ବାୟୁ ସେନା ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ରକ୍ଷାରେ ସେନା ଭୂମିକା ପ୍ରଶଂସନୀୟ:ରାଷ୍ଟ୍ରପତି

ବ୍ରହ୍ମପୁର ଅଫିସ୍‌,୨୯ା୯-ଗଞ୍ଜାମ ଜିଲା ଗୋପାଳପୁର ସେନା ଷ୍ଟେଶନ୍‌ସ୍ଥିତ ସେନା ବାୟୁ ପ୍ରତିରକ୍ଷା ବାହିନୀ(ଆର୍ମି ଏୟାର୍‌ ଡିଫେନ୍ସ)କୁ ଶନିବାର ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଏହି ସମ୍ମାନ ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ଦିଗରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ରାଷ୍ଟ୍ରପତି କଲର୍ସ ସମ୍ମାନ ହେଉଛି ସର୍ବୋଚ୍ଚ ସମ୍ମାନ । ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଯୋଗୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଶନିବାର ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି କୋବିନ୍ଦ ସମାରୋହ ସ୍ଥଳରେ ପହଞ୍ଚିଥିଲେ । ବ୍ରିଗେଡ଼ିୟର୍‌ ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଏକ ଭବ୍ୟ ପରେଡ୍‌ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ଦିଆଯାଇଥିଲା। ପରେ ଲ୍ୟୁଟେନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ତରଫରୁ ରାଷ୍ଟ୍ରପତି କୋବିନ୍ଦଙ୍କଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ । ନିଜ ଅଭିଭାଷଣରେ ଏହି ସମ୍ମାନ ପ୍ରଦାନ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହ ରାଷ୍ଟ୍ରପତି କୋବିନ୍ଦ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁ ସୈନ୍ୟ ଦଳ ବିଭିନ୍ନ ଅଭିଯାନରେ ଭାଗ ନେଇଥିଲେ। ଏଥି ମଧ୍ୟରେ ବର୍ମା ଅଭିଯାନ, ଇମ୍ପାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ୍‌ ପୁନଃଦଖଲ, ଆରାକାନ୍‌ ମାୟିତକିୟିନା, ହକଂ, ସିଙ୍ଗାପୁର, ମଲାୟାଲମ୍‌, ବାହାରିନ୍‌, ଇରାକ୍‌ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ୍‌ । ଏଥି ପାଇଁ ବହୁ ବୀରତ୍ୱ ସମ୍ମାନ ଯଥା ୪ ମିଲିଟାରୀ କ୍ରସ୍‌, ବ୍ରିଟିଶ୍‌ ସାମାଜ୍ୟର ଏକ ପଦକ, ୭ ଭାରତୀୟ ବିଶିଷ୍ଟ ସେନା ପଦକ ଏବଂ ବ୍ରିଟ୍ରିଶ୍‌ ସାମ୍ରାଜ୍ୟର ଦୁଇଟି ସମ୍ମାନପତ୍ର ସାମିଲ୍‌ । ସେନା ବାୟୁ ପ୍ରତିରକ୍ଷା ବାହିନୀର ୧୯୪୦ ପରଠୁ ଆର୍ଟିଲାରୀର ଏକ ଅଂଶବିଶେଷ ଭାବେ କାର୍ଯ୍ୟ କରିଆସୁଛି । ଏହାକୁ ୧୯୯୪ ରେ ଏକ ସ୍ବତନ୍ତ୍ର ଶସସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ୨ ଅଶୋକ ଚକ୍ର, ୨ କିର୍ତ୍ତୀ ଚକ୍ର, ୨୦ ବୀର ଚକ୍ର, ୯ ଶୌର୍ଯ୍ୟ ଚକ୍ର, ୧୧୩ ସେନା ପଦକ ଏବଂ ୫୫ ମାନ୍‌ସନ୍‌ ଇନ୍‌ ଡେସ୍‌ପ୍ୟାଚ୍‌ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ ସମ୍ମାନଜକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ରସେନା ପ୍ରତି ଅନୁପ୍ରାଣିତ କରିବ ବୋଲି ରାଷ୍ଟ୍ରପତି କୋବିନ୍ଦ ପ୍ରକାଶ କରିଥିଲେ । ଏଥି ସହ ସେ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଯୋଗ୍ୟ, ସ୍ବାଧୀନ ବାହିନୀ ଭାବେ ୨୫ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି କଲର୍ସ ସମ୍ମାନ ପ୍ରଦାନ କରାଯାଇଥାଏ ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲ୍ୟୁଟେନାଣ୍ଟ ଜେନେରାଲ୍‌ ଆଶ୍ୱିନୀ କୁମାର, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାଜପା ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସମେତ ସେନା ବାହିନୀର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ...

ମୁଜାଗଡ଼ ଠାକୁରାଣୀ ଯାତ୍ରା: ଆଜି ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାକୁରାଣୀ ଯାତ୍ରା ଶନିବାର ଚତୁର୍ଥ ଦିବସରେ ପହଞ୍ଚତ୍ଛି। ୧୮ରେ ଦେବୀଙ୍କୁ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ଏହାପରେ ଦେବୀଙ୍କ...

ବାରିକେଡ୍‌ ଡେଉଁଛନ୍ତି ଅମାନିଆ, ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଆର.ଉଦୟଗିରି,୧୫ା୭(ଡି.ଏନ.ଏ)- ଗଜପତି ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା...

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ...

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ...

ପୋଲସରାର ୧୨ ପଞ୍ଚାୟତକୁ ଗଞ୍ଜାମ ଜିଲାପାଳଙ୍କ ମାରାଥନ ଗସ୍ତ, ପରଖିଲେ ସ୍ଥିତି

ପୋଲସରା,୬।୬(ଡି.ଏନ୍‌.ଏ.): କୋଭିଡ-୧୯କୁ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପୋଲସରା ବ୍ଳକର ପ୍ରାୟ ୧୨ ପଞ୍ଚାୟତ ଗସ୍ତ କରିଛନ୍ତି। ମଥୁରା, କଳମ୍ବ, ହାତିଓଟ,...

୩ ଦିନ ପରେ ଟଳିଲା ବସ୍‌ ଧର୍ମଘଟ

ବ୍ରହ୍ମପୁର ଅଫିସ,୨୯ା୧୧- ୩ ଦିନ ପରେ ଧର୍ମଘଟରୁ ହଟିଛନ୍ତି ଗଞ୍ଜମ ଘରୋଇ ବସ୍‌ ମାଲିକ ସଂଘ।ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ କରିବା ନେଇ...

ନକଲି ଦେଶୀ ମଦ ସହ ଅଟୋ ଜବତ ବାପ,ପୁଅଙ୍କ ସମେତ ୩ ଗିରଫ

ପୁରୁଷୋତ୍ତମପୁର,୨ା୮(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଧୋବାଡି ପାଟପୁର-ବାଳକୃଷ୍ଣପୁର ରାସ୍ତାରୁ ମଦ ବୋଝେଇ ଏକ ଅଟୋ (ନଂ.ଓଡି ୦୭ ଏସ ୨୮୧୨)କୁ ଜବତ କରିଛି। ଏଥିରୁ...

Advertisement
Archives

Model This Week