Posted inଖେଳ

ବିଜୟ ଶଙ୍କରଙ୍କ ସ୍ଥାନରେ ଭାରତୀୟ ଦଳରେ ମୟଙ୍କ

ବର୍ମିଂହାମ, ୧।୭(ପି.ଟି.)- ଆଘାତଜନିତ ସମସ୍ୟା ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପିଛା ଛାଡ଼ୁନାହିଁ। ସଦ୍ୟତମ ଖେଳାଳିଭାବେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିଜୟଙ୍କ ସ୍ଥାନରେ ବଦଳ ଖେଳାଳିଭାବେ କର୍ନାଟକ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳ ସହ ଯୋଗଦେବା ପାଇଁ ଡାକରା ମିଳିଛି। ଫଳରେ ମୟଙ୍କ ଦିନିକିଆ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଆଘାତଜନିତ ସମସ୍ୟା ଲାଗି ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବାରେ ଶଙ୍କର ୨ୟ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଇନ୍‌ଫର୍ମ ଓପନର୍‌ ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଅବସରରେ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇ ବିଶ୍ୱକପ୍‌ରୁ ବିଦା ହୋଇଥିଲେ। ତାଙ୍କ ସ୍ଥାନରେ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଦଳ ସହ ଯୋଗଦେଇଥିଲେ।
୧୯ରେ ସାଉଥାମ୍ପଟନରେ ନେଟ୍ସରେ ବ୍ୟାଟିଂ କରୁଥିବାବେଳେ ବିଜୟ ଶଙ୍କରଙ୍କ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ବଲ୍‌ ବାଜିଥିଲା। ଏହାସତ୍ତ୍ୱେ ପରେ ସେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ଜୁନ୍‌ ୨୭ ମ୍ୟାଚ୍‌ ପରେ ତାଙ୍କର ଆଘାତଜନିତ ସମସ୍ୟା ଆହୁରି ଗୁରୁତର ହୋଇଥିଲା। ସିଟି ସ୍କାନ ପରେ ତାଙ୍କ ଆଙ୍ଗୁଠିରେ ଗୁରୁତର ସମସ୍ୟା ଥିବା ସ୍ପଷ୍ଟ ହୋଇଥିଲା। ଫଳରେ ତାଙ୍କୁ ଅତିକମ୍‌ରେ ୩ ସପ୍ତାହ ବିଶ୍ରାମ ଆବଶ୍ୟକ ହୋଇଛି ଏବଂ ବିଶ୍ୱକପ୍‌ରୁ ବାଦ୍‌ ଦିଆଯାଇଛି’ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଶଙ୍କରଙ୍କ ସ୍ଥାନରେ ଅଗ୍ରଓ୍ବାଲଙ୍କୁ ବଦଳ ଖେଳାଳିଭାବେ ଦଳରେ ନେବା ପାଇଁ ବିସିସିଆଇ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା ତାହାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଅନୁମୋଦନ କରିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୧୯ ଟୁର୍ନାମେଣ୍ଟର ଇଭେଣ୍ଟ ଟେକ୍‌ନିକାଲ କମିଟି ମୟଙ୍କ ନାମକୁ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଅନୁମୋଦନ କରିଛି’ ବୋଲି ଆଇସିସି ସ୍ପଷ୍ଟ କରିଛି।
ଡାହାଣହାରତୀ ବ୍ୟାଟ୍ସମ୍ୟାନ ମୟଙ୍କ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ଦିନିକିଆରେ ଖେଳିବାର ସୁଯୋଗ ପାଇ ନାହାନ୍ତି। ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜରେ ଭାରତ-ଏ’କୁ ଚାମ୍ପିୟନ କରାଇବାରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ୨୮ ବର୍ଷୀୟ ମୟଙ୍କ ନାମକୁ ଚୟନକର୍ତ୍ତାମାନେ ମୋହର ମାରିଛନ୍ତି। ଏହି ସିରିଜରେ ଭାରତ-ଏ ବ୍ୟତୀତ ଇଂଲଣ୍ଡ ଲାୟନ୍ସ ଓ ଓ୍ବେଷ୍ଟଇଣ୍ଡିଜ-ଏ ଦଳ ଅଂଶଗ୍ରହଣ କରିଥିଲେ। ଫଳରେ ମୟଙ୍କ ଏବେ ରୋହିତ୍‌ଙ୍କ ସହ ଇନିଂସ ଓପନ୍‌ କରିବା ସମ୍ଭାବଦା ସୃଷ୍ଟି ହୋଇଛି। ଯଦି ରିଷଭ ପନ୍ତ ଆଗାମୀ ୨ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ବର୍ତ୍ତମାନ ଇନିଂସ ଓପନ୍‌ କରୁଥିବା ଲୋକେଶ ରାହୁଲଙ୍କୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ଏବଂ ମୟଙ୍କଙ୍କୁ ରୋହିତ୍‌ଙ୍କ ସହ ଇନିଂସ ଆରମ୍ଭ ପାଇଁ ସୁଯୋଗ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି...

୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ : ନିଖିଲ ଚାମ୍ପିୟନ, ବିକାଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୬(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା, ବାହାର ରାଜ୍ୟ ଏବଂ...

ପଡ଼ିଲା ରୁଟ୍‌ଙ୍କ ଉଇକେଟ

ଲିଡ୍ସ,୨୬।୮: ଶେଷରେ ପ୍ୟାଭିଲିୟନ ଫେରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଆଉଟ୍‌ ହେବା ପୂର୍ବରୁ ସେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଥିଲେ। ମୋଟ ୧୬୫...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର,୧୬।୧(କ୍ରୀଡ଼ା ପ୍ରତିନିଧି)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ୩ ବିଜୟ ସହ ହ୍ୟାଟ୍ରିକ କରିଥିବା ଓଡ଼ିଶା ଏଫ୍‌ସି ବାହାର ପରିବେଶରେ ମଧ୍ୟ ଦକ୍ଷତା...

ବିରାଟଙ୍କ ଠାରୁ ଅଧିକ ଆୟ କରନ୍ତି ଏହି ଖେଳାଳି

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିଡାବିତ୍‌ଙ୍କ ମଧ୍ୟରେ ଅନ୍ୟତମ ଲିଓନେଲ ମେସି। ନିକଟରେ ମେସିଙ୍କ ଦରମା ବିଷୟରେ ସୂଚନା ଲିକ୍‌ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨...

କରୋନା ବ୍ରେକ୍‌ ପରେ ପ୍ରଥମ ଦିନିକିଆ ସିରିଜ

ସାଉଥାମ୍ପଟନ, ୨୯।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନିଶ୍ଚିତତା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଟେଷ୍ଟରେ...

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ...

ରଣଜୀ ଟ୍ରଫି: ଧ୍ରୁବଙ୍କୁ ଦିଲ୍ଲୀର ନେତୃତ୍ୱ

ନୂଆଦିଲ୍ଲୀ, ୫।୧୨(ପି.ଟି.)- ୨୦୧୯-୨୦ ରଣଜୀ ଟ୍ରଫି ସେସନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦିଲ୍ଲୀ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ମିଡଲ ଅର୍ଡର...

Advertisement
Archives

Model This Week