ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜେଜେମା’ ନାତିଙ୍କ ଜୀବନ ଗଲା

ଭଞ୍ଜନଗର,୧୨।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାଠାରେ ବିଦ୍ୟୁତ୍‌ ତାର ଲାଗି ବସ୍‌ ଅଘଟଣ ମନରୁ ନ ଲିଭୁଣୁ ପୁଣି କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ କୋକଳୁଣ୍ଡା ଗ୍ରାମର ଉଲା ଜେନାଙ୍କ ପୁଅ ରାଜେଶ ଜେନା ଗାମୁଛାକୁ ଶୁଖାଇବା ସମୟରେ ପାଇଖାନା ଟିଣକୁ ଲାଗିଥିବା ଏକ ଛିଣ୍ଡା ବିଦ୍ୟୁତ୍‌ ତାରରେ ଲାଗି ଚିତ୍କାର କରିଥିଲେ। ଫଳରେ ପାଟି ଶୁଣି ତାଙ୍କ ଜେଜେମା’ ସୁଶୀଳା ଜେନା ନାତିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ସଂସ୍ପର୍ଶରେ ମଧ୍ୟ ଆସି ଯାଇଥିଲେ। ଏହା ଦେଖି ସାହିବାସିନ୍ଦା ବେଲଗୁଣ୍ଠା ବିଦ୍ୟୁତ୍‌ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ପହଞ୍ଚି ବିଦ୍ୟୁତ୍‌ ସରବରାହ ବନ୍ଦ କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ପଲେଇ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ...

ପରିକଳ୍ପନାର ବାସ୍ତବ ରୂପକାର

ଭଦ୍ରକ ଅଫିସ, ୨୬।୧୧-ସ୍ୱାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାରକ୍ଷମ ହେବାର ବାଟ ଦେଖାଇବେ, ଏହି ସ୍ଵପ୍ନ ଦେଖିଥିଲେ ସେ। ଉଚ୍ଚ ଶିକ୍ଷା ପରେ ନିଜର...

ମଙ୍ଗଳବାରରୁ ୨ ଦିନ ନବରଙ୍ଗପୁର ଶଟ୍‌ଡାଉନ୍‌

ନବରଙ୍ଗପୁର,୨୦।୭(ବି.ପ୍ର.): ନବରଙ୍ଗପୁର ଜିଲାକୁ ମଙ୍ଗଳବାରଠାରୁ ୨ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ଜିଲାପାଳ...

ବିଦାୟ ନେଲେ ଦୁର୍ଗତିନାଶିନୀ

ଢେଙ୍କାନାଳ ଅଫିସ, ୧୦।୧୦ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଈ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ମିଳିତ ଭସାଣି ଶୋଭାଯାତ୍ରାରେ...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ

ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ...

ମନ୍ଦିରରୁ ମାଇକ୍‌ ଖୋଲିବା ହେଲା କାଳ: ବିଦ୍ୟୁତ୍‌ ତାର ନେଲା ଜୀବନ

ଯାଜପୁର ଅଫିସ୍‌,୧୩।୧୧: ଯାଜପୁର ଜିଲା କୋରାଇ ଥାନା ଶାଳକଣା ଗ୍ରମାରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରରୁ ମାକଇକ୍‌ ସେଟ୍‌ ଖୋଳୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ...

କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ...

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

Advertisement
Archives

Model This Week