ବିଦ୍ୟାଳୟ ମିଶ୍ରଣକୁ ୨ ମାସ ବିତିଲା: ଶିକ୍ଷକ ଅଭାବ, ନିଯୁକ୍ତି ନାହିଁ

ଛେଣ୍ଡିପଦା, ୯।୮(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ଥିବା ପାନ୍ଥେଶ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ୨ ମାସ ବିତିଲାଣି। ହେଲେ ସେଠାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ହେଉନାହିଁ। ଏଥିସହ ଶ୍ରେଣୀଗୃହର ଅଭାବ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉ ନ ଥିବାରୁ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଜିଲାପାଳଙ୍କୁ ଅବଗତ କରାଇଛନ୍ତି।
ଅଭିଯୋଗ ମୁତାବକ, ପାନ୍ଥେଶ୍ୱରୀ ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାବେଳେ ସେଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୬୮ ଛାତ୍ରୀଛାତ୍ର ପାଠ ପଢୁଥିଲେ। ସେହି ବିଦ୍ୟାଳୟରେ ଥିବା ୨ ଶିକ୍ଷକଙ୍କ ଅବସର ପରେ ଆଉ ନୂତନ ଶିକ୍ଷକ ନିଯୁକ୍ତ କରା ଯାଇ ନ ଥିଲା। ପରେ ଏହାକୁ କୁଶକିଳା ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି (ନଂ ୧୪୦୨/୫।୧୨।୧୮) କରାଯାଇଥିଲା। ୨ ମାସ ପୂର୍ବେ ୨ ସ୍କୁଲର ମିଶ୍ରଣ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେଠାରେ ନୂତନ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ସେଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ ୫ଜଣ ଶିକ୍ଷକ ଅଛନ୍ତି। ଏଥିସହ ମାତ୍ର ୫ଟି ଶ୍ରେଣୀଗୃହ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ପ୍ରଧାନାଶିକ୍ଷକ ଉମାକାନ୍ତ ନାଏକ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ସେଠାରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଅନୁଗୋଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଈଶ୍ବର ଚନ୍ଦ୍ର ସାହୁ କହିଛନ୍ତି, ଉକ୍ତ ବିଦ୍ୟାଳୟରେ ଖୁବ ଶୀଘ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଗ୍ରୀ କଲେଜର ଏକାଡେମିକ୍‌ ଅଡିଟ୍‌ ହେବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟରେ ଖୁବ୍‌ଶୀଘ୍ର ଡିଗ୍ରୀ କଲେଜରେ ଏକାଡେମିକ୍‌ ଅଡିଟ୍‌ ଆରମ୍ଭ ହେବ। ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସ୍ବୟଂଶାସିତ କଲେଜଗୁଡ଼ିକରେ ଏହି ଅଡିଟ୍‌ କରାଯାଇ ୩...

ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ...

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼...

ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ...

ମାଗଣା ଚାଉଳ ବନ୍ଦର ପ୍ରତିବାଦ

ଛତ୍ରପୁର,୧୬ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ୫ କେଜି ଚାଉଳ ବନ୍ଦ କରିଥିବା ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟ...

ରତ୍ନଭଣ୍ଡାର ପ୍ରସଙ୍ଗକୁ ପୁଣି ଅଣଦେଖା

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିରସ୍ଥିତ ନୀଳାଦ୍ରି ଭକ୍ତ ନିବାସଠାରେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରଲୋକ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତନ ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ବିଶୋୟୀଙ୍କର ଝାରପଡାସ୍ଥିତ ବାସଭବନରେ ବୁଧବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୯୫ ବର୍ଷ ହୋଇଥିଲା।...

ଯାଜପୁର ଜିଲାରେ ଭୋଟ ଗଣନା ଆରମ୍ଭ

ଯାଜପୁର ଅଫିସ,୨୩।୫: ଯାଜପୁର ଜିଲାର ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ...

Advertisement
Archives

Model This Week