ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ କରାଯାଇଛି। ଶନିବାର ଚଢାଉବେଳେ ଏକ ହିଟାଚି ମେଶିନ, ହାଇଓା୍ବ ଓ କ୍ରମ୍ପେସର ଜବତ କରାଯାଇଥିଲା। ଏହି ସମୟରେ ପଥର ମାଫିଆମାନେ ପହଞ୍ଚତ୍ ଅତିରିକ୍ତ ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଜବତ କମ୍ପ୍ରେସର ଛଡ଼ାଇ ନେଇଥିଲେ। ଏପରି କି ଅତିରିକ୍ତ ତହସିଲ୍‌ଦାରଙ୍କ ସହ ଯାଇଥିବା ଏପିଆର ଫୋର୍ସଙ୍କଠାରୁ ମାଫିଆମାନେ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ରବିବାର ତହସିଲଦାର ସରୋଜ କୁମାର ପଣ୍ଡା ଆକଶନ ମୋଡ୍‌ରେ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଏହି ସମୟରେ ୩ କ୍ରଶରକୁ ସିଲ କରିଥିବାବେଳେ ୧୯ଟିକୁ ନୋଟିସ କରିଛନ୍ତି। ଏଥିସହ ମାଫିଆମାନେ ଛଡାଇ ନେଇଥିବା କମ୍ପ୍ରେସର ଓ ମହୁଲ ଖଣିଠାରେ ଏକ ଟ୍ରାକ୍ଟର ଜବତ କରି ଚଢେଇଧରା ଫାଣ୍ଡି ଜିମା ଦେଇଛନ୍ତି। ସମସ୍ତ କ୍ରଶର ମାଲିକମାନଙ୍କୁ ଓ୍ବାଇ ଫର୍ମ, ବିଦ୍ୟୁତ୍‌ ଯୋଗାଣ, ପରିବେଶ ମଞ୍ଜୁରୀ, କିସମ ପରିବର୍ତ୍ତନ ଆଦି ବିଭିନ୍ନ କାଗଜପତ୍ର ୭ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜହସିଲଦାର ସୂଚନା ଦେଇଛନ୍ତି। ମଙ୍ଗଳବାର ନୋଟିସ କରାଯାଇଥିବା କ୍ରଶରଗୁଡିକରେ ଜାଗା ମାପ କାମ କରାଯିବ। ତେବେ ଚଢାଉ ସମୟରେ କର୍ମଚାରୀ ଏବଂ ମାଲିକ ଗିରଫ ଭୟରେ ପଳାଇଥିଲେ। ଚଢାଉରେ ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଦେବି ପ୍ରସାଦ ମହାନ୍ତି, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ପ୍ରଶାସନର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ, ପୂର୍ବରୁ ଧରୀତ୍ରୀରେ ବିଛାଖଣ୍ଡି ପାହାଡ ଜଙ୍ଗଲ ଜମିରେ ବେଆଇନ କ୍ରଶର ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲ। ଏହାସହ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଧର୍ମଶାଳା ତହସିଲଦାର ଓ ଜିଲାପାଳଙ୍କୁ ବେଆଇନ କ୍ରଶର ସମ୍ପର୍କରେ ଅଭିଯୋଗ କରିଥିଲେ। ପ୍ରକାଶ ଯେ, ଏହି ତହସିଲ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲରେ ଏକାଧିକ ବେଆଇନ କ୍ରଶର ଓ ପଥର ଖାଦାନ ଚାଲିଛି। ଏ ସମ୍ପ୍ରକେନ୍ତରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ ଡିଏଫ୍‌ଓ(ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କଟକ ଡିଏଫ୍‌ଓ ପତ୍ର ସଂଖ୍ୟା ୫୧୪୬/୬ା୭ା୧୯ରେ ବଳରାମପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଖାଦାନ ସମ୍ପର୍କରେ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ହେଲେ ୩୪୬.୦୧ ହେକ୍ଟର ପରିମିତ ଏହି ଜଙ୍ଗଲରେ ଚାଲିଥିବା ବେଆଇନ ଖାଦାନ ଓ କ୍ରଶର ଉପରେ ପ୍ରଶାସନ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରି ନାହଁି। ଏହି ସଂରକ୍ଷିତ ଜଙ୍ଗଲରେ ତୁରନ୍ତ ଚଢାଉ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?