ବିଦାୟ ନେଲେ ଗଜାନନ: ବାଦ୍ୟବାଜଣାରେ କମ୍ପିଲା ପାଲଲହଡା

ପାଲଲହଡା,୧୦।୯(ଡି.ଏନ.ଏ.)-ପାଲଲହଡ଼ାରେ ୮ ଦିନ ଧରି ଚାଲିଥିବା ଗଣେଶ ପୂଜା ମେଲଣ ଏବଂ ଭାସାଣି ଉତ୍ସବ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମେ ବିଭିନ୍ନ ପୂଜା କମିଟିର ମେଢ ଗୁଡ଼ିକ ସହର ପରିକ୍ରମା କରିବାପରେ ପାଲଲହଡା ଷ୍ଟାଡିୟମଠାରେ ପହଞ୍ଚିଥିଲେ। ଏହି ଅବସରରେ ବିଭିନ୍ନ ବାଦ୍ୟ ବାଜଣାରେ ସହର କମ୍ପି ଉଠିଥିଲା। ପରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପାଲଲହଡା ବିଧାୟକ ମୁକେଶ କୁମାର ପାଲ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ, ମୁଖ୍ୟବକ୍ତା ଭାବେ ରଘୁନନ୍ଦନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଚଳିତବର୍ଷ ମେଲଣରେ ମୋଟ୍‌ ୧୧ଟି ମେଢ ଅଶଂଗ୍ରହଣ କରିଥିଲେ। ଶ୍ରେଷ୍ଠ ମେଢ ଭାବେ ଡାଇମଣ୍ଡ କ୍ଲବକୁ ପୁରସ୍କୃତ କରାଯାଇଥିଲା। ସେହିପରି ସାଜସଜ୍ଜା, ଶାନ୍ତିଶୃଙ୍ଖଳା, ମୂର୍ତ୍ତି ପାଇଁ ଷେଣ୍ଢ କ୍ଲବ, ଲାୟନ କ୍ଲବ, ଫ୍ରେଣ୍ଡସ କ୍ଲବ, ଶ୍ରୀରାମ କ୍ଲବ, କିଙ୍ଗ କ୍ଲବ, ଗଣପତି କ୍ଲବ ଆଦିକୁ ପୁରସ୍କୃତ କରାଯାଇଥିଲା। ପରେ କେନ୍ଦ୍ରୀୟ କମିଟି ପକ୍ଷରୁ ଗଣେଶଙ୍କ ଏକ ରୁପା ମୂର୍ତ୍ତି ଏବଂ ଆଜ୍ଞା ଲଡୁ ନିଲାମ କରାଯାଇଥିଲା। ରୂପା ମୂର୍ତ୍ତିକୁ ଜଗନ୍ନାଥ କ୍ଲବ ୨୬୦୦୦ ଟଙ୍କାରେ ଏବଂ ଆଜ୍ଞା ଲଡୁକୁ ୧୩୦୦୦ ଟଙ୍କାରେ ବଜାର ସାହି କ୍ଲବ ନିଲାମ ନେଇଥିଲେ। ଶେଷରେ ସମସ୍ତ ମେଢ ଗୁଡ଼ିକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ୟୁକୋ ବ୍ୟାଙ୍କ ଛକ ଦେଇ ବଜାର ଛକ ଠାରେ ପହଞ୍ଚି ବିଭିନ୍ନ ନଦୀଘାଟ, ପୋଖରୀରେ ବିସର୍ଜନ କରିଥିଲେ। କେନ୍ଦ୍ରୀୟ କମିଟି ସଭାପତି ସବ୍ୟସାଚୀ କପର୍ଦାର, ଉପସଭାପତି ରଞ୍ଜନ କୁମାର ସାହୁ, ସମ୍ପାଦକ ଶିବ ପ୍ରସାଦ ସାମଲ, ସହ ସମ୍ପାଦକ ଋଷିକେଶ ସାମଲ, କୋଷଧକ୍ଷ ଶିବାଦତ୍ତ ଦାଶ ସହଯୋଗ କରିଥିଲେ। ସୁରକ୍ଷା ପାଇଁ ପାଲଲହଡା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ତାଣ୍ଡବ: ପୋଡ଼ିଦେଲେ ଘରୋଇ ଠିକା ସଂସ୍ଥାର ୬ ଗାଡ଼ି

ବାଲିଗୁଡା,୧୭।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କ୍ୟାମ୍ପକୁ ଉଡାଇ ଦେଇଥିବା ଜଣାପଡ଼ିଛି। ଏହା ସହ ଠିକା ସଂସ୍ଥା ଦ୍ୱାରା...

ହାତୀ ଆକ୍ରମଣରେ ଜଣେ ଗୁରୁତର

କାମାକ୍ଷାନଗର,୧୭।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ...

ଗାଡ଼ି ଚଢ଼ିଗଲା: ଜଣେ ମୃତ, ୨ ଗୁରୁତର

ଧାମନଗର, ୧୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ରାସ୍ତାରେ ରବିବାର ସନ୍ଧ୍ୟାରେ ଗାଡ଼ି ଚଢ଼ିଯିବାରୁ ଜଣେ ଯୁବକଙ୍କର...

ସମବାୟ ସପ୍ତାହ ଆଲୋଚନା ଚକ୍ର, କର୍ମଶାଳା

ଯାଜପୁର ଟାଉନ,୨୧।୧୧(ଡିଏନଏ): ଜିଲାସ୍ତରୀୟ ସମବାୟ ସପ୍ତାହ ଆଲୋଚନା ଚକ୍ର ଓ କର୍ମଶାଳା ବୁଧବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ...

ବିଦ୍ୟୁତ୍‌ ଆଘାତରେ ଅସ୍ଥାୟୀ ଲାଇନ୍‌ ମ୍ୟାନ ଗୁରୁତର:  ନେସ୍କୋ କାର୍ଯ୍ୟାଳୟ ଘେରାଉ

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲମ ତାଳପଦା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଅସ୍ଥାୟୀ ଲାଇନମ୍ୟାନ୍‌ ଗୁରୁତର ହେବା ଘଟଣାକୁ ନେଇ ୨ଦିନ ପରେ ଗ୍ରାମବାସୀ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଓଲଟିଲା ମିନିବସ୍‌: ୫ଶିଶୁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୮ ଗୁରୁତର

ପୁରୁଷୋତ୍ତମପୁର, ୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ଛକ ନିକଟରେ ଥିବା ଭୁବନେଶ୍ବରୀ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଶନିବାର...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ପୁରୀ ଅଫିସ ୧୨ା୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ...

ମାନସିକ ବିକାରଗସ୍ତ ଯୁବକଙ୍କ ଉନ୍ମତକାଣ୍ଡ: ଗୁହାଳରେ ଲଗାଇଲେ ନିଆଁ, ୧୦ ଛେଳି ଜୀବନ୍ତ ଦଗ୍ଧ

ବୈପାରିଗୁଡା, ୬।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ମାନସିକ ବିକାରଗସ୍ତ ଯୁବକ ଶୁକୁରାମ ଖିଲ...

Advertisement
Archives

Model This Week