ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଆସିଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ ୫ଟି ପଞ୍ଚାୟତ ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ଅଞ୍ଚଳବାସୀ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ କାଟୁଛନ୍ତି। ଯଦିଓ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଗମନାଗମନ ପାଇଁ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି, ତେବେ ଏଯାବତ୍‌ ଏହି ରାସ୍ତା କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ଯାତାୟାତ ଉପଯୋଗୀ ହୋଇନାହିଁ। ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଉପରୋକ୍ତ ୫ଟି ପଞ୍ଚାୟତର ଲୋକେ ଯାତାୟାତ ଲାଗି ଜଳପଥ ଉପରେ ନିର୍ଭର କରୁଛନ୍ତି। ବୋଟ, ଲଞ୍ଚ ଓ ଦେଶୀ ଡ଼ଙ୍ଗା ସେମାନଙ୍କ ସାହାରା ପାଲଟିଛି। ବିଚ୍ଛିନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ୧୦୮ ବୋଟ୍‌ ଆମ୍ବୁଲାସ ଯୋଗାଇ ଦେଇଛି। ଏହା ସ୍ପିଲଓ୍ବେ ଲଞ୍ଚ ଘାଟରେ ଗୁରୁବାର ଅପରାହ୍ନରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗତ ୬ମାସ ହେଲା ସ୍ପିଲଓ୍ବେ ଲଞ୍ଚ ଘାଟରେ ଏକ ନୂଆ ୧୦୮ ବୋଟ ଆମ୍ବୁଲାନ୍ସ ଆସି ରହିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଏଯାଏ ଏହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସେବାରେ ଲାଗିପାରିନି। ଏଥିପାଇଁ ନିଯୁକ୍ତ କର୍ମଚାରୀ ବସିବସି ଦରମା ନେଉଛନ୍ତି। ଏପରି ସ୍ଥଳେ ପୁଣି ଏକ ଆମ୍ବୁଲାନସ ବୋଟ୍‌ ଆସି ପହଞ୍ଚତ୍ଛି। ଏହା କିପରି କେତେଦୂର ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବିଚ୍ଛିନ୍ନଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ନ ମାନିବାରୁ ୬ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୪ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ରବିବାର ୫ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାରମ୍ବାର ସଚେତନ ପରେ ସମ୍ପୃକ୍ତ ଦୋକାନଗୁଡିକର ବ୍ୟବସାୟୀମାନେ...

ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ

ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା...

ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

ମାଲକାନଗିରି,୨୩।୬(ଡି.ଏନ.ଏ): ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ମାଲକାନଗିରିରେ ଘୋଷଯାତ୍ରା ପାଳିତ ହୋଇଯାଇଛି ା ଜିଲା ସଦର ମହକୁମାସ୍ଥିତ...

ପଥର କ୍ୱାରୀରେ ଚଢ଼ାଉ: ବିସ୍ଫୋରକ ଜବତ, ୩ ଗିରଫ

ଗୁଣପୁର,୨୪।୯(ଡି.ଏନ୍‌.ଏ.)- ପଥର ଫୁଟାଇବା ପାଇଁ ବେଆଇନଭାବେ ବିସ୍ଫୋରକ ବ୍ୟବହାର କରାଯାଉ ଥିଲା। ଗୁଣପୁର ପୋଲିସ ଖବର ପାଇ ସନ୍ନ୍ୟାସୀପୁରସ୍ଥିତ ଏକ ପଥର କ୍ୱାରୀରେ ଚଢ଼ାଉ କରି...

୧୫ ଫୁଟିଆ ଅହିରାଜ ଉଦ୍ଧାର

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.): ବାଲିମେଳା ବନଖଣ୍ଡ ଅଧୀନ ନୀଳାଦ୍ରିନଗର ପଞ୍ଚାୟତ ନୀଳାକାମ୍ବେରୁ ଗାଁର ସୁଶାନ୍ତ ପାତ୍ରଙ୍କ ଶୌଚାଳୟରୁ ସୋମବାର ଏକ ଅହିରାଜ ସାପକୁ ବନ ବିଭାଗ ଉଦ୍ଧାର...

ଜିଲା ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ୫୦୦ ଗ୍ରାମ୍‌ର ପଥୁରି

ମାଲକାନଗିରି,୭।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିସତ୍ାଳୟରେ ଶୁକ୍ରବାର ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଜିଲାର ମାଥିଲି ବ୍ଲକ୍‌ କିଆଙ୍ଗ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ...

ବିଚ୍ଛିନ୍ନାଞ୍ଚଳରେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପହଞ୍ଚତ୍ଲା ୧୦୮ ଆମ୍ବୁଲାନ୍ସ ଲଞ୍ଚ

ଚିତ୍ରକୋଣ୍ଡା,୬।୧୨(ଡି.ଏନ.ଏ.)- ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ପଣଷପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୧୦୮ ଆମ୍ବୁଲାନ୍ସ...

ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *