ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ ରହିଛି। ଏହି ଗାଁରେ ମୌଳିକ ସୁବିଧା ଯେପରି ଅପହଞ୍ଚ ହୋଇପଡ଼ିଛି। ଗ୍ରାମରେ ଅଧିକାଂଶ ଭୂୟାଁ ଓ ମୁଣ୍ଡା ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଅଧିକାଂଶ ଅଧିବାସୀ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଆର୍ଥିକ ଅବସ୍ଥା ସେପରି ସ୍ବଚ୍ଛଳ ନୁହେଁ। ଗ୍ରାମକୁ ଗଲେ ଜଣାପଡିବ ପ୍ରଶାସନର ଯେପରି ପାଦ କେବେ ପଡୁନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅନେକ ପ୍ରତଶ୍ରୁତି ଦେଉଥିବାବେଳେ ନିର୍ବାଚନ ପରେ ତାହା ଭୂଲି ଯାଉଥିବା ଗ୍ରାମର ଗୋକୁଳ ନାଏକ, ସୁଦର୍ଶନ ମୁଣ୍ଡା ଓ ରଞ୍ଜୁ ମୁଣ୍ଡା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।

ସୁଲେଖଇଖମାର ଗ୍ରାମରେ ଷାଠିଏ ପାଖାପାଖି ପରିବାରର ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ସହର ଭିତରେ ରହିଥିବାର ଜଣାପଡୁନାହିଁ। ଅନୁଧ୍ୟାନ କଲେ ଜଣାପଡ଼ିବ ଯେ, ଏଠାକୁ ବିକାଶ ଛୁଇଁ ପାରିନାହିଁ। ପୌରପାଳିକା ପକ୍ଷରୁ କେବଳ ଗ୍ରାମବାସୀଙ୍କ ପାଇଁ ତିନୋଟି ଶୌଚାଳୟ ତିଆରି ହୋଇଥିଲେ ବି ପାଣି କିମ୍ବା ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନ ଥିବାରୁ ଅବହେଳିତ ହୋଇ ହୋଇପଡିଛି। ଗ୍ରାମରେ ଷ୍ଟ୍ରିଟଲାଇଟ୍‌ ଥିଲେ ବି ତାହା ଜଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୌରପାଳିକା ପକ୍ଷରୁ ଆଦୌ ସଫେଇ ହେଉ ନ ଥିବା ଜଣାପଡିଛି। ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ଅଧାରେ ଥିବାରୁ ଶିଶୁମାନଙ୍କୁ ଘର ବାରଣ୍ଡାରେ ପଢାଯାଉଛି। ଏଠାରେ ଥିବା ୪ଟି ନଳକୂପ ମଧ୍ୟରୁ ୨ଟି ଅଚଳ ହୋଇପଡିଛି। କେନ୍ଦୁଝରଗଡ ମ୍ୟୁନିସିପାଲିଟି ପକ୍ଷରୁ ଏକ ପୋଖରୀ ଖୋଳା ଯାଇଥିଲେ ବି ଖରାଦିନେ ଏହି ଗ୍ରାମର ଲୋକେ ୨କି.ମି. ଦୂରକୁ ଗାଧୋଇବା ପାଇଁ ଯାଉଥିବା କହିଛନ୍ତି। ଏସମ୍ପର୍କରେ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ, କେନ୍ଦୁଝରଗଡ ପୌରପାଳିକା ସୁଲେଇଖମାର ଗ୍ରାମବାସୀଙ୍କ ସୁବିଧା ଓ ଅସୁବିଧା ଉପରେ ସଚେତନ ଅଛି। ଅଙ୍ଗନୱାଡି କେନ୍ଦ୍ରଟି ଅଳ୍ପଦିନରେ ସମ୍ପୂର୍ଣ୍ଣ ହେବ। ଶୌଚାଳୟଗୁଡିକ ଖୁବ୍‌ କମ୍‌ ଦିନରେ କାର୍ଯ୍ୟକ୍ଷମ ହେବ। ଅନ୍ୟ ଅସୁବିଧାଗୁଡ଼ିକୁ ମଧ୍ୟ ଦୂର ପାଇଁ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗର ଗୁପ୍ତି ଷ୍ଟେଟ୍‌ ବ୍ୟାଙ୍କରୁ ଚୋରି

ରାଜନଗର,୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗୁପ୍ତିସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ଏହା ଜାଣିବା...

ରେଳ ଧାରଣାରୁ ଯୁବକ, ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୭ା୪-ରେଳବାଇ ପୋଲିସ ସ୍ଥାନୀୟ ନାରୀ ସେବା ସଦନ ନିକଟ ରେଳ ଧାରଣାରୁ ମଙ୍ଗଳବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଜବତ...

ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ି ନେଇ ଡ୍ରାଇଭର ଛୁ’

ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ିକୁ ନେଇ ଡ୍ରାଇଭର ଫେରାର...

ଡ୍ରେନ୍‌ ପାର୍ଶ୍ୱରେ ମୁକ୍ତାକାଶ ଜିମ୍‌, ଲୋକଙ୍କ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୮ା୫: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ କେତେକ କାର୍ଯ୍ୟ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୯।୯:ନିଶା କାରବାରର ପେଣ୍ଠସ୍ଥଳ ପାଲଟିଥିବା ବାଲେଶ୍ୱରରୁ ପୁଣି କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)...

୩ମାସ ୫ଦିନ ପରେ ସରିଲା ବଡ଼ଓଲମା ବାଲିଯାତ୍ରା

ଡାବୁଗାଁ, ୨।୫ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ଚାଲିଥିବା ବାଲିଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ବାଲିଯାତ୍ରା ୧୨ ବର୍ଷରେ...

ରାସ୍ତାରେ ଢାଲିଦେଲେ ଟମାଟର୍‌

ବରଗଡ଼ ଅଫିସ୍‌,୨୯।୩- ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣକୁ ପ୍ରତିହତ ପାଇଁ ହୋଇଥିବା ଲକ୍‌ ଡାଉନ୍‌ କଟକଣାର ପ୍ରଭାବ ପରିବା ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି ।...

କଟକରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୩୫ ଆକ୍ରାନ୍ତ; ରାଉସପାଟଣାରୁ ଅଛନ୍ତି ୨୦

କଟକ ଅଫିସ,୨୫।୭: କଟକ ସହରରେ ଶନିବାର ୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ଇନଷ୍ଟିଚ୍ୟୁଟ୍‌ କ୍ୱାରାଣ୍ଟାଇନ୍‌ କେସ୍‌, ୨୬ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ...

Advertisement
Archives

Model This Week