ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ନିବିଡ଼; ଏସ୍‌ସିବିକୁ ବିଶ୍ୱସ୍ତରୀୟ କରାଯିବା କାମ ଆରମ୍ଭ ହେଲା: ମୁଖ୍ୟମନ୍ତ୍ରୀ

କଟକ ଅଫିସ/ଭୁବନେଶ୍ୱର,୫।୩(ବ୍ୟୁରୋ): ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ଥିଲା ନିବିଡ। ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ଲଢିଥିଲେ। କଟକରୁ ସେ ପେଶୱାର(ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅବସରରେ ଆଜି ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଓ୍ବାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଗଢିବା ପାଇଁ କାମ ଆରମ୍ଭ କରାଗଲା। ଏହାଦ୍ୱାରା ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଏସ୍‌ସିବି ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର । ରାଜ୍ୟ ବାହାରୁ ବହୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ତେଣୁ ଏସ୍‌ସିବିର ଭିତ୍ତିଭୂମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଏସ୍‌ସିବିକୁ ୱାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଉନ୍ନତି କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ବିଶ୍ୱସ୍ତରୀୟ ଚିକିତ୍ସା ସୁଯୋଗ ଯୋଗାଇ ଦେବା ଆମର ଲକ୍ଷ୍ୟ ।

ଆପଣଙ୍କ ଆଶୀର୍ବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କରିଛି । ଆପଣମାନଙ୍କ ଏହି ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଏହାକୁ ସଫଳ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରୁଛନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନା: ସଫଳତା ଆଣୁଛି ହିତାଧିକାରୀଙ୍କୁ ଅର୍ଥ ପ୍ରୋତ୍ସାହନ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ...

କାଳବୈଶାଖୀ ଯୋଗୁ ଅଘଟଣ, ଚିଲିକାରେ ବୁଡ଼ିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୫।୫: କାଳବୈଶାଖୀ ଯୋଗୁ ଗୁରୁବାର ଏକ ଅଘଟଣ ଘଟିଛି। ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।...

 ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହେଲେ ହୃଷୀକେଶ ମଲ୍ଲିକ

ଭୁବନେଶ୍ୱର,୨୦।୫: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ...

୭ମ ରାଜ୍ୟ ଟେଲି ପୁରସ୍କାର:‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):୨୦୧୮ ମସିହା ଲାଗି ମଙ୍ଗଳବାର ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଏଥର ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି...

ବିମାନବନ୍ଦର ପାର୍ଶ୍ୱରୁ ହଟିବ ଦୁଇ ବସ୍ତି

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସୀମାକୁ ଆହୁରି ବୃଦ୍ଧି କରାଯିବ। ହେଲେ ଏଥିପାଇଁ ବିମାନବନ୍ଦର ପାର୍ଶ୍ୱରେ ଥିବା ବସ୍ତି ବାଧକ ସାଜିଛି।...

ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮ (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)...

ଏଥର ହୋଇପାରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଆସନ୍ତା ମାଘସପ୍ତମୀଠାରୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

Advertisement
Archives

Model This Week