ବିଏସ୍‌ଏଫ୍‌ ଏଏସ୍‌ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍‌ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି

ଜୟପୁର,୧୪ା୮(ନି.ପ୍ର./ଡି.ଏନ୍‌.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍‌ରୁ ମଙ୍ଗଳବାର ଇନସାସ୍‌ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍‌। ବିଏସ୍‌ଏଫ୍‌ର ଜଣେ ଏଏସ୍‌ଆଇ ଏହି ଟ୍ରେନ୍‌ରେ ଯିବାବେଳେ ନିଜ ସିଟ୍‌ରେ ଉପରୋକ୍ତ ସାମଗ୍ରୀ ଛାଡ଼ିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୫ଟା ସମୟରେ ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍‌ରେ ବିଏସ୍‌ଏଫ୍‌ର କେତେ ଜଣ ଯବାନ କୋରାପୁଟ ଆସିଥିଲେ। ଭୋରବେଳେ ସେମାନେ କୋରାପୁଟରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଏଏସ୍‌ଆଇ ବଚନ ପାଣ୍ଡେ ଶୋଇଥିବା ବର୍ଥରେ ନିଜ ୟୁନିଫର୍ମ ବେଲ୍ଟ ଓ ଏହାର ମୁଣାରେ ଥିବା ଇନସାସ୍‌ ରାଇଫଲର ୩ଟି ମାଗାଜିନ୍‌ ଛାଡ଼ିଦେଇଥିଲେ। ସେଥିରେ ୬୦ ରାଉଣ୍ଡ ଜୀବନ୍ତ ଗୁଳି ରହିଥିଲା। ପାଣ୍ଡେ ଏହା ଜାଣିବା ପରେ ତୁରନ୍ତ କୋରାପୁଟ ଆରପିଏଫ୍‌ ଥାନାକୁ ଜଣାଇଥିଲେ। ସେଠାରୁ ଜୟପୁର ଥାନା ଓ ଟ୍ରେନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଆରପିଏଫ୍‌ କନଷ୍ଟେବଳ ପ୍ରଦୀପ କୁମାରଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ଟ୍ରେନ୍‌ର ସୁରକ୍ଷାକର୍ମୀ ତୁରନ୍ତ ଉକ୍ତ ବଗିରେ ପହଞ୍ଚତ୍ ବର୍ଥରୁ ଯବାନ ଛାଡ଼ିଥିବା ସାମଗ୍ରୀ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ପୋକରା ଚାଉଳ

ବାରିପଦା ଅଫିସ,୧୮ା୯-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ(ଏସ୍‌ଏସ୍‌ଡି) ଅଧୀନରେ ଥିବା ୩ଶହ ଛାତ୍ର ଓ ୨ଶହ ଛାତ୍ରୀ ଶଯ୍ୟା ବିଶିଷ୍ଟ ସୀମାନ୍ତ ଉଚ୍ଚ ବିଦ୍ୟାଳୟ...

ଖରିନାସୀରେ ଷ୍ଟୋଭ୍‌ ଫାଟିବା ଘଟଣା : ଆଖି ବୁଜିଲେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌...

ଚିନ୍ତା ବଢ଼ାଉଛି ସୁରଟ ଲିଙ୍କ୍‌: ଭଦ୍ରକରେ ଆଉ ଜଣେ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲାରେ ଶନିବାର ସକାଳୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ ସମ୍ମୁଖରେ ଧାରଣା

କଣ୍ଟାପଡ଼ା, ୧୬।୧୦(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୋହଳ ଗ୍ରାମର ଜଣେ ମହିଳାଙ୍କର ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ...

ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା...

ବନ୍ଦ ହେଲା ଉଡ଼ାପର୍ବ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାସ୍ଥିତ ମା’ ବାସୁଳିଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଉଡ଼ାପର୍ବ ଚଳିତ ବର୍ଷ କରୋନା ଲାଗି...

ସ୍ବାଭିମାନ ଅଞ୍ଚଳରେ ମଣ୍ଡି ଉଦ୍‌ଘାଟନ ସମାବେଶ: କୃଷି ବିକାଶର ବାର୍ତ୍ତା ଦେଲେ କୃଷି ମନ୍ତ୍ରୀ

ଚିତ୍ରକୋଣ୍ଡା, ୨୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡାଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କରିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଅରୁଣ କୁମାର ସାହୁ। ଏହି...

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

ଭବାନୀପାଟଣା,୧୩।୨(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ୍‌ ୧ ନଂ. ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବୁଧବାର ଭେଟି ବିଭିନ୍ନ ଦାବି ସମ୍ପର୍କରେ...

Coronavirus Update


Archives

Model This Week

Why Dharitri