ବିଚାରପତିଙ୍କୁ କୋର୍ଟ ଏଏସ୍‌ଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ, ଦାରିଙ୍ଗବାଡ଼ି ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଦାରିଙ୍ଗବାଡ଼ି,୨୭।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଗଗନ ସାହୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ବିଚାର ବିଭାଗରେ କାର୍ଯ୍ୟରତ ସିଏଏସ୍‌ଆଇ ପବିତ୍ର ମୋହନ ଛୋଟରାୟ ସୋମବାର ବିଚାରପତି ସାହୁଙ୍କୁ କୌଣସି ଏକ ଘଟଣାକୁ ନେଇ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିଲେ ବୋଲି ଦାରିଙ୍ଗବାଡି ଓକିଲ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ସଂଘ ପକ୍ଷରୁ ଏକ ବୈଠକ କରାଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ସିଏଏସ୍‌ଆଇ ଛୋଟରାୟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଯାଏ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ସଂଘ ପକ୍ଷରୁ ଏନେଇ ଜିଲା ମୁଖ୍ୟ ବିଚାରପତିଙ୍କ ନିକଟକୁ ଚିଠି ମାଧ୍ୟମରେ ଜଣାଯାଇଥିବାବେଳେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ସମେତ ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ ଏବଂ ପ୍ରଥମ ଶ୍ରେଣୀ ବିଚାରପତି ଗଗନ ସାହୁଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଦିଆଯାଇଛି। ବିଭିନ୍ନ ସମୟରେ ଓକିଲ, ସାଧାରଣ ଜନତାଙ୍କୁ ମଧ୍ୟ ସେ ଏଭଳି ବ୍ୟବହାର କରୁଥିବା ସଂଘ ଅଭିଯୋଗ କରିଛି। ଏନେଇ ସିଏଏସ୍‌ଆଇ ଛୋଟରାୟଙ୍କୁ ଫୋନଯୋଗେ ପଚରାଯିବାରୁ ସେ ଏନେଇ ନିଜକୁ ମୁଁ ଛୋଟ ଚାକିରୀ କରୁଛି କହି ଅଧିକା କିଛି କହିବାକୁ ମନା କରିଥିଲେ। ଓକିଲ ସଂଘର ସଭାପତି ଟିପୁସୁଲତାନ ନାୟକଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଜରଲାଲ୍‌ ସିଂ, ସହ ସମ୍ପାଦକ ଏଲିଆସ ମାଝୀ, କୋଷାଧ୍ୟକ୍ଷ ଦିଲୀପ କୁମାର ବଳିଆର ସିଂ, ମାଥ୍ୟୁ ପ୍ରଧାନ, ମୋନଜ କୁମାର ପଣ୍ଡା, ଉମେଶ କର, ପ୍ରବୀର କୁମାର ସାହୁ ପ୍ରମୁଖ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଶତାଧିକ କର୍ମୀ ବିଜେଡିରେ

ଝାରସୁଗୁଡା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ବିଜୟୀ କରିବା ପାଇଁ ଜୋରଦାର ପ୍ରଚାର ଚାଲିଛି। ଏଥିରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଓ...

ପୂର୍ବତନ କର୍ପୋରେଟରଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର ୨୫।୩ (ବ୍ୟୁରୋ): ବିଏମ୍‌ସି ପାଇଁ ମତଦାନ ଚାଲିଥିବାବେଳେ ୫୮ ନଂ ୱାର୍ଡର ସ୍ବାଧୀନ ପାର୍ଥିନୀ ନମିତା ମହାପାତ୍ରଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ...

ବଡ଼ଦିନ ଉପଲକ୍ଷେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ବଡ଼ଦିନ ଉପଲକ୍ଷେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ସହ ବାଲିଆପାଳର ଚୌମୁଖ, ଡଗରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି ଉତ୍ସବମୁଖର ହୋଇଉଠିଛି।...

ଭୁବନେଶ୍ୱର ଆଇଆଇଟି ବିଓଜି ଅଧ୍ୟକ୍ଷ ହେଲେ ରାଜେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ),୨ା୯: ପାଓ୍ବାର ଗ୍ରୀଡ କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ର ବୋର୍ଡ...

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨

ନୂଆଦିଲ୍ଲୀ,୭।୭: ମୋଦୀ କ୍ୟାବିନେଟର ବୁଧବାର ସମ୍ପ୍ରସାରଣ ହୋଇଛି। ଓଡ଼ିଶାର ୨ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଏମ୍‌ପି...

ରୁଆ ହୋଇଥିବା ଧାନତଳି ପଚିଯିବା ଆଶଙ୍କା

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ଚାଷ ପାଇଁ ଚଳିତ ବର୍ଷ ପାଗଯୋଗ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ଧାନତଳି ପକା ଯାଇଥିଲା। ତା’ ମଧ୍ୟରୁ ଅନେକ ବିହନ ଗଜା...

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ...

ମାଲକାନଗିରିରେ ଭୀଷଣ ବଜ୍ରପାତ ସମ୍ଭାବନା: ୪ଟାରୁ ୧୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ଅପରାହ୍ନ ୪ଟାରୁ ୧୦ ମଧ୍ୟରେ ମାଲକାନଗିରିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜିଲାର ୨ ବ୍ଲକ କୋରକୁଣ୍ଡା ଓ କୁଡ଼ୁମୁଲଗୁମାରେ ବଜ୍ରପାତ...

Advertisement
Archives

Model This Week