ବାହାର ରାଜ୍ୟ ଶ୍ରମିକଙ୍କୁ କାଉନ୍ସେଲିଂ କଲା ମନସ୍ତତ୍ୱବିତ୍ ଟିମ୍

ଛତ୍ରପୁର,୫।୪ (ଡି.ଏନ.ଏ. )- ବାହାର ରାଜ୍ୟର ଶ୍ରମିକମାନଙ୍କୁ ଅତିଥି ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ଲକ ଡାଉନ ଗଞ୍ଜାମରେ ଲାଗୁ ହୋଇଛି ଏଥିପାଇଁ ଉକ୍ତ ଶ୍ରମିକ ମାନେ କାମ ପାଉନାହାନ୍ତି। ଏପରିକି ଏମାନେ ନିଜ ଘରକୁ ଫେରିପାରୁନାହାନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ଗୋଳନ୍ଥରା ନିକଟରେ ଥିବା ରୋଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ରଖାଯାଇଛି। ଏମାନଙ୍କ ପାଇଁ ଖାଇବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଘରକୁ ଫେରିପାରୁ ନ ଥିବା ଓ କାମ ମିଳୁ ନ ଥିବା ଲାଗି ଯେପରି ଏମାନଙ୍କର ମାନସିକ ଚାପ ବଢିବନି ତାର ଧ୍ୟାନ ରଖାଯାଇଛି। ଏମାନଙ୍କୁ ପ୍ରଶାସନ କାଉନସେଲିଂ ପାଇଁ ଏକ ସ୍ବେଛାସେବୀ ମନସ୍ତତ୍ବବିତ ଟିମ ସେଠାକୁ ପଠାଯାଇଥିଲା। ଏହି ଟିମ କାଉନସେଲିଂ କରିଛି। ସେହିପରି ରାଞ୍ଚିରୁ ଚେନ୍ନାଇ ଯାଉଥିବା ଟ୍ରକକୁ ଜବତ କରି ସେଥିରୁ 60 ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶ୍ରମିକ। ଏମାନଙ୍କୁ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ରଖାଯାଇ ଖାଇବା ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ପରଲୋକ

ଖୋର୍ଦ୍ଧା ଅଫିସ, ୨୮।୧୦: ଖୋର୍ଦ୍ଧା ଜିଲାର ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ୭୦ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ବିଗତ କିଛି ଦିନ ହେବ...

ଗ୍ରାହକ ସାଜି ମଦ ବ୍ୟବସାୟୀଙ୍କୁ ଧରିଲା ପ୍ରଶାସନ

ଭଞ୍ଜନଗର,୨୬।୪(ଡି.ଏନ.ଏ)-ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ଅପରାହ୍ନରେ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରୁଥିଲେ। ଧୁମୁଛାଇ ଛକ ନିକଟରେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଜଣେ ନିଶାସକ୍ତ...

ମିସ୍‌ ଇଣ୍ଡିଆ-୨୦୨୦ରେ ଓଡ଼ିଆ ଝିଅଙ୍କୁ ସଫଳତା

ଜୟପୁର,୧୬ା୭ (ନି.ପ୍ର.): ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପୁଣି ଜଣେ ଓଡ଼ିଆ ଝିଅ। ଜିରୋନ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ମିସ୍‌ ଇଣ୍ଡିଆ-୨୦୨୦ ସିଜନ-୨ରେ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଏମସ୍‌ର କେନ୍ଦ୍ରୀୟ ଟିମ୍‌: ୧୬୫ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାହାନଗା,୩ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଭୁବନେଶ୍ୱରସ୍ଥିତ ଏମସ୍‌ର କେନ୍ଦ୍ରୀୟ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଥିଲେ। ଏହି ୩ଜଣିଆ କେନ୍ଦ୍ରୀୟ...

ବିଷାକ୍ତ ଭୋଗ ଖାଇ ଏମ୍‌ଭି-୨୫ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କୋରକୋଣ୍ଡା/ମାଲକାନଗିରି,୬।୬(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲା ଏମ୍‌ଭି-୨୫ ଗ୍ରାମରେ ବିଷାକ୍ତ ଭୋଗ ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଗଳ କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀରରେ...

ନାବାଳିକାଙ୍କୁ ଆମ୍ବ ଦେବାକୁ କହି ଘରୁ ଡାକିନେଇ ବଳାତ୍କାର: ଅଭିଯୁକ୍ତ କୋର୍ଟଚାଲାଣ

ବୈପାରିଗୁଡ଼ା, ୨୭।୪(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ କୋରାପୁଟ ଜିଲା ବୈପାରିଗୁଡା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ...

ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।...

ସୁନା ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ: ୨ ଗୁରୁତର ସୁନା, ରୁପା ଗହଣା ଓ ଟଙ୍କା ଲୁଟ୍‌

ପଟ୍ଟାମୁଣ୍ଡାଇ, ୨।୧୨ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା ଲୁଟି...

Coronavirus Update


Archives

Model This Week

Why Dharitri