ବିନା ତାଲିମରେ ଶିକ୍ଷକ ବାଣ୍ଟିଲେ କୃମିନାଶ ଔଷଧ : ସ୍କୁଲରେ ସହପାଠୀଙ୍କୁ ଔଷଧ ଖୁଆଇଲେ ଛାତ୍ରୀଛାତ୍ର

ରଣପୁର,୯ା୮(ସ୍ବ.ପ୍ର.): ଗୁରୁବାର ଜାତୀୟ କୃମିନାଶ ଦିବସ ରଣପୁର ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ କୃମିନାଶ ଔଷଧ ବଣ୍ଟନ କରାଯାଇ ଥିବାବେଳେ ବେସରକାରୀ ସ୍କୁଲ ପ୍ରତି ଅଣଦେଖା କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ କୃମିନାଶ ଔଷଧ ବଣ୍ଟନ ପୂର୍ବରୁ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଥାଏ। ତେବେ ରଣପୁର ବ୍ଲକ ଅଞ୍ଚଳରେ ବିନା ତାଲିମରେ ଏଥର ଶିକ୍ଷକ କୃମି ଔଷଧ ବାଣ୍ଟିଛନ୍ତି। ସେହିପରି ବ୍ଲକ ଅଧୀନ ଅଧିକାଂଶ ସ୍କୁଲର ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ କୃମିନାଶ ଔଷଧ ଖୁଆଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉତ୍ତମ ସ୍ବାସ୍ଥ୍ୟ ଓ ପୁଷ୍ଟିର ବିକାଶକୁ ଆଖି ଆଗରେ ରଖି ୧ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୧୯ ବର୍ଷର ଯୁବକମାନଙ୍କ ପାଇଁ କୃମିନାଶ ଔଷଧ ଖାଇବା ପାଇଁ ନିର୍ଦ୍ଦେଶ ରହିଥିଲା। ତେବେ ସବୁ ଛାତ୍ରୀଛାତ୍ରଙ୍କ ପାଖରେ ଏହି ଔଷଧ ପହଞ୍ଚତ୍ ପାରି ନାହିଁ। ଯେଉଁ ପିଲାମାନେ ଅସୁସ୍ଥତାବଶତଃ ହେଉ ବା ଅନୁପସ୍ଥିତ ରହିବା କାରଣରୁ ବଟିକା ଖାଇ ପାରିନାହାନ୍ତି, ସେମାନଙ୍କୁ ୧୬ ତାରିଖରେ ଖୁଆଇବାକୁ ଅନୁରୂପ ନିର୍ଦ୍ଦେଶ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

Video: ହର୍ମୁଜକୁ ନେଇ ହେବ ଯୁଦ୍ଧ? ଇରାନ ଜାରି କଲା ୬୦ ସେକେଣ୍ଡର ଭିଡ଼ିଓ, ଆମେରିକାକୁ ଦେଲା ସିଧା ଚେତାବନୀ

ତେହରାନ,୧୩।୪: ଯେଉଁଦିନ ଇରାନ-ଆମେରିକା ମଧ୍ୟସ୍ଥତା ନେତୃତ୍ୱାଧୀନ ଶାନ୍ତି ଆଲୋଚନା ଭାଙ୍ଗି ଯାଇଥିଲା, ସେହି ଦିନ ଇରାନ ଏକ ଭିଡିଓ ଫୁଟେଜ ଜାରି କରିଥିଲା। ଏହା ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri