ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏହାକୁ ପ୍ରତିହତ ପାଇଁ ପ୍ରଚେଷ୍ଟା ଜାରିରହିଛି। ମାତ୍ର ଦାରିଙ୍ଗବାଡ଼ିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଡିଓ ମାତାରାମ ଲେୟାଙ୍ଗି ନିଜ ଦାୟିତ୍ୱ ସଠିକ୍‌ ଭାବେ ତୁଲାଇ ପାରି ନ ଥିବା ଦର୍ଶାଇ ଜିଲାପାଳ ଶନିବାର ତାଙ୍କୁ ତାଙ୍କ କାର୍ଯ୍ୟରୁ ହଟାଇ ଦେଇଛନ୍ତି। ବିଡିଓ ଲେୟାଙ୍ଗିଙ୍କୁ ଫୁଲବାଣୀ ଡିଆରଡିଏ କାର୍ଯ୍ୟାଳୟକୁ ଫେରାଇ ନେଇଥିବା ବେଳେ ତାଙ୍କ ସ୍ଥାନରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଡେପୁଟି କଲେକ୍ଟର ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଦାରିଙ୍ଗବାଡ଼ି ବିଡିଓ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଜିଲାପାଳଙ୍କ ଚିଠି ସଂଖ୍ୟା-୧୯୭୩ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଦାରିଙ୍ଗବାଡ଼ିରେ କରୋନା ସଂକ୍ରମିତ ମୁକାବିଲା ପାଇର୍ଁ ଜିଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଇ କିଭଳି ଏହି ଭୂତାଣୁ ଅଞ୍ଚଳରେ ସଂକ୍ରମଣ ନ ହେବ ସେନେଇ ସଚେତନ କରାଉଛନ୍ତି। ଏଥିସହ ଗାଁ ଗାଁରେ ବାହାର ରାଜ୍ୟରୁ ଘରକୁ ଫେରୁଥିବା ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇବା ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ଦାୟିତ୍ୱ ବିଡିଓମାନେ ତୁଲାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ସରକାରଙ୍କ ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦେଶକୁ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଜିଲାପାଳ ହୃଦୟଙ୍ଗମ କରିବା ସହ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଚଳିତମାସ ୧୨ ତାରିଖରେ ନୂତନ ବିଡିଓ ଭାବେ ଲେୟାଙ୍ଗି ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri