ଚିକିଟି,୨୮ା୭(ଡି.ଏନ.ଏ.) -କେ.ନୂଆଗାଁ ଥାନା ଚିକିଟିପେଣ୍ଠ ବ୍ରହ୍ମାନଗର ସାହିରେ ଶନିବାର ମଧ୍ୟାହ୍ନରେ ଘରକାମ ଚାଲିଥିବାବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟିପେଣ୍ଠ ବଡସାହିର ସନ୍ତୋଷ ସାହୁ (୪୦)। ସନ୍ତୋଷ ବ୍ରହ୍ମାନଗରରେ ଘରକାମ କରୁଥିବା ସମୟରେ କଟର ମେଶିନରେ ଲୁହାଛଡ କାଟୁଥିଲେ। ତାର କଟିଯାଇ ଚାର୍ଜ ହୋଇଯିବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲେ। ଏନେଇ କେ.ନୂଆଗାଁ ଥାନାରେ ନଂ.୧୧/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ହୋଇ ସନ୍ଧ୍ୟାରେ ମୃତଦେହ ଗଁାରେ ପହଞ୍ଚତ୍ଥିଲା। କ୍ଷତିପୂରଣ ଦାବିରେ ଚିକିଟିପେଣ୍ଠ ବଜାରରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। କେ.ନୂଆଗଁା ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।

ଏମ୍କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା
ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ...

୪ ମାସ ଦରମା ପାଇ ନ ଥିବା ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ବ୍ରହ୍ମପୁର ଅଫିସ୍,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

୩ ଦିନରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୮୦୮୧ ଜଣ
ଛତ୍ରପୁର,୨୭ା୪(ଡି.ଏନ୍.ଏ.): ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବାକୁ ୮୦୮୧ ଜଣ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଥିବା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୧୫ ଲକ୍ଷ ଟଙ୍କା ପ୍ରଦାନ
ବୁଗୁଡା,୨୨ା୪(ଡି.ଏନ.ଏ.)- ବୁଗୁଡ଼ା ଏନ୍ଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ କିଛି ବଦାନ୍ୟ ବ୍ୟକ୍ତି ମଙ୍ଗଳବାର କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ...

ଗଞ୍ଜାମ ପୋଲିସର ଧରପଗଡ଼: ମାସ୍କ ପିନ୍ଧି ନ ଥିବାରୁ ୨୪ ଘଣ୍ଟାରେ ୪୧ ହଜାର ଜରିମାନା
ଛତ୍ରପୁର,୪।୬(ଡି.ଏନ୍.ଏ.): ଲକଡାଉନ୍ର ନୂଆ ନିୟମକୁ କଡ଼ାକଡ଼ି ପାଳନ ନେଇ ଗଞ୍ଜାମ ପୋଲିସର ଏନ୍ଫୋର୍ସମେଣ୍ଟ ଜାରିରହିଛି। କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନ...

ତଣ୍ଟି ଚିପି ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦେଲେ
ଶେରଗଡ଼,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆର ପଛପଟରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତ...

ବିପଜ୍ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି
ଧରାକୋଟ,୨୬।୬(ଡି.ଏନ୍.ଏ.): ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିହନ, ସାର ଯୋଗାଣଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ...

ହତ୍ୟା ଘଟଣାର ସାକ୍ଷୀଙ୍କୁ ଧମକ ଦେବା ମାମଲା: ବିଧାୟକ ରମେଶ ଜେନାଙ୍କ ସମେତ ୫ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୫ା୧୦-ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ତଥା ଏମପି ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା କୋର୍ଟର ଜଜ ନିରଞ୍ଜନ ଜେନା ବହୁଚର୍ଚ୍ଚିତ ଶାନ୍ତି...