ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଟିକାବାଲି ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ବୁଧବାର କଳିଙ୍ଗାରୁ ଫୁଲବାଣୀ, କଳିଙ୍ଗାରୁ ଭଞ୍ଜନଗର, କଳିଙ୍ଗାରୁ ଜି.ଉଦୟଗିିରି ସ୍ଥାନରେ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ରାସ୍ତାରେ ମୃତଦେହ ରଖି ପରିବାର ଲୋକେ କ୍ଷତିପୂରଣ ଦାବି କରିିଥିଲେ। ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଥାନାଧିକାରୀ ଧିରାଜ କୁମାର ଲେଙ୍କା, ତହସିଲଦାର ବିଚିତ୍ର ନନ୍ଦ ନାୟକ, ଅତିରିକ୍ତ ତହସିଲଦାର ଏସ.ରାକେଶ କୁମାର ପାତ୍ର ପହଞ୍ଚତ୍ ମୃତକଙ୍କ ପରିବାରକୁ ବୁଝାଶୁଝା କରିିଥିଲେ। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଝିଅର ଭରଣପୋଷଣ ସହିତ ୧୩୨ କେଭି ତାର ଯାଇଥିବା ସ୍ଥାନରେ ୨୦ ଫୁଟ ପର୍ଯ୍ୟନ୍ତ ସଫା କରାଯିବା ଆଦି ଦାବିପତ୍ର ମୃତକ ପରିବାର ପକ୍ଷରୁ ଏସ୍‌ଡିପିଓଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣା ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି ଏବଂ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ନେଇ ଅବରୋଧ ହଟାଇବା ପାଇଁ ଏସ୍‌ଡିପିଓ କହିଥିଲେ। କିନ୍ତୁ ଗ୍ରାମବାସୀ ୫୦ ହଜାର ଟଙ୍କା ଦାବି ନେଇ ଅଡ଼ି ବସିଥିଲେ। ଫଳରେ ୪ ଘଣ୍ଟା ଧରି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ଶେଷରେ ରେଡକ୍ରସରୁ ୨୦ ହଜାର ଏବଂ ବିଦ୍ୟୁତ୍‌ ବିଭାଗରୁ ୧୦ ହଜାର ଟଙ୍କା ଦେବା ପରେ ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଠୋର ହେଲା କର୍ଫ୍ୟୁ, ଅମାନ୍ୟ କଲେ ଦଣ୍ଡ

ଖଜୁରିପଡା,୨୨ା୫(ଡି.ଏନ୍‌.ଏ.)- ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ପରେ ବର୍ତ୍ତମାନ କନ୍ଧମାଳ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଚତୁର୍ଥ ପର୍ଯ୍ୟାୟ...

ରଖେ ଯାହାକୁ ହରି…

ଦାରିଙ୍ଗବାଡ଼ି,୧୨।୫(ଡି.ଏନ୍‌.ଏ.): ରଖେ ହରି ତୋ ମାରେ କିଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ। ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ...

ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ...

ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଫୁଲବାଣୀ ଅଫିସ,୧୫ା୨: କନ୍ଧମାଳ ଜିଲା ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ବୁଧବାର ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଦଳୀୟ କର୍ମୀମାନେ...

ଚାଲାଣ ପାଇଁ ହେଉଥିଲା ଠୁଳ: ୨ଟନ୍‌ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଫିରିଙ୍ଗିଆ,୨୬ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପୋଲିସ ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢାଉ କରି ୨ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ...

ବାଲିଗୁଡ଼ା ପୌରପରିଷଦ ପାଇଁ ପ୍ରାର୍ଥୀ ଦେଲା ବିଜେଡି

ବାଲିଗୁଡ଼ା,୬ା୩(ଡି.ଏନ୍‌.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ...

ହର୍ବାଲ ଜୁସ୍‌ ବ୍ୟବସାୟ ଦେଉଛି ଆତ୍ମସନ୍ତୋଷ

ରାକେଶ କୁମାର ରାଉତ ଫୁଲବାଣୀ ଅଫିସ, ୧୫ା୩ – ଫୁଲବାଣୀ ସହରର ଉଚ୍ଚ ଶିକ୍ଷିତ ଯୁବକ ରତନ ଚୌଧୁରୀ। ସାମାଜିକ ବିଜ୍ଞାନରେ ସ୍ନାତୋକତ୍ତର ଡିଗ୍ରୀ। ଚାକିରି...

Advertisement
Archives

Model This Week