ବିଦ୍ୟୁତ୍‌ ନେଲା ୬ ଜୀବନ

ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦମ୍ପତି ମୃତ
ଲୋଇସିଂହା,୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଜନୀ ନାଗ(୩୦) ଓ ତାଙ୍କ ସ୍ବାମୀ ହେମନ୍ତ ନାଗ(୩୫)। ମଙ୍ଗଳବାର ହେମନ୍ତଙ୍କ ପରିବାର ବେଶ୍‌ ହସଖୁସିରେ ନୂଆଁଖାଇ ମନାଇଥିଲେ। ବୁଧବାର ସକାଳ ପ୍ରାୟ ୫ଟାରେ ରଜନୀ ଗାଧୋଇ ସାରି ଘର ଅଗଣାରେ ଓଦା କପଡ଼ା ଶୁଖାଉଥିଲେ। ଏହି ସମୟରେ ସେଠାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ। ସ୍ତ୍ରୀଙ୍କ ଚିତ୍କାର ଶୁଣି ହେମନ୍ତ ସେଠାକୁ ଆସି ବିଦ୍ୟୁତ୍‌ ତାରକୁ ଏକ ବାଡ଼ିରେ ପିଟି ଦେଇଥିଲେ। ହେଲେ ତାରଟି ଛିଡ଼ି ଯାଇ ତାଙ୍କ ଗୋଡ଼ରେ ଛନ୍ଦି ହୋଇଯାଇଥିଲା। ଫଳରେ ଉଭୟେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ। ପଡୋଶୀମାନେ ତାଙ୍କୁ ଉଦ୍ଧାର କରି ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଲୋଇସିଂହା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୯/୧୯) ରୁଜୁ ହୋଇଛି। ନାଗ ଦମ୍ପତିଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଅସହାୟ ହୋଇ ପଡିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ କର୍ତ୍ତଙ୍ଗ ଗ୍ରାମର ମୂଳବାସିନ୍ଦା ହେମନ୍ତ ନାଗ ରଜନୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରଠାରୁ ଗତ ୧୦ବର୍ଷ ହେଲା ସେମାନେ ଆଗଲପୁର ଆସି ରହୁଥିଲେ । ତାଙ୍କର ୬ ଓ ୩ ବର୍ଷର ଦୁଇ ଝିଅ ଅଛନ୍ତି।

ସାନଭଉଣୀ ପାଇଁ ବଡ଼ଭାଇ ଆଖି ବୁଜିଲେ
ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗ୍ରାମରେ ସେମିତି ଏକ ଅଭାବନୀୟ ଘଟଣା ବୁଧବାର ଘଟିଛି। ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ଭାଇଙ୍କ ମୃତ୍ୟୁ ଘଟିଛି। ସାନଭଉଣୀ ପ୍ରେମଲତା ସରାଫ(୧୬) ସକାଳେ ଘର ଓଳାଉଥିଲେ। ଏହି ସମୟରେ ଗଣେଶ ପୂଜା ପାଇଁ ଘରେ ଲାଗିଥିବା ଲିଚୁ ଲାଇଟ ସଂସ୍ପର୍ଶରେ ସେ ଆସି ଯାଇଥିଲେ। ଭଉଣୀଙ୍କ ଚିତ୍କାର ଶୁଣି ଅନ୍ୟ ଘରେ ଥିବା ବଡ଼ଭାଇ କର୍ଣ୍ଣଦାନୀ(୧୯)ସେଠାକୁ ଆସି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର କର୍ଣ୍ଣଦାନୀଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ କଣ୍ଟାବାଞ୍ଜି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୮/୧୯) ରୁଜୁ ହୋଇଛି।
ହୋଲ୍‌ଡର ମରାମତି ବେଳେ ୨ ମୃତ
ରଣପୁର,(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡିର ରଙ୍କଦେଉଳି ଗଁ।ରେ ବୁଧବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଲକ୍ଷ୍ମଣ ସାହୁ(୫୮) ଓ ରବି ପରିଡା(୩୦)। ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ ୧୧/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରଙ୍କଦେଉଳି ଗଁାର ଲକ୍ଷ୍ମଣ ବୁଧବାର ଘରେ ଏକୁଟିଆ ଥିଲେ। କୌଣସି କାରଣରୁ ସେ ଗଁାର ରବିଙ୍କୁ ଘରକୁ ଡାକିଥିଲେ। ଏହି ସମୟରେ ଲକ୍ଷ୍ମଣ ଏକ ଅଚଳ ହୋଲଡର ମରାମତି କରୁଥିଲେ। ଅସାବଧାନତା ଯୋଗୁ ତାଙ୍କୁ ହଠାତ୍‌ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ସେ ଚିତ୍କାର କରିବାରୁ ରବି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ଗଁ। ଲୋକେ ସେଠାରେ ପହଞ୍ଚତ୍ ବହୁ କଷ୍ଟରେ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିସାରିଥିଲା। ରବିଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃ୍‌ତ ଘୋଷଣା କରିଥିଲେ।
ବିଦ୍ୟୁତ୍‌ ତାର ଲାଗି ଯୁବକ ମୃତ
ଗାଇସିଲେଟ, (ଡି.ଏନ.ଏ.): ଗଣେଶ ଭସାଣି ଶୋଭାଯାତ୍ରା ସାରି ଏକ ଡିଜେ ଗାଡି ଉପରେ ବସି ଘରକୁ ଫେରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବୀରେନ୍ଦ୍ର ବରିହା(୨୬)। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଏ ନେଇ ଗାଇସିଲେଟ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୧/୧୯) ରୁଜୁ ହୋଇଛି।
ବୁଧବାର ସନ୍ଧ୍ୟା ୬ଟାରେ ବରଗଡ଼ ଜିଲା ଗାଇସିଲେଟ ଥାନା ତାଲପାଲି ପଞ୍ଚାୟତର ଜେମକେରା ଗାଁରେ ଗଣେଶ ଭସାଣି ଶୋଭାଯାତ୍ରା ଥିଲା। ବୀରେନ୍ଦ୍ର ଏକ ଡିଜେ ଗାଡିରେ ବସି ଉକ୍ତ ଶୋଭାଯାତ୍ରାକୁ ଯାଇଥିଲେ। ସେଠାରେ ଶୋଭାଯାତ୍ରା ସରିବା ପରେ ବୀରେନ୍ଦ୍ର ଉକ୍ତ ଗାଡି ଉପରେ ବସି ଘରକୁ ଫେରୁଥିଲେ। ଚଂଘରିଆ ଗାଁ ନିକଟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ବୀରେନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା...

କ୍ରାଇମ ସିନ୍‌ ରିକ୍ରିଏଶନ୍‌ କଲା ପୋଲିସ

ପୁରୀ ଅଫିସ,୨୭।୩: ପୁରୀର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି।...

ମରୁଡ଼ି ଘୋଷଣା ଦାବିରେ ବିରୋଧୀ ଅଟଳ

ଭୁବନେଶ୍ୱର,୨।୯(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରୁଆ...

ଟ୍ୟାପ୍‌ରୁ ମିଳିବ ଶୁଦ୍ଧ ପାଣି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା...

ଏସିଆନ ଚାମ୍ପିୟନଶିପରେ ଭାଗ ନେବେ କେନ୍ଦୁଝର ଝିଅ ମଧୁସ୍ମିତା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଏସିଆନ ତାଏକୋଣ୍ଡୋ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଜାତୀୟ ଦଳରେ କେନ୍ଦୁଝର ଝିଅ ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର...

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା...

ବ୍ୟାସ ସରୋବରରେ ହେବ ହରିଣ ପାର୍କ

କଳିଙ୍ଗନଗର, ୬।୨ (ଡି.ଏନ୍‌.ଏ.): ପବିତ୍ର ଭୌମ ଏକାଦଶୀ ତିଥି ଅବସରରେ ବ୍ୟାସନଗରସ୍ଥିତ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ବୁଧବାରଠାରୁ ବ୍ୟାସ ସରୋବର ମହୋତ୍ସବ ଆରମ୍ଭ...

ସେଲ୍‌ଫି ନେଲା ବେଳେ ଯୁବକଙ୍କୁ କଚାଡ଼ିଲା ଦନ୍ତା

କୁଆମରା,୨୮ା୧୨(ଡି.ଏନ୍‌.ଏ.)- ହାତୀ ଦେଖିବାକୁ ଯାଇ ଜଣେ ଯୁବକ ମୋବାଇଲରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବିପଦ। ୫୦୦ ମିଟର ପର୍ଯ୍ୟନ୍ତ ଗୋଡାଇଲା ଦନ୍ତାହାତୀ। ଶୁଣ୍ଢରେ...

Advertisement
Archives

Model This Week