ବିଧାନ ସଭାରେ ସଦସ୍ୟଙ୍କୁ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର,(ବ୍ୟୁରୋ)୨୫।୬: ଷୋଡ଼ଶ ବିଧାନ ସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ବିଧାନସଭା ସଚିବାଳୟ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କୁ ସିଟ୍‌ ଆବଣ୍ଟନ କରାଯାଇଛି। ଏ ନେଇ ଓଡ଼ିଶା ବିଧାନ ସଭା ସଚିବାଳୟ ପକ୍ଷରୁ ସୋମବାର ବଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ୧୬ ଜଣ ସଦସ୍ୟଙ୍କୁ ବ୍ଲକ୍‌-ଏ ଦିଆଯାଇଥିବା ବେଳେ ୧୨ ଜଣଙ୍କୁ ବ୍ଲକ୍‌-ବି, ୨୨ ଜଣଙ୍କୁ ବ୍ଲକ୍‌-ସି, ୧୬ ଜଣଙ୍କୁ ବ୍ଲକ୍‌-ଡି ଓ ୪ ଜଣଙ୍କୁ ବ୍ଲକ୍‌-ଇ ଆସନ ଦିଆଯାଇଛି। ବ୍ଲକ୍‌-ଏର ଏକ ନମ୍ବର ଆସନରେ ଉପବାଚସ୍ପତି, ଦୁଇ ନମ୍ବର ଆସନରେ କିଶୋର ମହାନ୍ତି, ୩ ନଂ.ରେ ଭୂପିନ୍ଦର ସିଂ, ୪ ନଂ. ସରକାରୀ ମୁଖ୍ୟ ସଚେତକଙ୍କୁ ଆବଣ୍ଟନ କରାଯାଇଥିବା ବେଳେ ବ୍ଲକ୍‌-ବିରେ ୧ନଂ.ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୨ରୁ ୮ ନଂ. ପର୍ଯ୍ୟନ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପଦ୍ମନାଭ ବେହେରା, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, ତୁଷାରକାନ୍ତି ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସିଟ୍‌ ଆବଣ୍ଟନ କରାଯାଇଛି। ବ୍ଲକ୍‌-ସି ୧ନଂ ସିଟ୍‌ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବ୍ଲକ୍‌-ଡି ୧ନଂରେ ପ୍ରତାପ ଜେନା ଏବଂ ବ୍ଲକ୍‌-ଇ ୧ନଂରେ ଟୁକୁନୀ ସାହୁଙ୍କୁ ସିଟ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨୦ ଏୟାରପୋର୍ଟରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର, ୪ା୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧକୁ ଜୋର ଦେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ...

ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ...

ନନ୍ଦନକାନନ କାର୍ଯ୍ୟ ଅନୁଧ୍ୟାନ କଲେ କାମ୍ପା ପ୍ରତିନିଧି

ବାରଙ୍ଗ,୨୦ା୨(ଡି.ଏନ୍‌.ଏ.): ନନ୍ଦନକାନନରେ ହେଉଥିବା ବିଭିନ୍ନ ଟେଣ୍ଡର ଓ ନିର୍ମାଣ କାର୍ଯ୍ୟଗୁଡ଼ିକରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଗତ ବୁଧବାର ଭିଜିଲାନ୍ସର ଦୁଇଜଣିଆ ଟିମ ଆସି...

ହାଇକୋର୍ଟରେ ବିଚାରପତି ଚୟନ ବିବାଦ: ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ଗ୍ରହଣ କଲାନି ହାଇକୋର୍ଟ ବାର୍‌

କଟକ ଅଫିସ, ୨୭ା୬: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ହାଇକୋର୍ଟ ବାର୍‌ ଗ୍ରହଣ କଲାନି। ଜୁନ୍‌ ୧୭ରୁ ଆରମ୍ଭ ହୋଇଥିବା ନିର୍ଦ୍ଦିଷ୍ଟ କେତୋଟି କୋର୍ଟ ବର୍ଜନ...

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା...

ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା:୫-ଟି ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ହେଉ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଦେଢ଼ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ...

Coronavirus Update

Archives

Model This Week

Why Dharitri