Posted inଖେଳ

ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମାନେ କିଛି ନାହିଁ: ଓ୍ବାଡିଆ

ନୂଆଦିଲ୍ଳୀ,୩୦।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ବିନା ଏହା ଆୟୋଜନ ହୋଇପାରିବ ନାହିଁ ବୋଲି କିଙ୍ଗ୍ସ ଏକାଦଶ ପଞ୍ଜାବର ଅନ୍ୟତମ ମାଲିକ ନେସ୍‌ ଓ୍ବାଡିଆ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌ ନେଇ ଅନ୍ତିମ ନିଷ୍ପତ୍ତି ନେବାର ସମୟ ଆସିନାହିଁ। ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମାନେ କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍‌ ଆୟୋଜନ କରିବାକୁ ବିସିସିଆଇ ଚାହୁଁଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଆଇପିଏଲ୍‌ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଯଦି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନ ହୁଏ ତେବେ ଆଇପିଏଲ୍‌ ଆୟୋଜନର ସମ୍ଭାବନା ବଢିବ। ପୂର୍ବରୁ ଯାତ୍ରାଜନିତ କଟକଣାକୁ ଦୃଷ୍ଟିରେ ରଖି କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ ଆୟୋଜନ କରିବାକୁ ରାଜସ୍ଥାନ ରୟାଲ ପ୍ରସ୍ତାବ ଦେଇଥିଲା। ଏହାକୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲା।
ବିଶ୍ୱସ୍ତରୀୟ ଖେଳାଳିଙ୍କୁ ନେଇ ଖେଳାଯାଉଥିବାରୁ ଆଇପିଏଲ୍‌ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ମାନ୍ୟତା ପାଇଛି। ବିଶ୍ୱର ଏହା ସର୍ବଶ୍ରେଷ୍ଠ ଟି୨୦ ଲିଗ୍‌ ହିସାବରେ ପରିଗଣିତ ହେଉଛି। ତେଣୁ ଏହି ଲିଗ୍‌ ପାଇଁ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମ ଓ ଖେଳାଳି ଆବଶ୍ୟକ ବୋଲି ଓ୍ବାଡିଆ କହିଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଏବେଠାରୁ ଆଇପିଏଲ୍‌ ନେଇ କିଛି କହିବା ଅସମ୍ଭବ। ଜର୍ମାନୀରେ ଫୁଟବଲ ଆରମ୍ଭ ହେଲାଣି। ସେହିପରି ଇପିଏଲ୍‌ ମଧ୍ୟ ଆରମ୍ଭ ହେବ। କିନ୍ତୁ ମହାମାରୀ ନେଇ ଭାରତରେ ଏବେ ବହୁ ଚ୍ୟାଲେଞ୍ଜ ରହିଛି। ଆଇପିଏଲ୍‌ ଦେଖିବାକୁ ଭାରତୀୟ ପ୍ରଶଂସକ ଅପେକ୍ଷା କରିଛନ୍ତି। ଲିଗ୍‌ ଆୟୋଜନ ହେଲେ ସେମାନେ ବହୁତ ଖୁସି ହେବେ ବୋଲି ଓ୍ବାଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚକିତ କଲା ଜର୍ଜ ବେଲିଙ୍କ ନୂଆ ବ୍ୟାଟିଂ ଷ୍ଟାନ୍ସ

ହାବର୍ଟ,୧।୧୧- ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଜର୍ଜ ବେଲି ପୁଣି ଥରେ ବ୍ୟାଟିଂ ଷ୍ଟାନ୍ସରେ ପ୍ରୟୋଗ କରିଛନ୍ତି। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଟାସ୍‌ମାନିଆ...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩: ଭାରତକୁ ଆହୁରି ୩ ସ୍ବର୍ଣ୍ଣ ପଦକ

ପ୍ୟାରିସ,୨୮ା୬ (ପି.ଟି.)-ଦୀପିକା କୁମାରୀଙ୍କ ଚମତ୍କାର ଫର୍ମ ଯୋଗୁ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩ରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତୀୟ ତୀରନ୍ଦାଜମାନେ ରବିବାର ଦେଶ ପାଇଁ...

ଧୋନୀଙ୍କ ଉଇକେଟ ଆଭେଶଙ୍କ ସ୍ବପ୍ନ ଥିଲା

ମୁମ୍ବାଇ, ୧୩ା୪ (ପି.ଟି.)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ଓପନରରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ଉଇକେଟ ହାସଲ ଦ୍ୱାରା...

ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୨୭ ରନ୍‌ରେ ଅଲଆଉଟ୍‌

ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ...

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ...

ସରବଜୋତଙ୍କୁ ସ୍ବର୍ଣ୍ଣ, ବରୁଣଙ୍କୁ ବ୍ରୋଞ୍ଜ

ଭୋପାଳ,୨୩ା୩(ପି.ଟି.): ଭୋପାଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ...

ପ୍ରଥମଥର ଲାଗି ଇଂଲଣ୍ଡ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଆର୍ଚର

ଲଣ୍ଡନ, ୨୦।୯ (ଏଏଫ୍‌ପି)- ଗତ ଆଇସିସି ବିଶ୍ୱକପ୍‌ ଓ ଆଶେସ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରଥମଥର ଲାଗି...

ଜାଡେଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା ବାଉନ୍‌ସର, ଡ୍ରେସିଂ ରୁମ୍‌ ଆସିବା ପରେ ମୁଣ୍ଡ ବୁଲାଉଥିଲା: ସାମ୍‌ସନ

ନୂଆଦିଲ୍ଲୀ,୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ହିସାବରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସାମିଲ ହୋଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ। ମିଳିଥିବା...

Advertisement
Archives

Model This Week