ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର ବାଳିକା ଡ୍ରପ ଆଉଟ୍‌ ସଂଖ୍ୟା କମାଇବା ଲାଗି ମାଗଣା ପୋଷାକ, ବହି, ଜୋତା, ସାଇକେଲ ଆଦି ଦେଉଥିଲେ ମଧ୍ୟ ବାଳିକାଙ୍କୁ ଉତ୍ସାହିତ କରିପାରୁ ନ ଥିବାରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ବାଳିକା ଉପସ୍ଥାନ ଦିନକୁ ଦିନ କମିବାରେ ଲାଗିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନରେ ଥିବା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକା ଉପସ୍ଥାନ ହାର କମୁଥିବା ଜଣାପଡ଼ିଛି।
ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ଲକରେ ୨୦୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ପ୍ରାଥମିକ ସ୍କୁଲରେ ୧୫୦୭୨ ଛାତ୍ରୀଛାତ୍ର ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୩୬୭ ଛାତ୍ରୀଛାତ୍ରଙ୍କୁ ମିଶାଇ ମୋଟ ୧୮୪୩୯ ଜଣ ପଢୁଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମରୁ ପଞ୍ଚମ ୪୭୫୭, ଷଷ୍ଠରୁ ଅଷ୍ଟମ ୨୫୬୩ ଏବଂ ନବମରୁ ଦଶମ ୧୬୬୮ ଜଣ ବାଳିକା ଅଧ୍ୟୟନ କରୁଛନ୍ତି। ପ୍ରତ୍ୟେକ ବର୍ଷ ବାଳିକା ସଂଖ୍ୟା ଉପସ୍ଥାନ ହ୍ରାସ ପାଉଛି। ୨୦୧୨-୧୩ରେ ବାଳିକା ସଂଖ୍ୟା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୧୦, ୯୮୦ ଥିବାବେଳେ ୨୦୧୩-୧୪ରେ ୧୦୮୬୨, ୨୦୧୪-୧୫ ରେ ୧୧,୩୨୮ ଓ ୨୦୧୫-୧୬ରେ ୧୧୫୪୯ ରହିଥିଲା। ୨୦୧୬-୧୭ଠାରୁ ଏହି ସଂଖ୍ୟା କମିବା ଆରମ୍ଭ କରି ୯୮୫୩, ୨୦୧୭-୧୮ରେ ୯୨୭୧ ଏବଂ ୨୦୧୮-୧୯ରେ ୯୦୧୯କୁ ଖସିଛି। ସରକାର ବାଳିକାମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବର୍ଷକରେ ୫୮୨ ବାଳିକା ଉପସ୍ଥାନ କମିବା ବିସ୍ମିତ କରିଛି। ଶିକ୍ଷା କ୍ଷେତ୍ରରେ ଶୈକ୍ଷିକ ଓ ସହଶୈକ୍ଷିକ ଦିଗରେ ସରକାରଙ୍କ ପକ୍ଷରୁ ଆକଳନ କରାଯାଇ ଭଣ୍ଡାରିପୋଖରୀ ବ୍ଲକ ରାଜ୍ୟରେ ୨ୟ ଓ ଭଦ୍ରକ ଜିଲାରେ ୧ମ ସ୍ଥାନ ହାସଲ କରୁଛି। ହେଲେ ବିଦ୍ୟାଳୟଗୁଡ଼ିକରେ ବାଳିକା ସଂଖ୍ୟା ଦିନକୁ ଦିନ କମିବା ପ୍ରତି କାହାର ଚିନ୍ତା ନ ଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ କୁହାଯାଇଛି।
ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି ଯେ, ଉଚ୍ଚଶିକ୍ଷା ପାଇଁ ପିଲାମାନେ ବିଶେଷ କରି ଇଂଲିଶ ମିଡିୟମ ସ୍କୁଲକୁ ଯାଉଛନ୍ତି। ଏହାଛଡ଼ା ଅନୁସୂଚିତ ଜାତି ଓ ଜନଜାତି ପିଲା ଅଧିକ ଥିବା ଗ୍ରାମରେ ଏପରି ହେଉଥାଇପାରେ। ସେ ନେଇ ପ୍ୟାରେଣ୍ଟ କଣ୍ଟାକ୍ଟ ରେଜିଷ୍ଟର ହୋଇଛି। ଯେଉଁ ପିଲା ନ ଆସୁଛନ୍ତି, ଶିକ୍ଷକ ଯାଇ ଅଭିଭାବକଙ୍କୁ ଜଣାଇ ଆଣିବା ବନ୍ଦୋବସ୍ତ କରାଯାଇଛି। ଡ୍ରପଆଉଟ୍‌ ସଂଖ୍ୟା କମାଇବା ପାଇଁ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri