ବିନା ଭକ୍ତରେ ଚାଲିଛି ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ପୀଠରେ ଭକ୍ତ ଶୂନ୍ୟ ହୋଇ ପଡିଛି। ମା’ଙ୍କ ଚଇତି ପର୍ବ ଚାଲିଥିବା ବେଳେ ସୋମବାର ପଣା ସଂକ୍ରାନ୍ତିରେ ମା’ଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ବର୍ଷ ଏହି ଦିନରେ ଲକ୍ଷାଧିକ ଭକ୍ତଙ୍କ ଭିଡ ରହୁଥିବା ବେଳେ ସୋମବାର କେବଳ ଟ୍ରଷ୍ଟ ବୋର୍ଡ, ପ୍ରଶାସନିକ ଅଧିକାରୀ, ସେବାୟତ ଓ ପୂଜକଙ୍କ ଉପସ୍ଥିତିରେ ଏହି ପୂଜା ହୋଇଥିଲା। ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏଭଳି ପରିବେଶ ଦେଖିବାକୁ ମିଳିଥିଲା। କରୋନା ପାଇଁ ମନ୍ଦିର ପରିସରକୁ ଲକ୍‌ ଡାଉନ୍‌ କରାଯାଇଛି। ମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ ଏପ୍ରିଲ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲେ। ତେବେ ଏହା ମଧ୍ୟରେ ପଣା ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପଡୁଥିବାରୁ ବିଶେଷ କରି ପଣା ସଂକ୍ରାନ୍ତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ତେବେ ଚଳିତ ବର୍ଷ ତାରିଣୀଙ୍କ ପୀଠ ଭକ୍ତଶୂନ୍ୟ ହୋଇ ପଡିଛି।
ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ, ଏହା ହେଉଛି ମା’ଙ୍କ ସବୁଠାରୁ ବଡ ପର୍ବ।ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଏହି ଦିନ ଆସି ମା’ଙ୍କ ଦର୍ଶନ କରିଥାନ୍ତି ଏବଂ ଏହି ଦିନରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କେବଳ ସେବାୟତ ଓ ନିତୀକାନ୍ତି କରୁଥିବା ପୂଜକ ମାନେ ହିଁ ସାମିଲ ହୋଇଛନ୍ତି। ସୋମବାର ଭୋର୍‌ରୁ ମା’ଙ୍କ ପାରମ୍ପାରିକ ପୂଜାର୍ଚ୍ଚନା ଓ ବେଶଭୂଷା କରାଯାଇଛି। ବଡସିଂହାର ବେଶ ଓ ସୁନା ବେଶ ଅନୁଷ୍ଠିତ ହୋଇଛି। ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ବିଶେଷ ପୂଜା ଭୋର ୬ ଟା ସୁଦ୍ଧା ସମସ୍ତ ପୂଜା ଶେଷ ହୋଇଛି। ଭକ୍ତ ମାନେ ଏଠାକୁ ନ ଆସି ଘରେ ରହି ମା’ଙ୍କୁ ପ୍ରାର୍ଥନା କରନ୍ତୁ। କିପରି ବିଶ୍ୱ ଏହି ମହାମାରୀ ଠାରୁ ଉଦ୍ଧାର ପାଇବ ସେ ନେଇ ମା’ଙ୍କୁ ପ୍ରାର୍ଥନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ...

ପୌର ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରଣ ପର୍ବ: ବିରୋଧୀଙ୍କୁ ପଡ଼ିବ ଭାରି

ଦେବଗଡ଼,୨୧।୩ (ଡି.ଏନ୍‌.ଏ.): ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ ଜିଲାରେ ସୋମବାର ବିଜେଡିର ମିଶ୍ରଣ ପର୍ବ ହୋଇଛି। ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ...

ହାଥରସ ଘଟଣାକୁ ନେଇ ବଲାଙ୍ଗୀର ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର ଅଫିସ,୮ା୧୦: ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣା ସମାଜରେ ମର୍ମାହତ ସୃଷ୍ଟି କରିଛି। ଏକ ଦଳିତ ନାବାଳିକା ଗଣବଳାତ୍କାର ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ ପୋଲିସ ପ୍ରଶାସନ...

ଜାଡ଼ରେ ଥରୁଛି ତେଲକୋଇ

ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ...

କାର୍ଯ୍ୟକ୍ଷମ ହୋଇପାରୁନି କୃଷକ ବଜାର

ପୁରୀ ଅଫିସ,୬।୧୧: ପୁରୀ ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ତଥା ଗୋଦାମକୁ ସାମଗ୍ରୀ ଆଣି ଆସୁଥିବା ଗାଡ଼ି ପାଇଁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି।...

ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ

ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା...

ବିଜୟ ପଥରେ ବିଦ୍ରୋହୀ କଣ୍ଟା

ଢେଙ୍କାନାଳ ଅଫିସ, ୧୨ ।୩ ଶେଷ ପର୍ଯ୍ୟନ୍ତ ଟିକଟ ପାଇଁ ଆଶା ବାନ୍ଧି କରିଥିଲେ ଅପେକ୍ଷା। ତେବେ ଦଳୀୟ ନିଷ୍ପତ୍ତି ଆଗରେ ନିରାଶ ହେବାକୁ ପଡ଼ିଲା।...

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ...

Advertisement
Archives

Model This Week