ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା ସହରର ଚମାରପଡାରେ। ଟିକୁଙ୍କୁ ଉପକାରାଗାର ପରିସର ଶୌଚାଳୟ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପେଟକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଟିକୁଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ପାରିପାର୍ଶ୍ୱିକ ଅବସ୍ଥାରୁ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କାରାଗାରଟି ପରିଚାଳନାଗତ ଅବ୍ୟବସ୍ଥା ଓ ସୁରକ୍ଷାକୁ ନେଇ କିଛି ମାସ ହେବ ଚର୍ଚ୍ଚାରେ ଥିଲା। ସୋନପୁର ଥାନାରେ କଏଦୀ ମୃତ୍ୟୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଲୋକେଶ କୁମାର ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହ ଉପକାରାଗାରକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଏପ୍ରିଲ ୨୪ ତାରିଖରେ ବିନିକା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଫାୟାର ମ୍ୟାନ ଦୁଷ୍ମନ୍ତ କିଷାନଙ୍କୁ ଗଳାକାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲେ ଟିକୁ । ୨୫ ତାରିଖରୁ ସେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ। ରବିବାର ପୂର୍ବାହ୍ନରେ ସେ ପାଇଖାନା ଯାଇଥିଲେ। ଭିତରୁ ବାହାରକୁ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ପଡିଥିଲା। ତେବେ ଦାଢି କାଟିବା ପାଇଁ ବ୍ୟବହୃତ ବ୍ଲେଡ୍‌ରେ କଏଦୀ ନିଜ ପେଟକୁ କାଟି ଆତ୍ମହତ୍ୟା କରିଥିବା କାରାଗାରର ଭାରପ୍ରାପ୍ତ ଅଧିକ୍ଷକ ଦଶମୀ ବାଗ ପ୍ରକାଶ କରିଛନ୍ତି। ସେ ନିଜେ ଏହାର ତଦନ୍ତ କରିବେ। ଅନ୍ୟପକ୍ଷେ ବ୍ଲେଡ୍‌ କଏଦୀଙ୍କ ପାଖକୁ କିପରି ଗଲା। ଦାୟିତ୍ୱରେ ଥିବା ମୁଖ୍ୟ କାରାରକ୍ଷୀ ଓ କାରାରକ୍ଷୀ କଣ କରୁଥିଲେ, ସେ ନେଇ ପ୍ରଶ୍ନ ଉଠୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୩ ଜଣ ବିଶେଷଜ୍ଞ ମୃତଦହେ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପୋଲିସ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ...

୧୨ କି.ମି. ରାସ୍ତାକୁ ବନ ବିଭାଗ କଣ୍ଟା: ରୋହିତଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଦୁଇ ପଞ୍ଚାୟତବାସୀ

ନାକଟିଦେଉଳ,୧୧।୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ରାଇଲ ଗ୍ରାମଠାରୁ କୁଡ଼ାନାଳୀ ଗ୍ରାମ ପର୍ଯ୍ୟନ୍ତ ୧୨ କି.ମି. ରାସ୍ତା କାମ ଅଟକିଛି। ବନ ବନ ବିଭାଗ...

ସାମାଜିକ ଦୂରତା ରଖି ପରିବା କିଣିଲେ

ସମ୍ବଲପୁର,୨୬।୩(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନେଇ ସମ୍ବଲପୁର ମହାନଗର ନିଗମ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସକାଳେ ପନିପରିବା ବଜାରରେ...

ସପକ୍ଷବାଦୀ-ବିପକ୍ଷବାଦୀ ଛକାପଞ୍ଝା

ସମ୍ବଲପୁର,୭।୯(ବ୍ୟୁରୋ): ସମ୍ବଲପୁର ଜିଲାରେ ବନ୍ଦ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୭ରେ...

ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି

ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା...

ଅଣ ଓଡ଼ିଆ ବୋଲି ଖାଇବାକୁ ମିଳୁନି

ବାମରା,୨।୪(ଡି.ଏନ.ଏ.)-ଲକ୍‌ ଡାଉନ୍‌ ପାଇଁ ବାହାର ରାଜ୍ୟର ଶ୍ରମିକ ଓଡିଶାରେ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଏନ୍‌ସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨।୭- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲା ପଦ୍ମପୁରସ୍ଥିତ ରାଜବୋରାସମ୍ବର ହାଇସ୍କୁଲର ଏନ୍‌ସିସି ଶିକ୍ଷକ ମୋହନ...

ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ

ସୋନପୁର, ୩୦।୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଜିଲାର ଉଲୁଣ୍ଡା ବ୍ଲକର ଯାଲୋଏ, ଡୁଙ୍ଗୁରିପାଲି ବ୍ଲକର...

Advertisement
Archives

Model This Week