ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ ଓହ୍ଲାଇ ଥିଲେ। ହାଇଟେକ ବସ୍‌ ଉପରେ ରହି ପ୍ରାର୍ଥିନୀ ରୀତା ସାହୁ ପାଇଁ ଭୋଟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା, କୁର୍କୁଟା, ପଥର୍ଲା, ବଡବାଉଁସେନ ଛକ, ସାଇପାଲି, ଖରମୁଣ୍ଡା ମାମାଛକ, ଟିଗଣ୍ଡପାଲି, ଚାରପାଲି, ଗୁଡ଼ିମୁଣ୍ଡା, ବିଜେପୁର ଗାନ୍ଧୀ ଛକ, ବସଷ୍ଟାଣ୍ଡ, ଜାରିଂରେ ରୋଡ ଶୋ’ ମାଧ୍ୟମରେ ପ୍ରଚାର କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକକୁ ପ୍ରଚାର ପାଇଁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗରେ ଯାଉଥିବା ରୋଡ ଶୋ’ ଗାଡିରେ ପ୍ରାର୍ଥିନୀ ରୀତାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ପଦ୍ମିନୀ ଦିଆନ, ସ୍ନେହାଙ୍ଗିନୀ ଛୁରିଆ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ। ଚାରପାଲିରେ ଆୟୋଜିତ ଚିୟର୍‌ ଗାର୍ଲ ନୃତ୍ୟ ଜନସାଧାରଣଙ୍କ ମନ ମୋହି ନେଇଥିଲା। ଏହି ରୋଡ ଶୋ’ରେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀ ମିଶ୍ର ସମେତ ବହୁ ନେତା ମନ୍ତ୍ରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌: ବାଗ୍‌ଚୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍‌କୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌ କରିବା...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଅଭିଭାବକ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟ୍‌ସ ଫେଡ଼େରେଶନ(ଓଫାଫ୍‌) ପକ୍ଷରୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଡୁବୁରୀ/କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ନାବାଳିକାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ...

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ...

କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଆୟୁଷ ଡାକ୍ତର ପ୍ରତିନିଧି ଦଳର ଦାବି

ଲୋଇସିଂହା,୨୧।୫(ଡି.ଏନ.ଏ.): ମହାମାରୀ କରୋନା ମୁକାବିଲାରେ ଆୟୁଷ ଡାକ୍ତରମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି। ଏଥି...

ପେନ୍‌ସନଭୋଗୀଙ୍କ ଅନୁପସ୍ଥିତିରେ ମିଳିବ ପେନ୍‌ସନ

ଭୁବନେଶ୍ୱର,୫।୧୧(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ୫-‘ଟି’ ଏବଂ ‘ମୋ ସରକାର’ ସୂତ୍ର ଅଧୀନରେ ପରିବାର ପେନ୍‌ସନଭୋଗୀଙ୍କୁ ସେବା ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।...

ନିରୀହ ପଶୁର ମାତୃତ୍ୱ ଆଗରେ ହାରମାନିଛି ଭେଦଭାବ

ଭବାନୀପାଟଣା,୧୮ା୭(ସ୍ବ.ପ୍ର.) : ଆଜିର ଏହି ସ୍ବାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବାବେଳେ କେତେକ ମା’ ମଧ୍ୟ ଜନ୍ମିତ ଶିଶୁକୁ...

ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ...

Advertisement


Archives

Model This Week

Why Dharitri