ବିଜେପୁର ଅଞ୍ଚଳ ଚାଷୀଙ୍କ ଦାବି ରହିଲା: ଏଣିକି ପାଞ୍ଚ ଦିନ ବସିବ ପରିବା ମାର୍କେଟ୍‌

ବିଜେପୁର,୨୬।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ବିଜେପୁର ଏନ୍‌ଏସିର ହାଇସ୍କୁଲ ପଡିଆରେ ଅସ୍ଥାୟୀ ଭାବେ ବସୁଥିବା ପରିବା ମାର୍କେଟକୁ ସପ୍ତାହକୁ ତିନିଦିନ ବସାଇବାକୁ ନିର୍ଦ୍ଦେଶ ଜାରି କରିଥିଲା। ଏଣୁ ସପ୍ତାହର ବୁଧବାର, ଶୁକ୍ରବାର, ରବିବାର ପରିବା ମାର୍କେଟ ବସୁଥିଲା। ଫଳରେ ଅଞ୍ଚଳରେ ଉତ୍ପାଦିତ ପରିବାକୁ ଚାଷୀମାନେ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଉକ୍ତ ପରିବା ମାର୍କେଟକୁ ସପ୍ତାହକୁ ତିନିଦିନ ପରିବର୍ତ୍ତେ ଅଧିକ ଦିନ କରିବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ଚାଷୀଙ୍କ ଦାବିକୁ ବିଚାର କରି ପ୍ରଶାସନ ରବିବାରରୁ ଏହି ପରିବା ମାର୍କେଟକୁ ସପ୍ତାହକୁ ତିନିଦିନ ପରିବର୍ତ୍ତେ ସୋମବାର ଓ ଗୁରୁବାର ବ୍ୟତୀତ ପାଞ୍ଚ ଦିନ ବସିବାକୁ ସ୍ଥିର କରିଛି। ଫଳରେ ଉତ୍ପାଦିତ ପରିବାକୁ ବିକ୍ରି କରିବାର ସୁଯୋଗ ପାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ବେଶ ଉତ୍ସୁକତା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବନକଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୮: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ମଳ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ...

ବିଦ୍ୟୁତ କାଟ୍‌କୁ ନେଇ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଅଁରପାଳ,୨୫।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା, ଝଯିରୀବାହଳ ଓ ଚଉରୀଡ଼ିହ ଗ୍ରାମରେ ଶନିବାରଠାରୁ ବିଦ୍ୟୁତ ନ ଥିବାରୁ ଏ ନେଇ ରବିବାର ଗ୍ରାମବାସୀଙ୍କ...

ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି

ଝୁମ୍ପୁରୀ,୫।୬(ଡି.ଏନ୍‌.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ...

ରାସ୍ତା ପାର୍ଶ୍ୱରେ ବିପଦ

ଖଣ୍ଡପଡ଼ା,୩ା୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଏକାଧିକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଟିପିସିଓଡିଏଲର ଖାମଖିଆଲ ମନୋଭାବ ଯୋଗୁ ଉକ୍ତ...

ମାସାନ୍ତମେରୁ ଯାତ୍ରା ଉଦ୍‌ଯାପିତ

ଭଞ୍ଜନଗର, ୧୪।୪(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚର ବୁଧବାର ମାସନ୍ତ ମେରୁ ଯାତ୍ରା ହୋଇଥିଲା। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମେରୁ ଯାତ୍ରା ପଡିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

ଅନିଶ୍ଚିତତାରେ ପୋଲସରା ନୂତନ ବସଷ୍ଟାଣ୍ଡ

ପୋଲସରା,୯|୩(ଡି.ଏନ.ଏ.) – ଗଞ୍ଜାମ ଜିଲା ପୋଲସରା ସହର ମଧ୍ୟରେ ରହିଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୭ରେ...

ନୂଆବର୍ଷରୁ ଅନୁଗୋଳରୁ ଗଡ଼ିବ ମେମୁ ଟ୍ରେନ୍‌

ଅନୁଗୋଳ ଅଫିସ, ୧୮।୧୨ ତାଳଚେର ଷ୍ଟେଶନରୁ ଛାଡ଼ୁଥିବା ଅନୁଗୋଳ-ପୁରୀ ମେମୁ ଟ୍ରେନ୍‌ ଅନୁଗୋଳ ଠାରୁ ଚଳାଚଳ କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ସହିତ ସମସ୍ତ ଯାତ୍ରୀବାହୀ...

Advertisement
Archives

Model This Week