବ ନାହିଁ। ଯେଉଁ କରେଣ୍ଟ ମାରିବ ତାହା କେବଳ ଜଳଚର ଜୀବଙ୍କୁ କିଛି ସମୟ ପାଇଁ ବେହୋସ କରିଦିଏ। ଅନ୍ୟଜଣେ ମାଛଧରାଳି କହିଥିଲେ ଆମେ ମାଛ ଧରିବା ପାଇଁ କେତେକ ଲୋକଙ୍କୁ ଦେଶୀମାଛ ଭେଟି ଦେଉଛୁ। କେତେଜଣ ସରକାରୀ ବାବୁ ମଧ୍ୟ ନେଉଛନ୍ତି। ଏଣୁ ଚଢ଼ାଉ ପୂର୍ବରୁ ଆମକୁ ସୂଚନା ମିଳିଯାଏ। ସ୍ଥାନୀୟ ଲୋକେ ବିରୋଧ କରନ୍ତି ନାହିଁ। ଯଦି କେଉଁଠି ବିରୋଧ ହୁଏ ତେବେ ଆମେ କିଛି ମାଛ ଦେଇ ସେମାନଙ୍କୁ ଚୁପ୍‌ କରିଦେଉ। ଆମକୁ ବିନା ମୂଲ୍ୟରେ ଦେଶୀମାଛ ମିଳେ। ପୁଣି ଦେଶୀମାଛର ଚାହିଦା ଥିବାରୁ ଭଲ ଲାଭ ମିଳେ। ଏଣୁ ଅନେକେ ଏହାକୁ ରୋଜଗାରର ମାଧ୍ୟମ କରିସାରିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri