ବିଡିଓଙ୍କୁ ଦାୟିତ୍ୱରୁ ହଟାଇଲେ ଜିଲାପାଳ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କନ୍ଧମାଳ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ କରାଯିବା ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏହାକୁ ପ୍ରତିହତ ପାଇଁ ପ୍ରଚେଷ୍ଟା ଜାରିରହିଛି। ମାତ୍ର ଦାରିଙ୍ଗବାଡ଼ିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଡିଓ ମାତାରାମ ଲେୟାଙ୍ଗି ନିଜ ଦାୟିତ୍ୱ ସଠିକ୍‌ ଭାବେ ତୁଲାଇ ପାରି ନ ଥିବା ଦର୍ଶାଇ ଜିଲାପାଳ ଶନିବାର ତାଙ୍କୁ ତାଙ୍କ କାର୍ଯ୍ୟରୁ ହଟାଇ ଦେଇଛନ୍ତି। ବିଡିଓ ଲେୟାଙ୍ଗିଙ୍କୁ ଫୁଲବାଣୀ ଡିଆରଡିଏ କାର୍ଯ୍ୟାଳୟକୁ ଫେରାଇ ନେଇଥିବା ବେଳେ ତାଙ୍କ ସ୍ଥାନରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଡେପୁଟି କଲେକ୍ଟର ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଦାରିଙ୍ଗବାଡ଼ି ବିଡିଓ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଜିଲାପାଳଙ୍କ ଚିଠି ସଂଖ୍ୟା-୧୯୭୩ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଦାରିଙ୍ଗବାଡ଼ିରେ କରୋନା ସଂକ୍ରମିତ ମୁକାବିଲା ପାଇର୍ଁ ଜିଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଇ କିଭଳି ଏହି ଭୂତାଣୁ ଅଞ୍ଚଳରେ ସଂକ୍ରମଣ ନ ହେବ ସେନେଇ ସଚେତନ କରାଉଛନ୍ତି। ଏଥିସହ ଗାଁ ଗାଁରେ ବାହାର ରାଜ୍ୟରୁ ଘରକୁ ଫେରୁଥିବା ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇବା ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ଦାୟିତ୍ୱ ବିଡିଓମାନେ ତୁଲାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ସରକାରଙ୍କ ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦେଶକୁ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଜିଲାପାଳ ହୃଦୟଙ୍ଗମ କରିବା ସହ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଚଳିତମାସ ୧୨ ତାରିଖରେ ନୂତନ ବିଡିଓ ଭାବେ ଲେୟାଙ୍ଗି ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଲକ୍ଷରୁ ଊର୍ଦ୍ଧ୍ୱ ନେଇନାହାନ୍ତି ପ୍ରିକଶନ ଡୋଜ୍‌

ଛତ୍ରପୁର,୧୭।୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଏବେ ବି ବହୁଲୋକ କରୋନା ଟିକା ନେଇ ନ ଥିବା ଜଣାପଡିଛି। ବିଶେଷ କରି ୧୮ ବର୍ଷରୁ ୫୯ ବୟସ୍କ ଲୋକ...

ବରକନ୍ୟାଙ୍କୁ ବେଦିରୁ ଉଠାଇନେଲା ପୋଲିସ

ରାଉରକେଲା ଅଫିସ,୨୧ା୫: ପ୍ରଥମ ସ୍ତ୍ରୀ ଓ ତାଙ୍କର ଏକ ଝିଅ ଥିବା ସତ୍ତ୍ୱେ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ପୋଲିସ ବାହାଘର...

ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର...

ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ...

ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ...

ଧରାପଡ଼ିଲା ନକଲି ଏମ୍‌ଭିଆଇ ଟିମ୍‌: ୪ ଗିରଫ

ବାଲିକୁଦା,୨୯ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗଁା ମୁଖ୍ୟରାସ୍ତାରେ ଏମ୍‌ଭିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍‌ ସାଜି ଗାଡି ଚାଳକଙ୍କୁ ଲୁଟ୍‌ କରୁଥିବା ଏକ ନକଲି...

ଶ୍ମଶାନରେ ୩ ଭାଲୁ, ଜଗି ରହିଛି ବନ ବିଭାଗ

ନନ୍ଦାହାଣ୍ଡି, ୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତରେ ଭାଲୁ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୩ଟି ଭାଲୁ ଦହଣା ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ...

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା,...

Advertisement
Archives

Model This Week