ଶେରଗଡ,୮ା୧୧(ଡି.ଏନ୍.ଏ.)-ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମ ଇନ୍ଦିରା ଆବାସ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନାଙ୍କୁ ଗୁରୁବାର ନିଲମ୍ବିତ କରିଛି ଶେରଗଡ଼ ଶିକ୍ଷା ବିଭାଗ। କାମରେ ଅବହେଳା ଓ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟରେ ଶୋଇବା ଅଭିଯୋଗରେ ବ୍ଲକ ଶିକ୍ଷା ବିଭାଗର ପତ୍ର ସଂଖ୍ୟା- ୧୭୬୪/୭/୧୧/୨୦୧୯ ପ୍ରକାରେ ତାଙ୍କୁ ନିଲମ୍ବିତ କରିଛନ୍ତି ବିଇଓ ଭାସ୍କର ଲେଙ୍କା। ପ୍ରକାଶ ଯେ, ଲକ୍ଷ୍ମୀପୁର ଇନ୍ଦିରା ଆବାସ କଲୋନୀସ୍ଥିତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନା ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସନ୍ତି। ଏନେଇ ଅଭିଯୋଗ ପରେ ବିଇଓ ତାଙ୍କୁ ତାଗିଦ କରିଥିଲେ। ମାତ୍ର ପୂର୍ବପରି ସେ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସୁଥିଲେ। ଶ୍ରେଣୀଗୃହରେ ଟେବୁଲ ଉପରେ ଗୋଡ ଥୋଇ ଶୋଇବାର ଏକ ଭିଡିଓ କିଛିଦିନ ହେଲା ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ବୁଧବାର ବିଇଓ ଲେଙ୍କା ବିଦ୍ୟାଳୟ ପରିଦର୍ଶନରେ ଯାଇ ତଦନ୍ତ କରିଥିଲେ। ଘଟଣାର ସତ୍ୟାସତ୍ୟ ଥିବା ଜଣାପଡିବା ପରେ ଗୁରୁବାର ଶିକ୍ଷକ ବାବୁଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ଚିଠିର ଏକ ନକଲ ଡିଇଓ ଅଫିସକୁ ପ୍ରଦାନ କରାଯାଇଥିବା ବିଇଓ କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All

ପୁରୀରେ ମୁଖ୍ୟମନ୍ତ୍ରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ତଦାରଖ
ପୁରୀ ଅଫିସ,୧୭ା୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଆସିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ ନିରାପତ୍ତା ବଳୟ ମଧ୍ୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

ପୌରପାଳିକାରେ ଖୋଲିଲା ୨୩ ୱାର୍ଡ ଅଫିସ: ଏଣିକି ସମସ୍ୟା ବୁଝିବେ ଓ୍ବାର୍ଡ ଅଫିସର
ଅନୁଗୋଳ ଅଫିସ,୧।୯ – ଅନୁଗୋଳ ଲୋକଙ୍କ ସମସ୍ୟା ବୁଝିବ ପୌର ପ୍ରଶାସନ। ଏଥିପାଇଁ ଶନିବାର ପୌରପାଳିକା ଅଧୀନରେ ଥିବା ୨୩ଟି ୱାର୍ଡ଼ରେ ଖୋଲା ଯାଇଛି ୱାର୍ଡ଼...

ପ୍ରଶାସନ ନିଷ୍ପତ୍ତିକୁ ଲୋକଙ୍କ ବିରୋଧ
ରତ୍ନଗିରି, ୧୭।୫ (ଡି.ଏନ୍.ଏ.)-ବରୀ ବ୍ଲକ ଅଧୀନ କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତରେ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଅବଧି ଆଉ ୧୪...

ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍ପି
ଅନୁଗୋଳ ଅଫିସ୍, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍ ସତ୍ୟଜିତ୍ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍ ଓ ୯...

ବିଶୋଧନ ହେଲା ଖଣି ଅଞ୍ଚଳ
କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ,...

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି
ପରଜଙ୍ଗ, ୮।୯(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା...

୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି
କର୍ଲାମୁଣ୍ଡା,୧୦।୧୧(ଡି.ଏନ୍.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ...

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍: ଚଳନ୍ତା ବାଇକ୍ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର
ଦିଗପହଣ୍ଡି,୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା...