ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ ସରିବା ପରେ ଆଗାମୀ ସିଜନରେ ସଲମାନ ହୋଷ୍ଟ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏନେଇ ବିଗ୍‌ ବସ୍‌ ସିଜନ-୧୩ରେ ବି ସଲମାନଙ୍କ ହୋଷ୍ଟ ନେଇ ସସ୍‌ପେନ୍ସ ଜାରି ରହିଥିଲା। କିନ୍ତୁ ଏବେ ଖୋଦ ଦବଙ୍ଗ ଷ୍ଟାର ନିଶ୍ଚିତ କରିଛନ୍ତି ଯେ, ସେ ସିଜନ-୧୩ର ହୋଷ୍ଟ କରିବେ। ତେବେ ବିଗ୍‌ ବସ୍‌ର କମେଣ୍ଟକୁ ସଲମାନ ଏଞ୍ଜୟ କରନ୍ତି ବୋଲି ପିଙ୍କ୍‌ଭିଲ୍ଲା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଏହି କମେଣ୍ଟକୁ ସେ ପସନ୍ଦ କରୁ ନ ଥିବା ବେଳେ ଏଣ୍ଡମୋଲ ଓ କଲର୍ସର ଲୋକଙ୍କୁ ଚୟନ କରି ଘରେ ବନ୍ଦ କରିବାକୁ ବେଶ୍‌ ପସନ୍ଦ କରନ୍ତି। ସେହି ଲୋକଙ୍କ ସହ ତାଙ୍କୁ ଡିଲ କରିବାକୁ ପଡ଼ିଥାଏ। ବେଳେବେଳେ ବହୁତ ମଜା ଆସିଥାଏ ଆଉ ବେଳେବେଳେ ବିଲ୍‌କୁଲ୍‌ ବି ନୁହେଁ। କିନ୍ତୁ ତାଙ୍କଠାରୁ ସେ ବହୁତ୍‌ କିଛି ଶିଖିବାକୁ ପାଆନ୍ତି ବୋଲି ସଲ୍ଲୁ ମିଅଁା କହିଛନ୍ତି। ଚଳିଥ ଥର ଶୋ’ରେ ସାଧାରଣ ଲୋକଙ୍କ ଏଣ୍ଟ୍ରି ବନ୍ଦ ହୋଇପାରେ। କାରଣ ସିଜନ୍‌-୧୨ର ବିଫଳତା ଯୋଗୁ ଚଳିତ ବର୍ଷ ସେଲିବ୍ରିଟି କଣ୍ଟେଷ୍ଟାଣ୍ଟଙ୍କୁ ନେବାକୁ ମେକର୍ସ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ସେଟକୁ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ବିଗ୍‌ ବସ୍‌ର ହାଉସ୍‌କୁ ମୁମ୍ବାଇର ଲୋନାଓ୍ବାଲାରୁ ଗୋରେଗାଓଁକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଶାଙ୍କ ଲେହଙ୍ଗା ଫଟୋ ପାଇଁ ପାଗଳ ୟୁଜର୍ସ

ବଲିଉଡ୍‌ର ହଟ ଆକ୍ଟ୍ରସ ଦିଶା ପଟାନି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କେବେ ଅପକମିଂ ଫିଲ୍ମ ପାଇଁ ତ ଆଉ କେବେ ସୋସିଆଲ ମିଡିଆ ବିଭିନ୍ନ ପୋଷ୍ଟ...

ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର...

ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼...

ଜନ୍ମଦିନରେ ପ୍ରଶଂସକଙ୍କୁ ଚକିତ କଲେ ଅନୁପମ

ବଲିଉଡ୍‌ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାରାଂଶ’ରୁ ବଲିଉଡ କ୍ୟାରିୟର...

ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି।...

ଚିକିତ୍ସା ପାଇଁ ଯାଇ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ଏବେ ଭାଜପାର ଜଣେ ଟାଣୁଆ ନେତ୍ରୀ ଭାବେ…

ବମ୍ବେ: ହିନ୍ଦୀ ସିନେମାର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରୁ ବୈଜୟନ୍ତୀ ମାଳା ଅନ୍ୟତମ। ସେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦୀ ସିନେମାକୁ ଆସି ନିଜର ସ୍ବତନ୍ତ୍ର ପରିଚୟ...

ରାଗିଲେ ‘ଦ କଶ୍ମୀର ଫାଇଲ୍ସ’ ଫେମ ପଲ୍ଲବି

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ୧୯୯୦ରେ ଯେଉଁଭଳି ଭାବେ କଶ୍ମୀର ପଣ୍ଡିତଙ୍କୁ ଜେନୋସାଇଡ...

ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ...

Advertisement
Archives

Model This Week