ବିଦେଶ ଫେରନ୍ତାଙ୍କ ନାମରେ ମାମଲା ରୁଜୁ

ବାରଙ୍ଗ,୨୫।୩ (ଡି.ଏନ.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଚାରିଆଡ଼େ ନୀରବତା ଖେଳିଯାଇଛି। ନନ୍ଦନକାନନ, ବାରଙ୍ଗ ଓ ଚନ୍ଦକା ଅଞ୍ଚଳରେ ପୋଲିସ ରାସ୍ତାବନ୍ଦ କରି କାଁଭାଁ ଯାଉଥିବା ଲୋକମାନଙ୍କୁ ରୋକି ଚେତାବନୀ ସହ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବିଦେଶରୁ ଫେରି ନିଜ ନାମ ପଞୀକରଣ କରୁ ନ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। ଫଳରେ ଜଣେ ବ୍ୟକ୍ତି ବିଦେଶରୁ ଫେରି ବାରଙ୍ଗସ୍ଥିତ ଘରେ ରହିଥିବାବେଳେ ତାଙ୍କ ନାମ ପଞ୍ଜୀକରଣ କରି ନ ଥିବାର ବୁଧବାର ଥାନାରେ ଯୁବକ ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ଥାନାଧିକାରୀ ଶଶିକାନ୍ତ ରାଉତ ଗ୍ରାମକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ବାରଙ୍ଗ ସରକାରୀ ଡାକ୍ତରଖାନାକୁ ନେଇ ଛାଡିବା ସହ ପରୀକ୍ଷା କରି ଥାନାରେ ଦେଖାକରିବାକୁ କହିଥିଲେ। ବାରଙ୍ଗରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯୁବକ କଟକ ଏସସିବିକୁ ଯାଇ ପରୀକ୍ଷଣ କରି ୧୪ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସେଠାରୁ ବ୍ୟକ୍ତିଜଣଙ୍କ ଖସି ପଳାଇ ଆସିଥିବାର କେତେକ ସ୍ଥାନୀୟ ଯୁବକ ଥାନାକୁ ଜଣାଇଥିଲେ। ପୋଲିସ ଏ ନେଇ ସରକାରୀ ନିୟମକୁ ନ ମାନିବା ଓ ଅବହେଳା କରୁଥିବା ଅଭିଯୋଗରେ ନଂ. ୫୦/୨୦ରେ ଏକ ମାମଲା ରୁଜୁ କରିଛି। ଏହାସହ ବ୍ୟକ୍ତିଙ୍କୁ ଧରି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସସିବି ବଡ଼ ମେଡିକାଲକୁ ପଠାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri