ବିଞ୍ଝାରପୁରର ୫ ପଞ୍ଚାୟତ ଶଟଡାଉନ

ବିଞ୍ଝାରପୁର, ୪।୪ (ଡି.ଏନ.ଏ) : ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଶୁକ୍ରବାର ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଞ୍ଝାରପୁର ବ୍ଲକର ୫ ପଞ୍ଚାୟତ ଯଥା ସୟଦପୁର, ବିଞ୍ଝାରପୁର, କଏଣା-ରଘୁନାଥପୁର, ମାଁସଡା ଓ କଲ୍ୟାଣପୁରକୁ ଶନିବାର ରାତି ୮ଟାରୁ ସୋମବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଶଟଡାଉନ କରାଯାଇଛି। ଏଥିସହିତ କଏଣା-ରଘୁନାଥପୁର ପଞ୍ଚାୟତର ସୟଦପୁର ଛକଠାରୁ କଲ୍ୟାଣପୁର ପଞ୍ଚାୟତ ବାଳମୁକୁଳି ହାଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି। ଏ ସମ୍ପର୍କରେ ଶନିବାର ସନ୍ଧ୍ୟାରେ ଏହି ୫ ପଞ୍ଚାୟତବାସୀଙ୍କୁ ବ୍ଲକ ପ୍ରଶାସନ ତରଫରୁ ମାଇକ ଦ୍ଵାରା ଅବଗତ କରାଯାଇଛି। ସେହିପରି ଜରୁରୀକାଳୀନ ସେବା ଭାବେ ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପାଖରେ ଥିବା ଔଷଧ ଦୋକାନ ସମେତ ଦମକଳ କେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ଏଟିଏମ ଖୋଲା ରହିବ ବୋଲି ତହସିଲଦାର ଅସ୍ମିତା ଦାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଗରେ ଚାଲିଛି ଶଙ୍ଖ: ତିର୍ତ୍ତୋଲରେ ୨୯,୯୮୭; ବାଲେଶ୍ୱରରେ ୮୬୬୧ ଭୋଟରେ ଆଗୁଆ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଗଣତି ଜାରି ରହିଛି। ଉଭୟ ଆସନରେ ଭାଜପାକୁ ପଛରେ ପକାଇଛି ବିଜେଡି। ତିର୍ତ୍ତୋଲ ବିଧାନସଭାରେ ୨୦...

୩୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ନୀଳଗିରି, ୫।୮(ଡି.ଏନ.ଏ.)-କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ତଥା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ଘାଟଘରସାହି ଗାଁର ମୁନା ନାଥ(୩୨)ଙ୍କ ଘରେ ଚଢ଼ାଉ...

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି,୩।୪(ଡି.ଏନ.ଏ.): କଟକ ଜିଲା ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗୁରୁବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ବ୍ଲକ ଅନ୍ତର୍ଗତ ତିହୁଡି...

ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବନ୍ତ,୨୦।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ବଜାରରେ ଥିବା ଏକ ସିମେଣ୍ଟ ଗୋଦାମରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସିମେଣ୍ଟ...

ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ

ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍‌ରେ ବଲାଙ୍ଗୀର ସମେତ...

ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ

ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ମନୁଶୁ ପଞ୍ଚାୟତର...

ଆନ୍ଧ୍ର ମାନିଲାନି ହାଇକୋର୍ଟ ନିର୍ଦ୍ଦେଶ

କୋରାପୁଟ/ ପଟ୍ଟାଙ୍ଗୀ,୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ଗୁରୁବାର ଆନ୍ଧ୍ର ଜିଲା ପରିଷଦ ଓ ସମିତିସଭ୍ୟ ପଦ ପାଇଁ...

Advertisement


Archives

Model This Week

Why Dharitri