ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ ମନା କରିବା ପରେ ସେମାନେ ଏହିପରି ଅସନ୍ତୋଷ ଜାହିର କରିଛନ୍ତି। ରାମପୁର, ଅଇଳାମୁଣ୍ଡା, ନାଇକେନପାଲି, ସାରସମାଲ, ପଣ୍ଡକିଟାଲ, ବଲେନପାଲି, ତେଲିପାଲି, ଚନ୍ଦଲି, ଭବାନୀପାଲି, କଣ୍ଟାପାଲି ଓ ଟାଙ୍ଗରକର୍ଲେ ଅଞ୍ଚଳର ଶତାଧିକ ଚାଷୀ ପ୍ରାୟ ୨ହଜାର ଲିଟର କ୍ଷୀର ରାସ୍ତାରେ ଢାଳିଛନ୍ତି। ଓମ୍‌ଫେଡ ସ୍ଥାନୀୟ ଗୋଚାଷୀଙ୍କଠାରୁ ଦୁଗ୍ଧ କିଣି ସମ୍ବଲପୁରସ୍ଥିତ ପ୍ଲାଣ୍ଟରେ ପ୍ରୋସେସିଂ କରି ବଜାରରେ ଦୁଗ୍ଧ, ଦୁଗ୍ଧରୁ ପ୍ରସ୍ତୁତ ଦହି, ଛେନା, ପନିର, ରାବିଡି ଓ ଲସି ବିକ୍ରି କରିଥାଏ। ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଥିବାରୁ ବଜାରରେ କ୍ଷୀରର ଚାହିଦା ନାହିଁ। ଦୁଗ୍ଦ ଓ ଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟର ବିକ୍ରି ବଟାରେ କଟକଣା ନ ଥିଲେ ହେଁ ଏହା ଆଉ ଆଗଭଳି ବିକ୍ରି ହେଉନି। ତେଣୁ ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କିଛି ଦିନ ହେବ ଗୋଟିଏ ଦିନ ଅନ୍ତରରେ କ୍ଷୀର କିଣୁଥିଲା। ମଙ୍ଗଳବାରଠାରୁ ଦୁଇ ଦିନ ଅନ୍ତରରେ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ କର୍ତ୍ତୃପକ୍ଷ କହିବା ପରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଗୋ ଚାଷୀ ସରୋଜ କଲତା କୁହନ୍ତି, ବ୍ୟାଙ୍କରୁ ଋଣ କରି ୩୫ରୁ ୪୦ ହଜାର ଟଙ୍କାରେ ଗୋଟିଏ ଲେଖାଏଁ ଗାଈ କିଣିଛୁ । ଦୁଗ୍ଦ ବିକ୍ରି ନ ହେଲେ ବ୍ୟାଙ୍କ ଋଣ କିପରି ଶୁଝିବୁ। ସେହିପରି ଚାଷୀ ସହଦେବ ଦନ୍ତା କୁହନ୍ତି, ଦୁଗ୍ଦ ବିକ୍ରି ନ ହେଲେ ଗାଈକୁ କଣ ଖାଇବାକୁ ଦେବୁ ଓ ପରିବାର କିଭଳି ପ୍ରତି ପୋଷଣ କରିବୁ ସେହି ଚିନ୍ତାରେ ଅଛୁ। ଚାଷୀଙ୍କ ଦୁଃଖ ନ ବୁଝି କ୍ଷୀର କ୍ରୟ ବନ୍ଦ କରିବା ପରିତାପର ବିଷୟ । ସରକାର ସମସ୍ୟା ବୁଝିବା ସହ ଗୋଚାଷୀଙ୍କୁ ସହାୟତା ଓ ଗାଈଙ୍କୁ ଦାନା ଯୋଗାଇ ଦେବାକୁ ମଠ ପୁଟେଲ, ବିକାଶ ଅଗ୍ରଓ୍ବାଲା, ଦୀନବନ୍ଧୁ ମେହେର, ବୀରେନ୍ଦ୍ର ମାଟି, ପ୍ରଫୁଲ୍ଲ କୁମ୍ଭାର ଓ ପରମା ଥାଟି ପ୍ରମୁଖ ଗୋ ଚାଷୀ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌...

ହସ୍ପିଟାଲ ଛକରୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଲୋଇସିଂହା,୧।୫(ଡିି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାରେ ଶନିବାର ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ...

ଆଇଆର୍‌ଇ ପ୍ଲାଣ୍ଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ, ପ୍ରତିବାଦରେ ଧାରଣା

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ ପ୍ଲାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହେଲେ ଛତ୍ରପୁର ନିକଟବର୍ତ୍ତୀ...

ଆବର୍ଜନା ପାଇଁ ମିଳୁନି ଜାଗା

କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା...

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ, ୧୦ ଅଟକ

ନୟାଗଡ ଅଫିସ୍‌/ଓଡ଼ଗାଁ, ୬।୪- ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ସରଣକୁଳ ଥାନା ପୋଲିସ ନରେନ୍ଦ୍ରପୁର ଗ୍ରାମର ୧୦ ଜଣଙ୍କୁ ଅଟକ ରଖିଛି। ଓଡ଼ଗାଁ ତହସିଲଦାର ବିଜୟିତା...

କେବେ ବାହାରିବ କହି ହେବନାହିଁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି...

ମଦ କାରବାର: ଢାବା ମାଲିକଙ୍କ ସମେତ ୨ ଗିରଫ

ନୂଆଗାଁ,୨୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ଥାନା ଅଞ୍ଚଳରେ ଅବାଧରେ ନିଶା କାରବାର ବଢିଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ବୁଧବାର ରାତି ଅଧିଆ...

ଦୁଇ ଅଷ୍ଟଧାତୁ ମୂର୍ତ୍ତି ଜବତ

ସାକ୍ଷୀଗୋପାଳ,୯ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମ ମନ୍ଦିରରୁ ପୋଲିସ ବୁଧବାର ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ତନ୍ମଧ୍ୟରୁ ଗୋଟିଏ କୃଷ୍ଣଙ୍କ...

Advertisement
Archives

Model This Week