ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ ବେହେରା। ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ଭିମସାର ଅର୍ଥୋପେଡିକରେ ଭର୍ତ୍ତି କରାଯାଇଛି। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଇଥିବା ବେଳେ ସୋମବାର ଅଭିଷେକଙ୍କ ପରିବାର ଲୋକେ ଜେଲରଙ୍କୁ ଅଭିଯୋଗ କରିବା ପରେ ଏହା ଜଣାପଡ଼ିଛି। ଜେଲର ଘଟଣାରେ ସମ୍ପୃକ୍ତ ତଥା ମାଡ଼ ମାରିଥିବା ପୋଲିସ କର୍ମଚାରୀ ସ୍ମୃତି ସ୍ବରୂପ ପ୍ରଧାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁଯାୟୀ, ଗତ ଶନିବାର ଫୋନ କଲ୍‌ ଡ୍ୟୁଟିରେ ଥିବା କର୍ମଚାରୀ ସ୍ମୃତି ସ୍ବରୂପ ଅଭିଷେକଙ୍କୁ ଟଙ୍କା ମାଗିଥିଲେ। ପରେ ସେ ଟଙ୍କା ନ ଦେବାରୁ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବିଜୁଳି ଚୋରି ଧରିବାକୁ ଯାଇଥିବା JEଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ପ୍ରଥମେ ଲାତ ଗୋଇଠା ମାରିଲେ, ପରେ ପୋଷା କୁକୁର ଛାଡିଦେଲେ

ଲକ୍ଷ୍ନୌ,୨୮।୫: ବିଦ୍ୟୁତ୍ ବିଭାଗ ବର୍ତ୍ତମାନ ସାରା ଦେଶରେ ବିଦ୍ୟୁତ୍ ଚୋରମାନଙ୍କୁ ଦମନ କରିବା ପାଇଁ ଏକ ଅଭିଯାନ ଚଳାଇଛି। ଏହି ଅଭିଯାନ ସମୟରେ, ବୁଧବାର ସନ୍ଧ୍ୟାରେ LESA…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଅମୃତ ଧାରା ପ୍ରକଳ୍ପ ଅଚଳ: ଲୋକେ ହଟହଟା

ଲୋଇସିଂହା,୨୮।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର୍‌ ଅମୃତ ଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଡ଼ାକ୍ତରଖାନାକୁ ଆସୁଥିବା…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri