ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ ସଫି ଟର୍ନରଙ୍କ ଦ୍ୱିତୀୟ ବିବାହ ଉତ୍ସବରେ ସେ ଶାଢ଼ି ପିନ୍ଧିବାକୁ ଜମା ବି ଭୁଲି ନ ଥିଲେ। ନିକ୍‌ଙ୍କ ପୂରା ପରିବାର ଫ୍ରାନ୍ସର ପ୍ୟାରିସଠାରେ ବିବାହ ଉତ୍ସବ ମନାଉଛନ୍ତି। ଏହି ଉତ୍ସବରେ ସମସ୍ତଙ୍କ ନଜର ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ଉପରେ ଥିଲା। କାରଣ ସେ ପୂରା ଦେଶୀ ଗେଟ୍‌ଅପରେ ଥିଲେ। ନିକ୍‌ଙ୍କୁ ବିବାହ କରିବା ପରଠାରୁ ଆଜିପର୍ଯ୍ୟନ୍ତ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧି ଆସୁଥିବା ପ୍ରିୟଙ୍କା ଦେଢ଼ଶୁରଙ୍କ ବିବାହ ଦିନ ଶାଢ଼ି ପିନ୍ଧିଥିଲେ। ଫ୍ୟାରିସରେ ଥିବାବେଳେ ପ୍ରିୟଙ୍କା କିଛି ନା ନୂଆ ଅନ୍ଦାଜରେ ନଜରକୁ ଆସନ୍ତି। ଦେଶୀ ଗାର୍ଲ ବିଦେଶରେ ଥାଇ ଦେଶୀ ଲୁକ୍‌ରେ ଫ୍ୟାନମାନଙ୍କ ହୃଦୟ ଜିତି ଯାଇଛନ୍ତି।

ଏକ ଗୋଲାପୀର ରଙ୍ଗର ନେଟ୍‌ ଶାଢ଼ି ସାଙ୍ଗକୁ ବ୍ୟାକ୍‌ଲେସ୍‌ ବ୍ଲାଉଜରେ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ। ଶାଢ଼ିକୁ ମ୍ୟାଚ କରି ମୁଣ୍ଡରେ ଏକ ଗୋଲାପ ଫୁଲ ଖୋସିଥିଲେ। ସେହିପରି ବ୍ଲାକ୍‌ କଲର ଶୁଟ୍‌ରେ ନିକ୍‌ ବି କିଛି କମ୍‌ ହାଣ୍ଡସମ୍‌ ଲାଗୁ ନ ଥିଲେ।

ଜୋ ଏବଂ ସୋଫିଙ୍କ ବିବାହ ପ୍ୟାରିସର ଚାଟେଉ ନାମକ ଏକ ମହଲରେ ସମ୍ପନ୍ନ ହୋଇଛି। ଏହି ଉତ୍ସବରେ ପରିବାର ଲୋକ ଏବଂ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବର୍ଷକ ତଳେ ଜୋ ଏବଂ ସଫି ଏହି ହୋଟେଲରେ ରହିବା ନେଇ ଚର୍ଚ୍ଚା ହୋଇଥିଲା। କାରଣ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୩ ଲକ୍ଷ.୨୧ ଲକ୍ଷ ଖର୍ଚ୍ଚ କରିଥିଲେ ଜୋ। ଚଳିତବର୍ଷ ମେ ୧ ରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

ବିବାହକୁ ନେଇ ଏମିତି କହିଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା...

ପୁଅର ପ୍ରଥମ ଫଟୋ ଶେୟାର କଲେ ସୁଦ୍ଧା ନବଜାତକଙ୍କୁ ଦେଖାଇଲେ ନାହିଁ ଏହି ଅଭିନେତ୍ରୀ

ଛୋଟ ପରଦାର ‘ନାଗିନ୍‌’ ତଥା ଅନିତା ହାସନାନନ୍ଦାନୀଙ୍କ ପାଇଁ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ଆସିଛି। ଫେବୃୟାରୀ ମାସରେ ସେ ମା’ ହେବାର ସୌଭାଗ୍ୟ...

୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର...

ଗୁରୁବାର ହେବ ଏହି ଅଭିନେତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନର ଫଳାଫଳ ଗୁରୁବାର ଜଣାପଡ଼ିବ। ଏନେଇ ରାଜନୈତିକ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି। ଏ କ୍ଷେତ୍ରରେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀଙ୍କର ମଧ୍ୟ ଭାଗ୍ୟ...

ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ...

ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ...

ସିଦ୍ଧାର୍ଥଙ୍କ ପ୍ରେମରେ ଆରତୀ, ହେଲେ କହିପାରୁନାହାନ୍ତି ମନକଥା

ବମ୍ବେ: ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂଙ୍କୁ ନେଇ ନୂଆ ଚର୍ଚ୍ଚା। ସେ କୁଆଡ଼େ ବିଗ୍‌ ବସ୍‌ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେମନେ ଭଲ ପାଉଛନ୍ତି।...

Advertisement
Archives

Model This Week